Preparations for Smooth Rath Yatra: ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି; ବଡଦାଣ୍ଡକୁ ବିଭିନ୍ନ ଅଂଶରେ ବଣ୍ଟାଯିବ, ତା’ପରେ…

Jul 03, 2026 - 18:06
Preparations for Smooth Rath Yatra: ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି; ବଡଦାଣ୍ଡକୁ ବିଭିନ୍ନ ଅଂଶରେ ବଣ୍ଟାଯିବ, ତା’ପରେ…

ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି। ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭକ୍ତଙ୍କ ଦର୍ଶନ ସୁଗମ ପାଇଁ ବଡଦାଣ୍ଡକୁ ବିଭିନ୍ନ ଅଂଶରେ ବଣ୍ଟାଯାଇ ପ୍ରତି ଅଂଶରେ ଜଣେ ଜଣେ ଓଏଏସ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ପୁରୀ ରଥଯାତ୍ରାରେ ଆହୁରି ଅଧିକାରୀଙ୍କୁ ନିଯୁକ୍ତ କରିବେ ସରକାର। 

ସମ୍ପୂର୍ଣ୍ଣ ଶୃଙ୍ଖଳା ସହ ରଥଯାତ୍ରା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଛନ୍ଦନ। ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି। ରଥକୁ ଯିବା ପୂର୍ବରୁ ନୀତିକାନ୍ତି ଏବଂ ରଥ ଚଢିବା ପରେ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ଉପରେ ଫୋକସ କରାଯାଇଛି। 

ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ରଥଯାତ୍ରା ଏବଂ ଜଗନ୍ନାଥ ମନ୍ଦିରଙ୍କୁ ସରକାରୀ ସହାୟତା ମିଳିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

  • ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି
  • ବଡଦାଣ୍ଡକୁ ବିଭିନ୍ନ ଅଂଶରେ ବଣ୍ଟାଯିବ
  • ପ୍ରତି ଅଂଶରେ ଜଣେ ଜଣେ ଓଏଏସ ଅଧିକାରୀ ନିଯୁକ୍ତ ହେବେ
  • ସମ୍ପୂର୍ଣ୍ଣ ଶୃଙ୍ଖଳା ସହ ରଥଯାତ୍ରା ସରକାରଙ୍କ ପ୍ରାଥମିକତା
  • ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି: ଆଇନ ମନ୍ତ୍ରୀ