Political Turmoil Deepens as BJD: ଖାଲି ହୋଇଯିବ କି ବିଜେଡି ଭାଡ଼ି! ପଞ୍ଚାୟତ ଭୋଟ୍ ପୂର୍ବରୁ ସଫା ହୋଇଯିବ କି ଦଳ ?
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନରୁ ସ୍ପଷ୍ଟ ଯେ ବିଜେଡିର ଅନ୍ଦର ମହଲର ହାଲ୍ କେତେ ସଙ୍ଗୀନ। କେମିତି ବିଜେଡି ନେତା ଲବି କରୁଛନ୍ତି ପଦ୍ମ ପୋଖରୀରରେ ବୁଡ଼ ପକାଇବାକୁ। ତାଲିକା ବେଶ୍ ଲମ୍ବା। ଦୁଇ ବର୍ଷରେ ତିନି ରାଜ୍ୟସଭା ସାଂସଦ ବିଜେଡି ଛାଡିଲେ। ୮ ବିଧାୟକ ରାଜ୍ୟ ସଭାରେ କ୍ରସ୍ ଭୋଟିଂ କରି ନବୀନଙ୍କ ନେତୃତ୍ବକୁ ଅଗ୍ରାହ୍ୟ କରିଦେଲେ। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ବିଜେଡି ନେତା ଓ କର୍ମୀ ଆଉ ନବୀନଙ୍କ ନେତୃତ୍ବକୁ ଭରସା କରିପାରୁନାହାନ୍ତି। ଆଉ ସୁଜାତାଙ୍କ ଏଣ୍ଟ୍ରି ପରେ ତ ଦଳର ବରିଷ୍ଠ ଓ କିଛି ପୂର୍ବତନ ବିଧାୟକ ପୁରା ଫଁ ଫଁ। ବିଜେଡିର ନାଡ଼ି ମାପି ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସଫା ହୋଇଯିବ। ବହୁ ବିଜେଡି ବିଧାୟକ ବିଜେପି ଲିଙ୍କ୍ ରେ ଅଛନ୍ତି। ଦଦରା ନାଆକୁ ଭରସା କରିପାରୁନାହାଁନ୍ତି ବିଜେଡି ନେତା ଓ କର୍ମୀ। ବିଜେଡି କହିଛି, ଆମ ନେତାଙ୍କୁ ଅପହରଣ କରି ନେଉଛି ବିଜେପି। କିନ୍ତୁ ଲୋକମତ ଶାସକ ଦଳ ବିରୋଧରେ ତୀବ୍ର ହେଲାଣି।
ସେପଟେ ବାପା ପ୍ରଭାତ ବିଶ୍ବାଳ ବିଜେପିରେ ସାମିଲ୍ ହେବା ପରେ କଣ ହେବ ପୁଅ ସୌଭିକ୍ ବିଶ୍ବାଳଙ୍କ ଭାଗ୍ୟ। ଯଦିଓ ତାଙ୍କୁ ବିଜେଡି ରାଜ୍ୟସଭା କ୍ରସ୍ ଭୋଟିଂ ପାଇଁ ନିଲମ୍ବନ କରିଛି କିନ୍ତୁ ଏପର୍ଯ୍ୟନ୍ତ ବହିଷ୍କାର କରିନାହିଁ। ଗତକାଲି ବାପା ପ୍ରଭାତ ବିଶ୍ବାଳଙ୍କ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ସୌଭିକଙ୍କୁ। କଣ ସୌଭିକଙ୍କ ବିଜେପି କ୍ୟାମ୍ପରେ ଆବିର୍ଭାବକୁ ନେଇ ବିଜେଡି ତାଙ୍କୁ ବହିଷ୍କାର କରିବାକୁ ସାହସ କରିବ ନା ଆଉ କିଛି ସମୀକରଣକୁ ଅପେକ୍ଷା କରିବ। କାରଣ ବିଜେଡିର ସଂଗଠନ ଚୌଦ୍ବାରରେ ପ୍ରଭାତ ବିଶ୍ବାଳଙ୍କ ପାଇଁ ହିଁ ମଜବୁତ ଥିଲା। କିନ୍ତୁ ପ୍ରଭାତଙ୍କୁ ବହିଷ୍କାର ପରେ ଏବେ ଦୁଇ ବାହାରିଆ ନେତା ପ୍ରତାପ ଜେନା ଓ ଦେବୀ ମିଶ୍ର ଚୌଦ୍ବାରରେ ସଂଗଠନକୁ ସୁଦୃଢ କରିବାକୁ ଦାୟିତ୍ବ ନେଇଛନ୍ତି। ତେବେ ଏହା କେତେ ଫଳପ୍ରଦ ହେବ ତାହା ଭବିଷ୍ୟତ କହିବ। ପ୍ରଭାତଙ୍କ କ୍ୟାମ୍ପ କିନ୍ତୁ ବିଜେପିକୁ ନେଇ ବେଶ୍ କନଫିଡେଣ୍ଟ।
ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଛି। ବିଜେପି କଟକ ଦଖଲ ପାଇଁ ପ୍ରଥମେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ଏବେ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ନିଜ ଟିମ୍ ରେ ସାମିଲ୍ କରି ବଳ ବଢ଼ାଇଛି। ଦେଖିବାର କଥା କଟକ ପଲିଟିକ୍ସ ଆଗକୁ କେଉଁ ମୋଡ଼ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।