01 NOVEMBER 2026

Welcome!

Unlock your personalized experience.
Sign Up

Pollution: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କଟକଣା, ଗୁରୁଗ୍ରାମ ସୀମାରେ ୫ କିମି ଯାଏଁ ଗାଡ଼ି ଜାମ୍

Nov 01, 2026 - 18:26
Pollution: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କଟକଣା, ଗୁରୁଗ୍ରାମ ସୀମାରେ ୫ କିମି ଯାଏଁ ଗାଡ଼ି ଜାମ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ଯାନବାହନ କଟକଣା ଲାଗୁ ହେବା ପରେ ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ରବିବାର ସକାଳୁ ସାରହୌଲ୍ ସୀମା ଓ ଟୋଲ୍ ପ୍ଲାଜା ନିକଟରେ ଗାଡ଼ିର ଲମ୍ବା ଧାଡ଼ି ଲାଗିଥିଲା। ଜାତୀୟ ରାଜପଥ-୪୮ରେ ପ୍ରାୟ ୫ କିଲୋମିଟର ଯାଏଁ ଗାଡ଼ି ଅଟକି ରହିଥିଲା।

ଦିଲ୍ଲୀ ସରକାରଙ୍କ ନିୟମ ଅନୁସାରେ, ନଭେମ୍ବର ୧ରୁ ଜାନୁଆରି ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜିକୃତ ବିଏସ୍‌-୬ ମାନକରୁ କମ୍ ପେଟ୍ରୋଲ ଓ ଡିଜେଲ୍ ଗାଡ଼ିକୁ ରାଜଧାନୀରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥିରେ ବିଏସ୍‌-୩ ଓ ବିଏସ୍‌-୪ ଗାଡ଼ି ମଧ୍ୟ ରହିଛି। ତେବେ ସିଏନ୍‌ଜି, ଇଲେକ୍ଟ୍ରିକ୍ ଓ ବିଏସ୍‌-୬ ଗାଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।

Sundargarh: ଯାନବାହନ ପ୍ରେମରେ ଜିଲ୍ଲାର ମହିଳା: ଡିଏଲ୍‌ଧାରୀଙ୍କ ତୁଳନାରେ ରାଜ୍ୟର ତୃତୀୟ ସ୍ଥାନରେ ସୁନ୍ଦରଗଡ଼

ଯାଞ୍ଚ ପାଇଁ ପ୍ରାୟ ୫୦ ଜଣ ଟ୍ରାଫିକ୍ ଓ ହରିୟାଣା ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ। ନିୟମ ଉଲ୍ଲଂଘନକାରୀ ଗାଡ଼ିକୁ ଚାଲାଣ କାଟି ଫେରାଇ ଦିଆଯାଉଥିଲା। ଫଳରେ ଅନେକ ଯାତ୍ରୀ ଦୁଇ ଘଣ୍ଟାରୁ ଅଧିକ ସମୟ ଟ୍ରାଫିକ୍‌ରେ ଫସି ରହିଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଜାମ୍ ଅପରାହ୍ଣ ପ୍ରାୟ ୩ଟାରେ କମିଥିଲା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାରଙ୍କ ଏହି ପଦକ୍ଷେପ ଯାତ୍ରୀଙ୍କ ପାଇଁ ଭାରି ଯନ୍ତ୍ରଣାଦାୟକ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)