Poetry rains: କିମାଶ୍ଚର୍ଯ୍ୟମ୍: ବୋମା ବଦଳରେ କବିତା ବର୍ଷା
"ଗତ ୨୦ ତାରିଖରେ ସ୍ପେନ୍ର ବାର୍ସିଲୋନା ସହର ଉପରେ ହେଲିକପ୍ଟର୍ରୁ ଏକ ଲକ୍ଷରୁ ଅଧିକ କବିତାଲେଖା କାଗଜ ବର୍ଷା କରାଯାଇଥିଲା।
ସ୍ପେନ୍ରେ ଏକଛତ୍ରବାଦ ଉଚ୍ଛେଦ ହୋଇ ଗଣତନ୍ତ୍ର ସ୍ଥାପନ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ପ୍ରତୀକାତ୍ମକ "ବୋମା ବର୍ଷଣ" ଆୟୋଜିତ ହୋଇଥିଲା। "ସ୍ବାଧୀନତା" ବିଷୟବସ୍ତୁକୁ ନେଇ ୫୦ କାଟାଲାନ୍ ଓ ୫୦ ସ୍ପାନିସ୍ କବିଙ୍କ ଦ୍ବାରା ରଚିତ ସେହି କବିତାଗୁଡ଼ିକୁ "ବୁକ୍ମାର୍କ" ଶୈଳୀରେ ଛପାଯାଇଥିଲା।
ଚିଲି ଦେଶର "କାସାଗ୍ରାଣ୍ଡେ" ନାମକ କଳାକାର ସଂଘ ହେଉଛି ଏହାର ଆୟୋଜକ।
Advertisment Lord Jagannath: ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଅତୀତରେ ଆକାଶରୁ ବୋମା ମାଡ଼ର ଶିକାର ହୋଇଥିବା ସହରଗୁଡ଼ିକରେ ଏହି ସଂଘ ଅନୁରୂପ କବିତା ବର୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି।
ଉଲ୍ଲେଖଯୋଗ୍ୟ ଯେ, ୧୯୩୭ରୁ ୧୯୩୯ ଯାଏ ଚାଲିଥିବା ସ୍ପାନିସ୍ ଗୃହ ଯୁଦ୍ଧରେ ବାର୍ସିଲୋନା ସହର ଉପରେ ୧,୯୦୩ଟି ବୋମା ପକାଯାଇଥିଲା ଏବଂ ସେଥିରେ ୨,୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ଇତିହାସରେ ଲିପିବଦ୍ଧ ଅଛି।
ଏକଦା ବୋମା ଦ୍ବାରା କ୍ଷତାକ୍ତ ସ୍ଥାନଟି ଏହି କବିତା ବର୍ଷା ପରେ ଆଶା ଓ ସ୍ବାଧୀନତାର ପ୍ରତୀକ ପାଲଟିଛି।
Rain: ବର୍ଷାର ସଙ୍କେତ ନେଇ କୁଣ୍ଢେଇଗୋଳା ଗ୍ରାମକୁ ଆସିଲେଣି ପକ୍ଷୀ"