Prime Minister: ରାହୁଲଙ୍କ ‘ସାଲିସକାରୀ ପ୍ରଧାନମନ୍ତ୍ରୀ’ ମନ୍ତବ୍ୟକୁ ନେଇ ବିଜେପିର ତୀବ୍ର ପ୍ରତିକ୍ରିୟା

Nov 20, 2026 - 18:58
Prime Minister: ରାହୁଲଙ୍କ ‘ସାଲିସକାରୀ ପ୍ରଧାନମନ୍ତ୍ରୀ’ ମନ୍ତବ୍ୟକୁ ନେଇ ବିଜେପିର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକା, ଚୀନ୍ ଓ ରୁଷ୍‌ର ଶୀର୍ଷ ନେତାଙ୍କ ଏକ ତ୍ରିପାକ୍ଷିକ ବୈଠକକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଭାରତୀୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି କରିଛି।

ଏହାକୁ ନେଇ ବିଜେପି ରାହୁଲଙ୍କ ଉପରେ ତୀବ୍ର ଆକ୍ରମଣ କରିବା ସହ ଭାରତକୁ ବିଶ୍ୱସ୍ତରରେ ବଦନାମ କରିବା ପାଇଁ ସେ ଉଦ୍ୟମ କରୁଥିବା ଅଭିଯୋଗ କରିଛି।

Advertisment ଶୁକ୍ରବାର ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଓ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ହୋଇଥିବା ବୈଠକର ଏକ ଫଟୋ ପୋଷ୍ଟ କରିଥିଲେ।

ଏହି ନେତାମାନଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ ଟେବୁଲରେ ବସିଥାନ୍ତେ ବୋଲି ସେ କହିଥିଲେ।

କଂଗ୍ରେସ କ୍ଷମତାରେ ଥିଲେ ଭାରତର ପ୍ରଧାନମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇଥାନ୍ତେ।

ଜଣେ ସାଲିସକାରୀ ପ୍ରଧାନମନ୍ତ୍ରୀ କେବେ ବି ଏହି ଟେବୁଲରେ ବସିପାରିବେ ନାହିଁ ବୋଲି ରାହୁଲ ଲେଖିଥିଲେ।

ଏହା ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ଓ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଏହାର ଜବାବରେ ବିଜେପି ମୁଖପାତ୍ର ତୁହିନ ସିହ୍ନା କଂଗ୍ରେସର ପୂର୍ବତନ ସରକାରଗୁଡ଼ିକର ବୈଦେଶିକ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଇନ୍ଦିରା ଗାନ୍ଧୀ ଙ୍କ ସମୟରେ ହୋଇଥିବା ସିମ୍‌ଲା ରାଜିନାମା ଓ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କ ମୁକ୍ତି ପ୍ରସଙ୍ଗକୁ ସେ ଉଲ୍ଲେଖ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ସିମ୍‌ଲା ରାଜିନାମା ପରେ ପାକିସ୍ତାନୀ ସୈନିକମାନଙ୍କୁ ଛାଡ଼ି ଦିଆଯାଇଥିଲା ଏବଂ ପରେ ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିଲା।

ସେହିପରି ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ହୋଇଥିବା ଶର୍ମ-ଏଲ୍‌-ଶେଖ୍ ଘୋଷଣାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

୨୦୦୮ ଅଗଷ୍ଟ ୭ରେ ବେଜିଂଠାରେ କଂଗ୍ରେସ ଓ ଚୀନ୍ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ହୋଇଥିବା ବୁଝାମଣା ଏବଂ ଏହା ପରେ ଚୀନ୍‌ର ଅନୁପ୍ରବେଶ ବୃଦ୍ଧି ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ମିଳିଥିବା ଅନୁଦାନ ପ୍ରସଙ୍ଗ ମଧ୍ୟ ସେ ଉଠାଇଛନ୍ତି।

ଏହି ସବୁ ଉଦାହରଣ ଦେଇ ସେ କଂଗ୍ରେସ ଅମଳର ସରକାରକୁ ଅଧିକ ସାଲିସକାରୀ ବୋଲି ଆଖ୍ୟା ଦେଇଛନ୍ତି।

କଂଗ୍ରେସ ଅମଳର ବୈଦେଶିକ ନୀତି ଓ ଚୀନ୍ ସହ ଚୁକ୍ତିକୁ ନେଇ ପାଲଟା ଆକ୍ରମଣ 'ରାହୁଲ ଗାନ୍ଧୀ ଭାରତକୁ ବଦନାମ କରିବା ପାଇଁ ଟଙ୍କା ପାଉଥିବା ଭଳି ମନେହେଉଛି' ବୋଲି ତୁହିନ ସିହ୍ନା କହିଛନ୍ତି।

ଅନ୍ୟ ବିଜେପି ମୁଖପାତ୍ର ଆର୍‌ପି ସିଂହ ମଧ୍ୟ ରାହୁଲଙ୍କୁ ସମାଲୋଚନା କରିଛନ୍ତି।

ତାଙ୍କ ମତରେ, ବିଶ୍ୱ ବ୍ୟବସ୍ଥାରେ ଭାରତର ସ୍ଥାନ ଆଜି ଅଧିକ ଉଚ୍ଚରେ ରହିଛି ଏବଂ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ଦେଶର ନେତାଙ୍କ ସହ ଭଲ ସମ୍ପର୍କ ରହିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ସମୟରେ ରାହୁଲ ଭାରତକୁ ବିଶ୍ୱ ଭୂରାଜନୀତିରେ ଏକ ଗୌଣ ଖେଳାଳି ବୋଲି କହିଥିଲେ।

ଭାରତ ନିଜର ସ୍ୱାଧୀନ ବୈଦେଶିକ ନୀତି ଓ ଆନ୍ତର୍ଜାତିକ ନିଷ୍ପତ୍ତିରେ ପ୍ରଭାବ ପକାଇବାର କ୍ଷମତା ହରାଉଥିବା ବେଳେ ପାକିସ୍ତାନ ଆମେରିକା ଓ ଇରାନ ଭଳି ଦେଶ ସହ ଆଲୋଚନା କରୁଛି ବୋଲି ସେ ମତ ଦେଇଥିଲେ।

ଏହାର ଜବାବରେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ତାଙ୍କୁ 'ପାକିସ୍ତାନର ସମର୍ଥକ' ବୋଲି କଟାକ୍ଷ କରିଥିଲେ।

ନିଶାମୁକ୍ତି ଅଭିଯାନ ନେତୃତ୍ୱ ନେଇଥିବା ଯୁବକ ମଦମୃତ୍ୟୁର ଶିକାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)