Police: ପୁଣି ଖାକିରେ ଦାଗ, ରାତିରେ ପର ଘରେ ପଶି ପୁଲିସ ହଟହଟା
"ରଣପୁର: ସାରା ରାଜ୍ୟରେ ପୁଲିସ ନିନ୍ଦା ଅପବାଦ ମୁଣ୍ଡାଇ ଚାଲିଥିବା ବେଳେ ନୟାଗଡ଼ ପୁଲିସକୁ ଶନିଦଶା ପଡ଼ିଥିବା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।
ଜୁଲାଇ ୧୦ ତାରିଖ ରାତି ଦୁଇଟା ସମୟରେ ରଣପୁର କୋର୍ଟରେ କାର୍ଯ୍ୟରତ ଅତିରିକ୍ତ ଉପ ନିରୀକ୍ଷକ ପ୍ରଶାନ୍ତ ପରିଡା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବଦକୁଅ ସାହିରେ ଜଣେ ଭଦ୍ରବ୍ୟକ୍ତିଙ୍କ ଘର ବାଡ଼ିପଟୁ ପଶିଥିଲେ।
ଘର ମାଲିକ ଓ ତାଙ୍କ ପୁଅ ଜାଣି ପାରି ପୁଲିସ ପରିଡାଙ୍କୁ ଧରି ମୋବାଇଲରୁ ତଥ୍ୟ ପାଇଁ ମୋବାଇଲକୁ ଛାଡ଼ିଥିଲେ।
ପୁଲିସ ପରିଡା ପୂର୍ବରୁ ତାଙ୍କ ଘରେ କିଛି ମାସ ଭଡ଼ାରେ ରହୁଥିଲେ।
କିନ୍ତୁ ଘର ଭଡ଼ା ନଦେଇ କିଛି ମାସ ହେଲା ଅନ୍ୟତ୍ର ନୂଆ କୋର୍ଟ ନିକଟରେ ରହୁଥିଲେ।Advertisment ଭଦ୍ର ଲୋକଙ୍କ ଘରେ ଏତେ ରାତିରେ ପଶିଥିଲେ ପୁଲିସ ପରିଡାଙ୍କୁ ଘର ମାଲିକ ଓ ତାଙ୍କ ପୁଅକୁ ଧରିବା ପରେ ବଦକୁଅ ସାହି ବାସିନ୍ଦା ଉଠି ପରିଡାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ।
ପୁଲିସ ପରିଡା କାହିଁକି ଭଦ୍ର ଲୋକଙ୍କ ଘରେ ଏତେ ରାତିରେ ପଶିଥିଲେ ସଠିକ ଉତ୍ତର ଦେଇ ପାରିନଥିଲେ।
ପ୍ରଶାନ୍ତ ପରିଡା ପୁଲିସ ଉପସ୍ଥିତ ଲୋକଙ୍କୁ ଭୁଲ ମାଗିବା ଯୋଗୁଁ ଛାଡ଼ି ଦେଇଥିଲେ ମଧ୍ୟ ଅଟକ ସମୟର ସଚିତ୍ର ଫଟୋ ସାମାଜିକ ଗଣମାଧ୍ୟମରେ ବୁଲିବା ଖାକିରେ ଦାଗ ବୋଲି ଆଲୋଚନା ହେଉଛି।
ସୂଚନା ଅନୁଯାୟୀ ପୁଲିସ ପ୍ରଶାନ୍ତ ପରିଡା ପୁରୀ ଘୋଷଯାତ୍ରା ଡିଉଟିରେ ଯିବା ସାର୍ଟିଫିକେଟ ଜୁଲାଇ ୧୦ ତାରିଖରୁ କଟା ସରିଥିଲେ ମଧ୍ୟ ରଣପୁରର କାଣ୍ଡକାରଖାନା ଚର୍ଚାରେ।
Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।