Pregnant Woman Carried: ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା; ୭ କିମି ବୋହିଲେ ଓଡ୍ରାଫ୍ ଯବାନ

Nov 19, 2026 - 19:52
Pregnant Woman Carried: ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା; ୭ କିମି ବୋହିଲେ ଓଡ୍ରାଫ୍ ଯବାନ

ଦୁର୍ଗମ ପାହାଡ଼ିଆ ରାସ୍ତାରେ ୭ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ, ସୁରକ୍ଷିତ ସ୍ଥାନକୁ ନେଲେ ଓଡ୍ରାଫ୍ ଯବାନ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଜୋରଦାର ହୋଇଛି ଉଦ୍ଧାର କାର୍ଯ୍ୟ।

ମୋହନା ବ୍ଲକ ମଣ୍ଡିମେରା ପଞ୍ଚାୟତର ଦୁର୍ଗମ ମାଧପଙ୍କା ଗାଁରେ ଫସି ରହିଥିବା ୧୯ ଜଣଙ୍କୁ ଉଦ୍ଧାର କରିଛି ପ୍ରଶାସନ ଓ ଓଡ୍ରାଫ୍ ଟିମ୍।

Advertisment ଗାଁରୁ ଆଶ୍ରୟସ୍ଥଳୀକୁ ଯିବା ପାଇଁ ରାସ୍ତା ଦୁର୍ଗମ ଥିବାରୁ ଗ୍ରାମବାସୀ ସେଠାରେ ଫସି ରହିଯାଇଥିଲେ।

ଖବର ପାଇ ବ୍ଲକ୍ ପ୍ରଶାସନ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଜଣେ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ସମେତ ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ହେଲେ ସବୁଠାରୁ ଚ୍ୟାଲେଞ୍ଜିଂ ଥିଲା ଗର୍ଭବତୀଙ୍କୁ ଉଦ୍ଧାର କରିବା।

ପ୍ରାୟ ୭ କିମି ପାହାଡ଼ିଆ ଘାଟି ରାସ୍ତାରେ ଷ୍ଟ୍ରେଚରରେ ବୋହି ଓଡ୍ରାଫ୍ ଯବାନ ତାଙ୍କୁ ସୁରକ୍ଷିତ ଭାବେ ବୁଡ଼ାଗାଁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଥିଲେ।

ସେଠାରେ ଉଦ୍ଧାର ହୋଇଥିବା ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିଛି ପ୍ରଶାସନ।

Advertisment ଗର୍ଭବତୀଙ୍କୁ ୭ କିମି ବୋହିଲେ ଓଡ୍ରାଫ୍ ଯବାନ ଗଜପତିର ଦୁର୍ଗମ ଗାଁରୁ ୧୯ ଜଣ ଉଦ୍ଧାର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ବି ସୁରକ୍ଷିତ ସ୍ଥାନାନ୍ତର ବୁଡ଼ାଗାଁ ଆଶ୍ରୟସ୍ଥଳୀରେ ଖାଦ୍ୟପାନୀୟ ବ୍ୟବସ୍ଥା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)