Poor Road Condition ରାସ୍ତାରେ ଖାଲଖମା ଓ ଜମୁଛି ପାଣି, ଧାନତଳି ରୋଇ ପ୍ରତିବାଦ
"ଚଣ୍ଡିଖୋଲ(ଭକ୍ତ ସାହୁ): ଖାଲ ଖମାରେ ଭର୍ତ୍ତି ହୋଇ ଗଲାଣି ବାଳିଚନ୍ଦ୍ରପୁର ବଜାରର ପୂର୍ତ୍ତ ବିଭାଗ ରାସ୍ତା ।
ଏଥିପାଇଁ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏପରିକି ଏହି ଖାଲରେ ପଡ଼ି ଅନେକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।Advertisment Road Project Stalled ଠିକା କାମ ପାଇଁ ସରପଞ୍ଚ-ସମିତିସଭ୍ୟ ଭିଡ଼ାଓଟରା, ସଡ଼କ ହେଲାଣି ଖାଲଗହିରା ଅଭିଯୋଗ ଅନୁସାରେ, ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ନୂଆ ପୋଲ ନିକଟରୁ କଲେଜ ଛକ ପର୍ଯ୍ୟନ୍ତ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି ।
ଏହି ରାସ୍ତାର ମରାମତି ପାଇଁ ଅନେକ ଥର ସ୍ଥାନୀୟ ଲୋକେ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
କିନ୍ତୁ କେହି ଏଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି।
Capital Road: ରାଜଧାନୀ ରାସ୍ତା ଭଗବାନ ଭରସା: ସାଢ଼େ ୪ ବର୍ଷରେ ଗଡ଼ିଲାଣି ୮୫୦ ମୁଣ୍ଡ ଏହାର ପ୍ରତିବାଦରେ ଆଜି(ମଙ୍ଗଳବାର) ଅନନ୍ତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଯୁବସମାଜ ପ୍ରତିନିଧି ପ୍ରତିନିଧି ସତ୍ୟାନନ୍ଦ ମଲ୍ଲିକ, ପ୍ରକାଶ ବଳ, ନିବାରଣ ସାହୁ, ବିମଳ ଧଳ ଓ ସାରଦା ପ୍ରସନ୍ନ ବଳ ପ୍ରମୁଖ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ସ୍ଥାନରେ ଧାନ ତଳି ରୋଇ ପ୍ରତିବାଦ ଜଣାଇଥିଲେ ।
ତେବେ ଏହି ଖାଲ ଖମା ଭର୍ତ୍ତି ବାଳିଚନ୍ଦ୍ରପୁର ବଜାର ରାସ୍ତାର ତୁରନ୍ତ ମରାମତି କରାନଗଲେ ଉପରୋକ୍ତ ଯୁବ ପ୍ରତିନିଧି ମାନେ ଖୁବଶୀଘ୍ର ରାସ୍ତା ଅବରୋଧ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।