Daily Horoscope 31st July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ
ଅଶ୍ୱନୀ – ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ। ପରିବାରରେ ଅନ୍ୟଙ୍କ ପାଇଁ ଚିନ୍ତା ବଢିବ। ଦେହ, ମନ ଭଲ ରହିବ। ଯେଉଁ କାମ କରିବାକୁ ଚାହିବେ ତାହା ସମ୍ପୂର୍ଣ୍ଣ କରିବେ।
ଦ୍ୱିଜା – ଛାତ୍ରଛାତ୍ରୀମାନେ ପଢ଼ାରେ ଏକାଗ୍ରତା ରକ୍ଷା କରି କୃତକାର୍ଯ୍ୟ କରିବେ। ରାଜନୀତିରେ ବଡ଼ ଦାୟିତ୍ୱ ତୁଲାଇବେ। ରହିଯାଇଥିବା କାମକୁ ଶେଷ କରିବା ପାଇଁ ଚିନ୍ତା କରିପାରନ୍ତି। କଳା କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ।
କୃତିକା – ନୂଆ ଜମି କ୍ରୟ କରିବେ। ଗୃହିଣୀମାନେ କର୍ତ୍ତବ୍ୟ ନିର୍ବାହ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କାଟିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ।
ବୃଷ-
କୃତିକା- ନିଜ ସ୍ୱାସ୍ଥ୍ୟର ଚିକିତ୍ସା କରିବା ନିହାତି ଆବଶ୍ୟକ। କାର୍ଯ୍ୟସ୍ଥଳରେ ଆପଣଙ୍କ କାମର ଆଜି ପ୍ରଶଂସା କରାଯିବ। ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ରହିବେ, ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ।
ରୋହିଣୀ- ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିଲେ ଭଲ ହେବ। ଚଳଚିତ୍ର, ସଙ୍ଗୀତ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ।
ମୃଗଶିରା- ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ସିଦ୍ଧାନ୍ତ ନେଇପାରିବେ ନାହିଁ। ନିଜର ଆଚରଣ ବା କଥା କହିବା ଉପରେ ଧ୍ୟାନ ରଖନ୍ତୁ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡୀଙ୍କ ମନ୍ତ୍ର ପାଠ କରନ୍ତୁ।
ମିଥୁନ
ମୃଗଶିରା- ବ୍ୟୟ ବୃଦ୍ଧି ଯୋଗୁଁ କିମ୍ବା ପରିବହନରେ ସମସ୍ୟା ଯୋଗୁଁ ବ୍ୟସ୍ତ ହେବେ। ମୁଣ୍ଡବ୍ୟଥା ଜନିତ ସମସ୍ୟା ଦେଖାଦେବ। ବ୍ୟବସାୟୀମାନେ କୌଶଳରେ କାର୍ଯ୍ୟ ହାସଲ କରିବେ।
ଆଦ୍ରା - କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଠାନରେ କାମ କରିବାର ସୁଯୋଗ ପାଇବେ । ରାଜନୀତିରେ ଶତ୍ରୁଙ୍କ ସଖ୍ୟା ବଢିବ । ଛାତ୍ରଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ପୁନର୍ବସୁ - ପରିସ୍ଥିତିବଶତଃ ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। କୋର୍ଟର ରାୟ ଡେରି ହୋଇପାରେ। ମାଲିମୋକଦ୍ଦମାରେ ସାମାନ୍ୟ ସଫଳତା ମିଳିବ। ମହିଳାମାନଙ୍କ ଦିନ ଭଲରେ କଟିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ।
କର୍କଟ-
ପୁନର୍ବସୁ- ବୈବାହିକ ଜୀବନ ଆନନ୍ଦ ଦାୟକ ରହିବ। ଆପଣଙ୍କ କଳା ଓ ରଚନାରେ ଥିବା କ୍ଷମତାକୁ ପ୍ରଶଂସା ମିଳିବ। ବ୍ୟବସାୟୀ ମାନଙ୍କୁ ଅଚାନକ ଯାତ୍ରା କରିବା ସଙ୍ଗେ ସଙ୍ଗେ ଲାଭ ମିଳିବ।
ପୁଷ୍ୟା- ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ। ଘରକୁ ଅତିଥି ଆସିବା କାରଣରୁ ଦିନ ଆନନ୍ଦରେ କଟିବ। ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି ।
ଅଶ୍ଲେଷା- ଯଦି ଆପଣଙ୍କୁ ଲାଗୁଚି କି ଆପଣ ଅନ୍ୟଙ୍କ ସାହାଯ୍ୟ ବିନା ହିଁ ମହତ୍ଵପୁର୍ଣ୍ଣ କାମ କରି ପାରିବେ, ତାହେଲେ ଆପଣଙ୍କ ଭାବନା ବହୁତ ଭୁଲ ଅଛି। ଆପଣ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ।
ସିଂହ
ମଘା – ରୋଗ ପୀଡା ପାଇଁ ଚିନ୍ତାରେ ରହିବେ। ବ୍ୟବସାୟରେ କ୍ଷତିରେ ପଡିପାରନ୍ତି। ଘରକାମରେ ଭାଇ-ଭଉଣୀମାନେ ସହଯୋଗ କରିବେ। ଆପଣଙ୍କୁ ରଚନାତ୍ମକ କାମରୁ ପ୍ରଶଂସା ମିଳିବ।
ପୂ, ଫାଲଗୁନୀ - ପତ୍ନୀଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଶିକ୍ଷାର୍ଥୀମାନେ ପଢାରେ ଚିନ୍ତିତ ରହିବେ।
ଉ ,ଫାଲଗୁନୀ – ଭୁସମ୍ପତ୍ତି ସମାନ ପରିମାଣରେ ଭାଗ ହୋଇପାରେ। ମହିଳାମାନେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ।
କନ୍ୟା-
ଉ,ଫଳଗୁନି- ଆପଣ ନିଜ ପାଇଁ ଯଥେଷ୍ଟ ସମୟ ବାହାର କରିବେ। କୈାଣସି କଥା ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ। ବ୍ୟସ୍ତ ଥିବା ସତ୍ତ୍ୱେ ଆଜି ଦିନଟା ଭଲ ରହିବ।
ହସ୍ତା- ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ଆଶା ପୂରଣ ହୋଇପାରେ। କଳା, ସାହିତ୍ୟ, ଚଳଚିତ୍ର, ସଙ୍ଗୀତ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ।
ଚିତ୍ରା- ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପାରେ। ନିଜ ପ୍ରିୟର ଭାବନାକୁ ବୁଝନ୍ତୁ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।
ତୁଳା -
ଚିତ୍ରା – ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମ କରିବେ ସେଥିରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।
ସ୍ୱାତୀ – ବ୍ୟବସାୟରେ ଅନୁକୂଳ ବାତାବରଣ ଆସିବା ସହିତ ଧନ ବୃଦ୍ଧି ହୋଇପାରେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ମହିଳାମାନେ ତିରସ୍କୃତ ହୋଇପାରନ୍ତି।
ବିଶାଖା – ଭଲ ସମ୍ପର୍କ ନ ଥିବା ଲୋକମାନେ ଅପପ୍ରଚାର କରିପାରନ୍ତି। ରାଜନୀତିରେ ସହାନୁଭୁତି ମିଳିବ। ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ।
ବିଛା-
ବିଶାଖା- ବ୍ୟବସାୟୀମାନେ ନୂତନ ବ୍ୟବସାୟର ପରିକଳ୍ପନା କରିବେ। ପରିବାର ଓ ମିତ୍ରଙ୍କ ସହ ସମୟ ବିତାଇବେ। ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ।
ଅନୁରାଧା- ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ। ନିଜର ପରିଶ୍ରମରେ ଅନେକ ପରିବର୍ତ୍ତନ ଆଣିବେ। ବ୍ୟାଙ୍କ, ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ସୁଝି ପାରିବେ।
ଜ୍ୟେଷ୍ଠା- କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି। ବାବବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତରେ ସଫଳ ହେବେ। ନୂଆ ନିଯୁକ୍ତି ପାଇଁ ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୁଖୀଙ୍କର ପୂଜାର୍ଚ୍ଚନା କରନ୍ତୁ।
ଧନୁ
ମୂଳା – ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ହୋଇଯିବେ। ବନ୍ଧୁଗହଣରେ ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି। ଚାକିରୀ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେବ। ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ।
ପୂ , ଷାଢା – ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ଅର୍ଜିତ ଧନ ଓ ମାନ ହରାଇବେ। ପିଲାମାନେ ସାଧାରଣ ଭାବେ ଉନ୍ନତି କରିବେ।
ଉ , ଷାଢା – କୌଣସି ଘଟଣାରେ ସପୃକ୍ତ ହୋଇପାରନ୍ତି। ମହିଳାମାନେ କୈାଣସି ଅଜଣା ବିପଦରେ ପଡି ପାରନ୍ତି। ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ।
ମକର-
ଉ,ଷାଢା- ପ୍ରେମୀ ପ୍ରେମିକାଙ୍କ ମିଳନ ହେବ। କୌଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ। ଶାରୀରିକ କଷ୍ଟ ଭୋଗ କରିବାକୁ ପଡିପାରେ।
ଶ୍ରବଣା- ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ କରି ପ୍ରଶଂସା ପାଇବେ। ଚାକିରି ହେଉ କି ବ୍ୟବସାୟ-ବାଣିଜ୍ୟ ହେଉ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ।
ଧନିଷ୍ଠା- ସାମ୍ବାଦିକମାନଙ୍କର ପଦମର୍ଯ୍ୟାଦ। ବୃଦ୍ଧି ପାଇବ। ନିଜ ପାଇଁ କିଛି ଭୂମି ବା ଘର କ୍ରୟ କରିପାରନ୍ତି। ପୂର୍ବରୁ କରିଥିବା କରଜ ପରିଶୋଧ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ।
କୁମ୍ଭ
ଧନିଷ୍ଠା – ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ। ଘର ଲୋକଙ୍କ ସାହାଯ୍ୟରେ ଅଧୁରା କାମ ପୂରା କରିବେ। କର୍ମକ୍ଷେତ୍ରରେ ବିଫଳତା ଦେଖା ଦେଇପାରେ। ହଠାତ କୈାଣସି ଖୁସି ଖବର ପାଇବେ।
ଶତଭିଷା – ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। କଥନଶୈଳୀକୁ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଆୟ ବୃଦ୍ଧି କରିବେ। ପିଲାମାନେ କୃତିତ୍ୱ ଅର୍ଜନ କରିବେ।
ପୂ, ଭାଦ୍ରପଦ – ସଭାସମିତିରେ ସୀମା ଭିତରେ ରହିବା ଭଲ ଅଥବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ଭୂମି ସମନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ। ମହିଳାମାନେ ଦର୍ଶନାଭିଳାଷି ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ।
ମୀନ-
ପୂ,ଭାଦ୍ରପଦ- ପରିବାରର ଉନ୍ନତି ପାଇଁ ପ୍ରୟାସ କରିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ।
ଉ,ଭାଦ୍ରପଦ- ପ୍ରେମ ସମ୍ପର୍କରେ ଦୃଢତା ଆଣିବେ। କର୍ମରେ ଯୋଜନା ମୁତାବକ କାମ କରିଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ। ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ।
ରେବତୀ- ଅଧୁରା କାର୍ଯ୍ୟ ପୂରଣ ହେବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟୀ ହେବେ। ଦୂରେଇ ଯାଇଥିବା ବନ୍ଧୁ ପୁଣି ନିକଟବର୍ତ୍ତୀ ହେବେ। ଧର୍ମ କାର୍ଯ୍ୟ ପ୍ରତି ମନବଳାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।