Primary education: ମୟୂରଭଞ୍ଜରେ ବାଟହୁଡ଼ିଛି ପ୍ରାଥମିକ ଶିକ୍ଷା
"ବଟକୃଷ୍ଣ ବିହାରୀ ବାରିପଦା: ଭଙ୍ଗାଚାଳିଆରେ ଗଢ଼ାହେଉଛି ଭବିଷ୍ୟତ।
ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
କିନ୍ତୁ ସଶକ୍ତୀକରଣର ମୁଖ୍ୟ ଆଧାର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ସରକାର ଭୁଲି ଯାଇଛନ୍ତି।
କିଛି ଛାତ୍ରଛାତ୍ରୀ ସ୍ମାର୍ଟ ଶ୍ରେଣୀଗୃହରେ ବସି ପଢ଼ୁଥିବା ବେଳେ ଆଉ କେତେକ ଭଙ୍ଗାଦଦରା ଘରେ ପଢ଼ୁଛନ୍ତି।
ବିଶେଷକରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ପାଇଁ ସନ୍ତୁଳି ହେଉଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।
ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା ବାଟ ହୁଡ଼ିଛି।
ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ଏହାର ପ୍ରମୁଖ କାରଣ।
ଗୋଟିଏ କୋଠରିରେ ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ।
କେତେକ କ୍ଷେତ୍ରରେ ଗୋଟିଏ କୋଠରିରେ ପିଲାଙ୍କ ପାଠପଢ଼ା ସହ କାର୍ଯ୍ୟାଳୟ ମଧ୍ୟ ଚାଲିଛି।
ଅନେକ ସ୍କୁଲ୍ରେ ପିଲାଙ୍କ ପାଇଁ ଶୌଚାଳୟ କିମ୍ବା ରୋଷେଇ ଘର ନିର୍ମାଣ ହୋଇପାରି ନାହିଁ।
ଶ୍ରେଣୀଗୃହ ନ ଥିବାରୁ ଆବଶ୍ୟକସ୍ଥଳେ ଗ୍ରାମବାସୀଙ୍କ ସହଯୋଗରେ କେଉଁଠି ତମ୍ବୁମାରି ତ ଆଉ କେଉଁଠି ଗଛମୂଳେ, ଆଉ କେଉଁଠି ଚାଳଛପର ଘରେ ପାଠପଢ଼ା ଚାଲିଛି।
ସେହିପରି ଅନେକ ସ୍କୁଲ୍ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେଉଛି।
Advertisment Education: ଓଡ଼ିଆ ଛାତ୍ରଙ୍କର ଜାପାନ ଯାତ୍ରା ଶ୍ରେଣୀଗୃହ, ଶିକ୍ଷକ ଅଭାବରେ ସନ୍ତୁଳି ହେଉଛି୩୫୨ ସ୍କୁଲ୍ରେ ଜଣେ ଲେଖାଏଁ ଶିକ୍ଷକଏକ ବଖରିଆ ଘରେ ୪୨୩ଟି ବିଦ୍ୟାଳୟ ଜିଲ୍ଲାରେ ପ୍ରଥମରୁ ପଞ୍ଚମଶ୍ରେଣୀ ଯାଏଁ ୨ ହଜାର ୬୧୪ଟି ପ୍ରାଥମିକ ବିଦ୍ୟାଳୟ ରହିଛି।
ପ୍ରଥମରୁ ଅଷ୍ଟମଶ୍ରେଣୀ ଯାଏଁ ୧ ହଜାର ୧୭୫ଟି ଓ ପ୍ରଥମରୁ ଦଶମ ଯାଏଁ ୬୨୯ଟି ନୋଡାଲ୍ ସ୍କୁଲ୍ ଅଛି।
ମୋଟ ୪ ହଜାର ୪୧୮ ବିଦ୍ୟାଳୟ ମଧ୍ୟରୁ ୪୨୩ଟି ବିଦ୍ୟାଳୟ ମାତ୍ର ଗୋଟିଏ ଲେଖାଏଁ କୋଠରିରେ ଚାଲିଛି।
ସେହିପରି ୯୬୬ ବିଦ୍ୟାଳୟ ଦୁଇଟି କୋଠରିରେ ଚାଲିଛି।
ଏହାବ୍ୟତୀତ ୭୬୬ ବିଦ୍ୟାଳୟର ପାଚେରି ନାହିଁ।
୪୫୯ ବିଦ୍ୟାଳୟର ପାଚେରି ଅଧପନ୍ତରିଆ ଏବଂ ୩୭୩ ବିଦ୍ୟାଳୟର ପାଚେରି ଭଗ୍ନାବସ୍ଥାରେ ରହିଛି।
୪୬୪ ବିଦ୍ୟାଳୟରେ ବିଦ୍ୟୁତ୍ସଂଯୋଗ ହୋଇ ନାହିଁ।
୩୦୯ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇ ନାହିଁ।
୩୬୭ ବିଦ୍ୟାଳୟରେ ପାଣି ବ୍ୟବସ୍ଥା ନାହିଁ।
୩୦୮ ବିଦ୍ୟାଳୟରେ ରୋଷେଇଘର ନିର୍ମାଣ ହୋଇନି।
ଖେଳକୁଦ ପାଇଁ ୧୨୦୭ ବିଦ୍ୟାଳୟର ଖେଳପଡ଼ିଆ ନାହିଁ।
୩୫୨ ସ୍କୁଲ୍ ଜଣେ ଲେଖାଏଁ ଶିକ୍ଷକ ଏବଂ ୫୪୨ ସ୍କୁଲ୍ରେ ୨ ଜଣ ଲେଖାଏଁ ଶିକ୍ଷକ ଅଛନ୍ତି।
ଜିଲ୍ଲାର ମୋରଡ଼ା, ରାସଗୋବିନ୍ଦପୁର, କପ୍ତିପଦା, ବିଶୋଇ, ଠାକୁରମୁଣ୍ଡା, ଉଦଳା, ଯଶିପୁର, ବାଙ୍ଗିରିପୋଷି ଆଦି ବ୍ଲକ୍ରେ ଏପରି ଅବ୍ୟବସ୍ଥା ଅଧିକ।
ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ସ୍କୁଲ୍ଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ପାଇଁ ଉଦ୍ୟମ ଜାରି ରହିଛି।
ନୂଆ ଶ୍ରେଣୀଗୃହ ନିର୍ମାଣ ଓ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
Education Department: ବିବାଦରେ ଗଣଶିକ୍ଷା ବିଭାଗ: ବହି ଷଡ଼୍ଯନ୍ତ୍ର ପଛରେ କିଏ?"