Death Penalty to Uncle in Niece Murder Case: ଭାଣିଜୀକୁ ହତ୍ୟା କରିଥିବା ମାମୁଁକୁ ଫାଶୀ, ପୂର୍ବରୁ ସ୍ତ୍ରୀକୁ ବି ମାରିଦେଇଥିଲା
ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁଁକୁ ଫାଶୀ ଦଣ୍ଡାଦେଶ। ବ୍ରହ୍ମପୁର ଏଡିଜେ (ଆଡହକ୍) ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ଶୁଣାଇଲେ ରାୟ। ୨୦୨୨ ଏପ୍ରିଲ୍ ୨୫ରେ ଭାଣିଜୀକୁ ହତ୍ୟା କରିଥିଲେ ମାମୁ ସିପୃନ୍ ଦିଗାଲ୍। ୪ ବର୍ଷ ତଳର ଏ ମାମଲାରେ ୧୩ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ମାମୁକୁ ଫାଶି ଦଣ୍ଡାଦେଶ ହୋଇଛି।
ବ୍ରହ୍ମପୁର ଗୋଇଲୁଣ୍ଡି ବିଦ୍ୟାନଗର ଅଞ୍ଚଳରେ ଘଟିଥିଲା ଏ ହତ୍ୟାକାଣ୍ଡ। ବୈଦ୍ୟନାଥପୁର ପୋଲିସ ସିପୃନ୍ ଦିଗାଲ୍ କୁ ଗିରଫ କରିଥିଲା। ପୂର୍ବରୁ ପତ୍ନୀ ହତ୍ୟା ମାମଲାରେ ଫୁଲବାଣୀ ଜେଲ୍ ଯାଇଥିଲା ସିପୃନ୍। ପରୋଲରେ ଭଉଣୀ ଘରକୁ ଆସି ପରେ ଭାଣିଜୀକୁ ମଧ୍ୟ ପୋଡ଼ି ହତ୍ୟା କରିଥିଲା।