Pollution: ପ୍ରଦୂଷଣ ଆଇନକୁ ଫୁ’: ଲଇକେରା ବ୍ଲକରେ ମାଫିଆ ମାଲେମାଲ୍, ପ୍ରଶାସନ ସାଜିଛି ନିଦାବିଷ୍ଣୁ
"ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ପ୍ରଦୂଷଣଆଇନର ଖୋଲାଖୋଲି ଉଲ୍ଲଂଘନଚାଲିଛି।
ବ୍ଲକର ଭାତଲଇଡ଼ା ପଂଚାୟତରେ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆସ ପାଉଁଶ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଥିଲା ବେଳେ ବର୍ତମାନ ପୁଣି ପ୍ରଦୂଷଣ ନିୟମକୁ କାଠଗଡ଼ାକୁ ଆଣି ଯେଉଁଆଡ଼େ ଦେଖିଲେ କେବଳ ଧୂସର ପାଉଁଶର ପାହାଡ଼ ନଜରକୁ ଆସୁଛି।
ଶିଳ୍ପସଂସ୍ଥାରୁ ବାହାରୁଥିବା ବିଷାକ୍ତ ଫ୍ଲାଇ ଆସ୍ ପାଉଁଶକୁ ବେଆଇନ ଭାବେ ଚାଷଜମି, ଗୋଚର ଏବଂ ଜନବସତି ଅଞ୍ଚଳରେ ସହିତ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଉଛି।
ବ୍ଲକର୍ ବିଭିନ୍ନ ପଞ୍ଚାୟତରେ ଆସ ଇଟା ଫ୍ୟାକ୍ଟ୍ରିରେ ଶତାଧିକ ହଇୱା ଆସ ଖୋଲାମେଲାରେ ପଡ଼ିଥିବା ଦେଖିବାକୁ ମିଳିଛି ।
ଏହି ବେଆଇନ କାରବାରରେ ପାଉଁଶ ମାଫିଆମାନେ ମାଲେମାଲ୍ ହେଉଥିବା ବେଳେ, ସ୍ଥାନୀୟ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି "ନିଦାବିଷ୍ଣୁ" ସାଜି ବସିଛି।Advertisment ଏଠାରେ ସବୁ ନିୟମ କାଗଜପତ୍ରରେ ସୀମିତ ସୂଚନା ଅନୁଯାୟୀ, ଲଇକେରା ବ୍ଲକର ସାହାସପୁରରୁ ବାମରା ଯାଇଥିବା ମୁଖ୍ୟ ରାସ୍ତା ନେପାଳ ବଗିଚା ନିକଟ ରାସ୍ତାକଡ଼ରେ ଗତକାଲି ମଙ୍ଗଳ ବାର ରାତି ସମୟରେ ଦୁଇ ହାଇୱା ଫ୍ଲାଏ ଆସ ଆଣି ଫିଙ୍ଗି ଦେଇ ଯାଇଥିବା ଦେଖିବାକୁ ମିଳିଛି ।
ଏହା ଛଡା ଭାତଲଇଡ଼ା, ନୀକ୍ତିମାଲ , ବାବୁଛିପିଡିହି , ସାରଙ୍ଗ ଲୋଇ , ଜାମ ମାଲ , ତିଲେଇ ମାଲ ଆଦି ବିଭିନ୍ନ ପଞ୍ଚାୟତରେ ଦିନ ଦ୍ୱିପ୍ରହରରେ ଏବଂ ରାତି ଅନ୍ଧାରରେ ଶହ ଶହ ହାଇୱା ଗାଡ଼ି ବିଷାକ୍ତ ପାଉଁଶ ଆଣି ମନଇଚ୍ଛା ଢାଳି ଚାଲିଛନ୍ତି।
ନିୟମ ଅନୁଯାୟୀ ପାଉଁଶ ପରିବହନ ଏବଂ ଏହାର ସଦୁପଯୋଗ ପାଇଁ କଡ଼ା କଟକଣା ଥିଲେ ମଧ୍ୟ ଏଠାରେ ସବୁ ନିୟମ କାଗଜପତ୍ରରେ ସୀମିତ।
ପବନ ବହିଲେ ପାଉଁଶ ଗୁଣ୍ଡ ଉଡ଼ି ଆଖପାଖ ଗାଁର ଘରଦ୍ୱାର, ପିଇବା ପାଣିର ଉତ୍ସ ଏବଂ ଚାଷଜମି ଉପରେ ଜମି ରହୁଛି।
ଏହା ଦ୍ୱାରା ଲୋକମାନେ କାଶ, ଆଜ୍ମା, ଚର୍ମରୋଗ ଏବଂ ଆଖି ସମସ୍ୟା ଭଳି ଅନେକ ଗମ୍ଭୀର ରୋଗର ଶିକାର ହେଉଛନ୍ତି।
ଏହାକୁ ନେଇ ସାହାସପୁର ଗ୍ରାମର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ରଣା କହିଛନ୍ତି "ଆମେ ଏଠି ନିଶ୍ୱାସ ନେଇପାରୁନୁ।
ଖାଇବା ଥାଳିଠାରୁ ଆରମ୍ଭ କରି ଶୋଇବା ବିଛଣା ପର୍ଯ୍ୟନ୍ତ ସବୁଠି ଖାଲି ପାଉଁଶ ଗୁଣ୍ଡ।
ମାଫିଆମାନେ ପଇସା କମାଉଛନ୍ତି, କିନ୍ତୁ ଆମ ଜୀବନ ମରଣ ସହ ସଂଗ୍ରାମ କରୁଛି।
ପ୍ରଶାସନକୁ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି।" ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦିନକୁ ଦିନ ଏହି ସମସ୍ୟା ଉଗ୍ର ରୂପ ଧାରଣ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
ପ୍ରଶାସନର ଏହି ନୀରବତା ପଛରେ ମାଫିଆ ଏବଂ କିଛି ଅସାଧୁ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ଆଇନକୁ ଆଙ୍ଗୁଠି ଦେଖାଇ ଚାଲିଥିବା ଏହି ମାଫିଆରାଜ୍ ଯୋଗୁଁ ଅଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଲଇକେରାର ବିଭିନ୍ନ ପଞ୍ଚାୟତର ଜନସାଧାରଣ ଏବେ ଏହି ପ୍ରଦୂଷଣ ବିରୋଧରେ ଏକାଠି ହେବାକୁ ଆରମ୍ଭ କଲେଣି।
ଯଦି ତୁରନ୍ତ ଏହି ବେଆଇନ ପାଉଁଶ ଗଦା କରିବା ବନ୍ଦ କରାନଯାଏ ଏବଂ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ରାଜପଥକୁ ଓହ୍ଲାଇବା ସହ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । https://sambad.in/district/rayagada/free-bus-service-in-rayagada-for-neet-ug-re-exam-candidates-12047153 "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।