Press Secretary: ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ

Oct 15, 2026 - 13:35
Press Secretary: ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ

"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ନବନିଯୁକ୍ତ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କେଟି ଜାକାରିଆଙ୍କ ଶିକ୍ଷା ଏବଂ ରିଜ୍ୟୁମକୁ ନେଇ ପ୍ରଶ୍ନ ଉଠିଛି।

ଟ୍ରମ୍ପ ଜାକାରିଆଙ୍କ ସାମାଜିକ ଗଣମାଧ୍ୟମ କମ୍ପାନିରେ କିଛି ମାସ ପାଇଁ କାମ କରୁଥିବା ସମୟରେ ତାଙ୍କ ନିଯୁକ୍ତି ଘୋଷଣା କରିଥିଲେ।

ଅକ୍ଟୋବର ୧୨ ତାରିଖରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥିତ ହେବା ପରେ ସେ ଗୁରୁତ୍ୱପୂର୍ଣ୍ଣ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।Advertisment କେଟି ଜାକାରିଆ ବୃତ୍ତିରେ ନିଜକୁ ଜଣେ ଆଇନଜୀବୀ ଭାବରେ ପରିଚୟ ଦେଇଛନ୍ତି।

ସେ ଫକ୍ସ ନ୍ୟୁଜ୍ ଏବଂ ନ୍ୟୁଜମାକ୍ସ ଭଳି ରକ୍ଷଣଶୀଳ ଗଣମାଧ୍ୟମରେ ଜଣେ କମେଣ୍ଟେଟର ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା ସେ କିମ୍ବା ହ୍ୱାଇଟ୍ ହାଉସ୍ ଏହାର କୌଣସି ପ୍ରମାଣ ଦେଇନାହାନ୍ତି।

ପାସ୍ କରିଥିବାର କୌଣସି ପ୍ରମାଣ ନାହିଁ କେଟି କୌଣସି ଆମେରିକା ରାଜ୍ୟରେ ଆଇନ ଅଭ୍ୟାସ କରିବା ପାଇଁ ଆବଶ୍ୟକୀୟ ବାର ପରୀକ୍ଷା ପାସ୍ କରିଛନ୍ତି ବୋଲି କୌଣସି ରେକର୍ଡ କିମ୍ବା ପ୍ରମାଣ ନାହିଁ।

ସେ କିଛି ବର୍ଷ ପୂର୍ବରୁ ଚୀନ୍‌ର ଏକ ବଡ଼ ଆଇନ ​​ଫାର୍ମରେ କାମ କରିଥିଲେ, କିନ୍ତୁ ସେଠାରେ ଆଇନ ଅଭ୍ୟାସ କରିବା ପାଇଁ ସେ କୌଣସି ଆଇନଗତ ପରୀକ୍ଷାରେ ପାସ୍ କରିଥିବାର କୌଣସି ପ୍ରମାଣ ମଧ୍ୟ ନାହିଁ।

ଟ୍ରମ୍ପଙ୍କୁ ସିଧାସଳଖ ପ୍ରଶ୍ନ ଯେତେବେଳେ ଏକ ନ୍ୟୁଜ୍ ୱେବସାଇଟ୍ ପ୍ରକାଶ କଲା ଯେ, କେଟିଙ୍କ ପାଖରେ ଆଇନ ଲାଇସେନ୍ସ ନାହିଁ, ସାମ୍ବାଦିକମାନେ ସିଧାସଳଖ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚାରିଲେ ଯେ ଜାକାରିଆସ୍ କେଉଁ ରାଜ୍ୟରୁ ତାଙ୍କର ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରଶ୍ନରୁ ପଛକୁ ହଟି କେଟିଙ୍କୁ ଉତ୍ତର ଦେବାକୁ ଅନୁମତି ଦେଇଥିଲେ।

କେଟିଙ୍କ ଉତ୍ତରର କେବଳ ଯେତେବେଳେ ମୁଁ ଚୀନ୍ ଯାଇଥିଲି ଶୁଣାଯାଇଥିଲା।

ରାଷ୍ଟ୍ରପତିଙ୍କ ହେଲିକପ୍ଟର ଇଞ୍ଜିନର ଶବ୍ଦ ଏତେ ଜୋରରେ ଥିଲା ଯେ, ତାଙ୍କର ପରବର୍ତ୍ତୀ କଥାଗୁଡ଼ିକ ଅସ୍ପଷ୍ଟ ହୋଇଯାଇଥିଲା।

ସେ କ"ଣ କହିବାକୁ ଚାହୁଁଥିଲେ କିମ୍ବା ସେ ତାଙ୍କ ବାକ୍ୟ ସମାପ୍ତ ମଧ୍ୟ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲା।

CNAP Launch: ନଭେମ୍ବର ୧ରୁ ମୋବାଇଲ୍ ସ୍କ୍ରିନରେ ଦେଖାଯିବ ଅଜଣା କଲକର୍ତ୍ତାଙ୍କ ପ୍ରକୃତ ନାମ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)