Pravati Parida: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ଥିତି ସମୀକ୍ଷା କଲେ

Oct 27, 2026 - 13:20
Pravati Parida: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ଥିତି ସମୀକ୍ଷା କଲେ

ରାୟଗଡ଼ା(ଶିବ ପ୍ରସାଦ ଦୋରା ): ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ତଦାରଖ ତଥା ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ାରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି କିଭଳି ରହିଛି, ଏଥିରେ ଜିଲ୍ଲାପାଳ, ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ।

'ଜିରୋ କାଜୁଆଲିଟି' ଲକ୍ଷ୍ୟ ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଛନ୍ତି।

Advertisment ସରକାର ଓ ପ୍ରଶାସନ ସବୁ ସ୍ତରରେ ସଜାଗ ରାଜ୍ୟ ସରକାରଙ୍କ 'ଜିରୋ କାଜୁଆଲିଟି' ବା ଶୂନ ମୃତ୍ୟୁହାର ଲକ୍ଷ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଡେରା ପକାଇଛନ୍ତି।

ସେହିକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାୟଗଡ଼ାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ଅପରାହ୍ନ ୩ଟାରେ ଜିଲ୍ଲାପାଳଙ୍କ ଅଫିସରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ରାୟଗଡ଼ାରେ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି ଭୀଷଣ ବର୍ଷା ହୋଇନଥିବାରୁ ଭୟଭୀତ ନହେବାକୁ ସେ କହିଛନ୍ତି।

ଏହାସହ ସାଧାରଣ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ସବୁ ସ୍ତରରେ ସଜାଗ ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି,ଏସ ପି ରାଜ ପ୍ରସାଦ, ଏ ଡି ଏମ ରବୀନ୍ଦ୍ର କଁହର ପ୍ରମୁଖ ଉପସ୍ଥିତ ରହିଥିଲେ I Travel Trips: ହୋଟେଲରୁ ଚେକ୍‌ଆଉଟ୍ ପୂର୍ବରୁ ଭୁଲନ୍ତୁ ନାହିଁ ଏହି ୬ଟି ଜରୁରୀ କଥା, ନଚେତ୍ ହଜିପାରେ ମୂଲ୍ୟବାନ ଜିନିଷ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)