MP hospital NICU: ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲର ଏନ୍ଆଇସିୟୁରେ ଅଗ୍ନିକାଣ୍ଡ
"ଛିନ୍ଦୱାଡ଼ା: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାର ଏକ ଜିଲ୍ଲା ହସ୍ପିଟାଲର ନିଓନାଟାଲ ଇଣ୍ଟେନସିଭ୍ କେୟାର୍ ୟୁନିଟ୍ (ଏନ୍ଆଇସିୟୁ) ରେ ଏକ ୱାର୍ମର୍ ମେସିନ୍ରୁ ଶନିବାର ସକାଳେ ନିଆଁ ଲାଗିଯିବାରୁ ଜଣେ ନବଜାତକ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ପୋଡ଼ି ଯାଇଥିବା ଜଣାପଡିଛି।
ରାତି ପ୍ରାୟ ୨ଟା ସମୟରେ ଛିନ୍ଦୱାଡା ଜିଲ୍ଲା ହସ୍ପିଟାଲରେ ୱାର୍ମର ମେସିନର ଫିଲାମେଣ୍ଟରୁ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିଲା।
ହସ୍ପିଟାଲ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଅଗ୍ନି ନିର୍ବାପକ ଉପକରଣ ବ୍ୟବହାର କରିଥିଲେ।
ଏନ୍ଆଇସିୟୁରେ ଥିବା ୩୩ ଜଣ ଶିଶୁଙ୍କ ମଧ୍ୟରୁ ୩୦ ଜଣଙ୍କୁ ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷା କର୍ମୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ସୁରକ୍ଷିତ ଭାବରେ ବାହାର କରିଥିଲେ।
ଆହତ ଶିଶୁମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜବଲପୁର ହସ୍ପିଟାଲକୁ ପଠାଯାଇଥିଲା।Advertisment ଜିଲ୍ଲା ହସ୍ପିଟାଲର ସିଭିଲ୍ ସର୍ଜନ କାଞ୍ଚନ ଦୁବେ କହିଛନ୍ତି ଯେ, ତିନି ନବଜାତ ଶିଶୁଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଓ ଉନ୍ନତ ଚିକିତ୍ସା ପାଇଁ ଜବଲପୁରକୁ ପଠାଯାଇଥିଲା।
ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିଲା ଓ ତାଙ୍କୁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା।
ଛିନ୍ଦୱାଡ଼ାରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ନ ଥିବାରୁ ନବଜାତ ଶିଶୁକୁ ଜବଲପୁରକୁ ପଠାଯାଇଥିଲା।
ଚିକିତ୍ସା ସମୟରେ ଶିଶୁଟିର ମୃତ୍ୟୁ ହୋଇଥିଲା ବୋଲି ଦୁବେ କହିଛନ୍ତି।
ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ପଦକ୍ଷେପଗୁଡ଼ିକର ସମୀକ୍ଷା କରୁଛନ୍ତି।
ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଉମଙ୍ଗ ସିଂହାର ଏହି ଘଟଣା ପାଇଁ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ ରୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।
ବିଜେପି ଯୁବନେତାଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

