Priest Sentenced to Life Imprisonment: ଶିବ ମନ୍ଦିର ପୂଜକଙ୍କୁ ଆଜୀବନ ଜେଲ, ୩ ବର୍ଷ ପରେ ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ
ଶିବ ମନ୍ଦିର ପୂଜକଙ୍କୁ ଆଜୀବନ କାରାଦଣ୍ଡ। ୨୦୨୩ ମେ ୧୩ରେ ମଞ୍ଚେଶ୍ବର ଥାନା କଳାରାହଙ୍ଗ ଶିବ ମନ୍ଦିର ପୂଜକ ମହିଳାଙ୍କୁ ଯୌନ ଶୋଷଣ ଓ ହତ୍ୟା କରିଥିଲେ। ଦୋଷୀ ବିଜୁ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ। ମୃତ ମହିଳାଙ୍କ ସନ୍ତାନ ହେଉ ନଥିବାରୁ ବିଜୁ ପଣ୍ଡା ମନ୍ଦିରରେ ମାନସିକ ରଖିଲେ ଓ ନିଜ ପାଖରେ ରହିଲେ ସନ୍ତାନ ପ୍ରାପ୍ତିର ପ୍ରତିଶୃତି ଦେଇଥିଲେ। ୯ ମାସ ଗର୍ଭବତୀ ଥିବା ସମୟରେ ମହିଳାଙ୍କୁ ଘରକୁ ଛାଡି ନଥିଲା।
ଯାହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେଇଥିଲା। ବିଜୁ ପଣ୍ଡା ରାଗିଯାଇ ମହିଳାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗେଇ ଦେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହେଇଥିଲା। ମଞ୍ଚେଶ୍ବର ଥାନାରେ ପୋଲିସ ବିଜୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୩ ବର୍ଷ ପରେ ହତ୍ୟାକାରୀକୁ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। ୧୯ ସାକ୍ଷୀ ,୨୪ ଦସ୍ତାବିତ ପ୍ରମାଣ ଆଧାରରେ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି କୋର୍ଟ।