President Set to Offer Prayers at Maa Kandhuni Devi Shrine: ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ପରିଦର୍ଶନ କରିବେ ମାଆ କନ୍ଧୁଣୀ ଦେବୀଙ୍କ ପୀଠ

Jul 31, 2026 - 10:41
President Set to Offer Prayers at Maa Kandhuni Devi Shrine: ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ପରିଦର୍ଶନ କରିବେ ମାଆ କନ୍ଧୁଣୀ ଦେବୀଙ୍କ ପୀଠ

ପୁଣି ଓଡିଶା ଗସ୍ତରେ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୪ ତାରିଖ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ବେଳେ ସେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ଉଷ୍ମ ପ୍ରସବଣରେ ଥିବା ମାଆ କନ୍ଧୁଣୀ ଦେବୀଙ୍କ ପୀଠ ପରିଦର୍ଶନ କରିବା ସହିତ ସେଠାରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱ ସଫେଇ ସହିତ ରାସ୍ତାଘାଟ ମରାମତି କରାଯାଉଛି।

ବ୍ରହ୍ମପୁର ଉପଜିଲ୍ଲାପାଳ ସ୍ୱଚ୍ଛ ଭାରତ ଅଭିଯାନରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହାୟତାରେ ସଫେଇ କାମ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀ, ମନ୍ଦିର କମିଟି ସହ ପୂଜକ ବେଶ ଉତ୍ସାହିତ ଅଛନ୍ତି।

ପୁଣି ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି 
ଅଗଷ୍ଟ ୪ରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଦ୍ରୌପଦୀ ମୁର୍ମୁ
ମାଆ କନ୍ଧୁଣି ଦେବୀଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି 
ମନ୍ଦିର ପରିସରରେ ପ୍ରଶାସନର ସ୍ୱଚ୍ଛ ଭାରତ ଅଭିଯାନ
ରାସ୍ତାଘାଟ ମରାମତି କାମ ବି ଚାଲିଛି
ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀ 
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସାହିତ ସ୍ଥାନୀୟ ଲୋକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।