police brutality: ପୁଲିସର ମନମାନି ବିରୋଧରେ ବିକ୍ଷୋଭ: ଥାନା ସମ୍ମୁଖରେ ଧାରଣା ଦେଲେ କର୍ପୋରେଟର୍‌

Aug 03, 2026 - 04:17
police brutality: ପୁଲିସର ମନମାନି ବିରୋଧରେ ବିକ୍ଷୋଭ: ଥାନା ସମ୍ମୁଖରେ ଧାରଣା ଦେଲେ କର୍ପୋରେଟର୍‌

"ଖଣ୍ଡଗିରି: ଖଣ୍ଡଗିରି ଥାନା ପୁଲିସର ମନମୁଖୀ କାର୍ଯ୍ୟ ନେଇ ୬୫ ନମ୍ବର ୱାର୍ଡ କର୍ପୋରେଟର୍‌ ରଶ୍ମିରଞ୍ଜନ ପାଟ୍ଟଶାଣୀ ଓ ତାଙ୍କର ସମର୍ଥକମାନେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

ଏକ ମାମଲାର ତଦନ୍ତ କରିବାକୁ ଯାଇ ଖଣ୍ଡଗିରି ଥାନା ପୁଲିସ ଶ୍ରୀ ପାଟ୍ଟଶାଣୀଙ୍କ ଅନୁପସ୍ଥିତିରେ ୱାର୍ଡ କାର୍ଯ୍ୟାଳୟରେ ଚଢ଼ଉ କରିବା ଏବଂ ଗାଳିଗୁଲଜ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଆଜି ପ୍ରାୟ ୨ଘଣ୍ଟା ଧରି କର୍ପୋରେଟର୍‌ ଓ ତାଙ୍କର ସମର୍ଥକମାନେ ଥାନାର ମୁଖ୍ୟଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ।

ଏନେଇ ଜୋନ୍‌-୩ ଏସିପି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବା ସହିତ ଥାନାଧିକାରୀଙ୍କ ବିରୋଧରେ ଦାବିପତ୍ର ଗ୍ରହଣ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।Advertisment Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା ସୂଚନାଯୋଗ୍ୟ, ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲରେ ସିଏମ୍‌ସି ବୈଠକ ସମୟରେ ଗଣ୍ଡଗୋଳ ନେଇ ଖଣ୍ଡଗିରି ଥାନାରେ ଦୁଇପକ୍ଷ ଅଭିଯୋଗ କରିଥିଲେ।

ବୈଠକରେ ଅଭିଭାବକମାନଙ୍କୁ ଧମକାଇ ତଡ଼ି ଦିଆଯାଉଥିବା ଏବଂ କର୍ପୋରେଟର୍‌ଙ୍କ ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଉଥିବା ନେଇ ଗୋଟିଏ ପକ୍ଷ କର୍ପୋରେଟର୍‌ ଶ୍ରୀ ପାଟ୍ଟଶାଣୀଙ୍କ ନାମରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷେ ବାହାର ଲୋକେ ସ୍କୁଲ୍‌ ଭିତରେ ପଶି ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ କର୍ପୋରେଟର୍‌ ଶ୍ରୀ ପାଟ୍ଟଶାଣୀ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ଏହି ମାମଲାରେ ପୁଲିସ ୱାର୍ଡ କାର୍ଯ୍ୟାଳୟରେ ଚଢ଼ଉ କରିବା ସମୟରେ ଶ୍ରୀ ପାଟ୍ଟଶାଣୀ ସେଠାରେ ଅନୁପସ୍ଥିତ ଥିଲେ।

ତାଙ୍କ ଅନୁପସ୍ଥିତିରେ ପୁଲିସ କର୍ମଚାରୀମାନେ ଶ୍ରୀ ପାଟ୍ଟଶାଣୀଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରିଥିଲେ ବୋଲି ଶ୍ରୀ ପାଟ୍ଟଶାଣୀ ଅଭିଯୋଗ କରିଛନ୍ତି।

Horoscope 2026 August 03: ଜାଣନ୍ତୁ ଆଜିର ରାଶିଫଳ ଏ ସମ୍ପର୍କରେ ଶ୍ରୀ ପାଟ୍ଟଶାଣୀ କହିଛନ୍ତି, ବିନା ପ୍ରମାଣରେ କିଛି ଗୁଣ୍ଡାଶ୍ରେଣୀୟ ବ୍ୟକ୍ତିଙ୍କ ଇଙ୍ଗିତରେ ପୁଲିସ ତାଙ୍କୁ ଏଭଳି ହଇରାଣ କରୁଛନ୍ତି।

ଆଗକୁ ନିର୍ବାଚନ ଆସୁଥିବାରୁ କିଛି ଲୋକ ତାଙ୍କ ହଇରାଣରେ ପକାଇବାକୁ ଏଭଳି ମିଥ୍ୟା ଅଭିଯୋଗ କରୁଛନ୍ତି।

ଏନେଇ ଡିସିପି ଓ ଏସିପିଙ୍କ ସହିତ ଆଲୋଚନା କରିବା ସହ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଆଜି ଶ୍ରୀ ପାଟ୍ଟଶାଣୀଙ୍କୁ ସମର୍ଥନ ଜଣାଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଓ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ସମେତ ଶ୍ରୀ ପାଟ୍ଟଶାଣୀଙ୍କ ସମର୍ଥନରେ ୫୦ରୁ ଅଧିକ ଲୋକ ଧାରଣାରେ ବସି ରହିଥି‌ଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।