Prakash Paswan suspension: ବିଜେପି ଯୁବନେତାଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

Aug 22, 2026 - 18:20
Prakash Paswan suspension: ବିଜେପି ଯୁବନେତାଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

"ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଜେପି ଯୁବନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପ୍ରତିନିଧି ପ୍ରକାଶ ପାଶୱାନ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବିତ ହୋଇଛନ୍ତି।

ପ୍ରକାଶଙ୍କ ନିଲମ୍ବନ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ପ୍ରତିକ୍ରିୟା ଦେଇଛନ୍ତି।

Advertisment ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଜୁଏଲ ଓରାମ କହିଛନ୍ତି, ପ୍ରକାଶ ପାସୱାନ ମୋର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ରାଉରକେଲା ମହାନଗର ନିଗମର ପ୍ରତିନିଧି।

ସର୍କିଟ୍ ହାଉସ୍ ଘଟଣା ସମ୍ପର୍କରେ ଯଦି ତାଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି, ତେବେ ତାହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଉ।

ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ।

ଏଥିରେ ମୋର କୌଣସି ଆପତ୍ତି ନାହିଁ।

ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଗତ ୩୫ ବର୍ଷ ଧରି ନିର୍ବାଚନୀ ରାଜନୀତିରେ ଅଛି ଏବଂ ସମସ୍ତ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ଆଶୀର୍ବାଦ ମୋ ସହିତ ରହିଛି।

ଓଡ଼ିଆ, ଅନ୍ୟ ରାଜ୍ୟର ଲୋକ, ଆଦିବାସୀ, ବଙ୍ଗାଳୀ, ବିହାରୀ କିମ୍ବା ମାରୱାଡ଼ି—ସମସ୍ତେ ମୋ ପାଇଁ ସମାନ।

ମୁଁ ସମସ୍ତଙ୍କ ସେବା କରିବା ପାଇଁ ନିର୍ବାଚିତ ହୋଇଛି ଏବଂ ଲୋକଙ୍କ ହିତରେ କାମ କରିବା ମୋର ଦାୟିତ୍ୱ।

ପ୍ରକାଶ ପାଶୱାନଙ୍କ ପଲ୍ଲୀରୁ ଦିଲ୍ଲୀ ଯାତ୍ରା, ତାଙ୍କ ନାଁରେ ୧୭ଟି ଅପରାଧିକ ମାମଲା ଏହି ସମୟରେ ମୋର ନାମକୁ ବ୍ୟବହାର କରି ଭୁଲ କିମ୍ବା ଭ୍ରାନ୍ତିକର ସୂଚନା ଅଧିକାର ଆଇନ RTI ତଥ୍ୟ ମାଧ୍ୟମରେ ଭ୍ରମ ସୃଷ୍ଟି କରିବାର ପ୍ରୟାସ ହେଉଥିଲେ, ତାହାର ମଧ୍ୟ ଯଥାଚିତ ଯାଞ୍ଚ କରାଯିବ।

ଉଚିତ।

ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଜାଣିଶୁଣି ମୋ ବିରୋଧରେ ଅପପ୍ରଚାର କରୁଥାଏ, ତେବେ ମୁଁ ଆଇନ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

ରାଜନୀତିରେ ବିରୋଧ ରହିବ।

ସମାଲୋଚନା ମଧ୍ୟ ହେବ।

କିନ୍ତୁ ମିଥ୍ୟା, ଅପପ୍ରଚାର ଓ ଷଡ଼ଯନ୍ତ୍ରକୁ ସହନ କରାଯିବ ନାହିଁ।

ସମୟ ବଡ଼ ବଳବାନ।

ମୁଁ ସମୟକୁ ଅପେକ୍ଷା କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)