Poor Mid-Day Meal Quality ନିମ୍ନମାନର ମଧ୍ୟାହ୍ନ ଭୋଜନ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ଘେରାଉ କଲେ ଗାଁଲୋକ

Nov 02, 2026 - 20:37
Poor Mid-Day Meal Quality ନିମ୍ନମାନର ମଧ୍ୟାହ୍ନ ଭୋଜନ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ଘେରାଉ କଲେ ଗାଁଲୋକ

ଡାବୁଗାଁ (ସଞ୍ଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ଫୁଲଭଟ୍ଟା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ନିମ୍ନମାନର ଅଭିଯୋଗ କରି ଆଜି (ସୋମବାର) ଗ୍ରାମବାସୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଘେରିଛନ୍ତି ।

Advertisment Car Accident ଡାବୁଗାଁରେ ମର୍ମନ୍ତୁଦ କାର୍‌ ଦୁର୍ଘଟଣା: ଏଲ୍‌ଆଇସି ଏଜେଣ୍ଟ ସୁଶାନ୍ତ ଓ ପତ୍ନୀଙ୍କ ମୃତ୍ୟୁ କେତେକ ଅଭିଭାବକ ଅଚାନକ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ରୋଷେଇ ଶାଳରେ ପହଞ୍ଚିଥିଲେ।

ସ୍କୁଲରେ ୭୦ ଜଣ ପିଲା ଉପସ୍ଥିତ ଥିଲେ।

ପିଲାଙ୍କ ପାଇଁ ଅଣ୍ଡା ରୋଷେଇ ଚାଲିଥିଲା।

କିନ୍ତୁ ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ରାନ୍ଧିବା ନିମନ୍ତେ ୫୦ ଗ୍ରାମ ତେଲ,ଗୋଟିଏ ଟମାଟୋ ଓ ତିନୋଟି ପିଆଜ ରୋଷେୟାକୁ ଦେଇଥିଲେ।

ଖାଦ୍ୟରେ ପିଲାଙ୍କୁ ଉଚିତ୍ ସାମଗ୍ରୀ ଦେଇ ନ ଥିବାରୁ ପ୍ରଧାନ ଶିକ୍ଷକଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ।

ଦାୟିତ୍ବରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ପଣ୍ଡା ଙ୍କୁ ତୁରନ୍ତ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ହଟାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Flood in Nabarangpur: ନବରଙ୍ଗପୁରରେ ଜଳପ୍ରଳୟ: ନବରଙ୍ଗପୁର-ଡାବୁଗାଁ, ଇନ୍ଦ୍ରାବତୀ-ଖାତିଗୁଡ଼ା ବିଚ୍ଛିନ୍ନ ସୂଚନା ଯୋଗ୍ୟ, ଶଙ୍କର୍ଷଣ ପଣ୍ଡାଙ୍କ ନାମରେ ପୂର୍ବରୁ ମଧ୍ୟ ବିଦ୍ୟାଳୟର ଆର୍ଥିକ ଅନୁଦାନ ବିନ‌ିଯୋଗରେ ଅନିୟମିତତା କରିଥିବା ନେଇ ପୂର୍ବତନ ପରିଚାଳନା କମିଟି ସଭାପତି ବିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ।

ନୂତନ ପରିଚାଳନା କମିଟି ଗଠନରେ ମଧ୍ୟ ଶଙ୍କର୍ଷଣ ପଣ୍ଡା ଗ୍ରାମବାସୀଙ୍କୁ ଅଣଦେଖା କରି କମିଟି ଗଠନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏନେଇ ବିଡିଓ, ଡିଇଓଙ୍କୁ ଭେଟି ଜଣାଇବେ ବୋଲି ଗ୍ରାମବାସୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)