PM-RAHAT Scheme: ପିଏମ୍-ରାହତ ଯୋଜନା: ସଡ଼କ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା

Nov 05, 2026 - 12:12
PM-RAHAT Scheme: ପିଏମ୍-ରାହତ ଯୋଜନା: ସଡ଼କ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍-ରାହତ (PM-RAHAT) ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନା ଅଧୀନରେ ସଡ଼କ ଦୁର୍ଘଟଣାରେ ଆହତ ଯୋଗ୍ୟ ବ୍ୟକ୍ତିଙ୍କୁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧ ଲକ୍ଷ ୫୦ ହଜାର ଟଙ୍କାର ନଗଦବିହୀନ ଚିକିତ୍ସା ସୁବିଧା ମିଳିବ।

ଅର୍ଥାଭାବ ଯୋଗୁଁ ଯେପରି କୌଣସି ଆହତଙ୍କ ଚିକିତ୍ସାରେ ବିଳମ୍ବ ନହୁଏ, ସେଥିପ୍ରତି ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି।

ଏହି ଯୋଜନାର ସଫଳ ରୂପାୟନ ନେଇ ବୁଧବାର ବିହାର ପାଟନାସ୍ଥିତ ପୁରୁଣା ସଚିବାଳୟର ଅଧିବେଶନ ଭବନରେ ଏକଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା।

Advertisment ଏଥିରେ ପୁଲିସ, ପରିବହନ ଓ ସ୍ୱାସ୍ଥ୍ୟ ବିଭାଗ ସମେତ ଆୟୁଷ୍ମାନ ଭାରତ ସହ ଜଡ଼ିତ ହସ୍ପିଟାଲଗୁଡ଼ିକର ପ୍ରତିନିଧି ଯୋଗ ଦେଇଥିଲେ।

ଯୋଜନାର କାର୍ଯ୍ୟକାରିତା, ଦୁର୍ଘଟଣା ପୀଡ଼ିତଙ୍କ ପଞ୍ଜୀକରଣ, ପୁଲିସ ଯାଞ୍ଚ ଏବଂ ହସ୍ପିଟାଲରେ ଚିକିତ୍ସା ପ୍ରକ୍ରିୟାକୁ ସରଳ କରିବା ନେଇ ଆଲୋଚନା ହୋଇଥିଲା।

ବିହାର ପରିବହନ ସଚିବ ରାଜ କୁମାର କହିଥିଲେ ଯେ, ଦୁର୍ଘଟଣା ପୀଡ଼ିତଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ସୂଚନା ଫଳକ ଲଗାଇବାକୁ ପରାମର୍ଶ ଏଥିପାଇଁ ପରିବହନ, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଜରୁରୀ।

ଯୋଜନାର ଲାଭ ଯେପରି ପ୍ରତ୍ୟେକ ଯୋଗ୍ୟ ପୀଡ଼ିତଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ସମସ୍ତ ଅଧିକାରୀ ସଚେତନ ରହିବା ଆବଶ୍ୟକ।

ଏହାର ପ୍ରଚାର ପାଇଁ ହସ୍ପିଟାଲ ଓ ଜାତୀୟ ରାଜପଥ କଡ଼ରେ ସୂଚନା ଫଳକ ଲଗାଇବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ସେହିପରି ବିହାର ସ୍ୱାସ୍ଥ୍ୟ ବିଭାଗର ସଚିବ କୁମାର ରବି କହିଥିଲେ ଯେ, ଦୁର୍ଘଟଣା ପରେ ପ୍ରଥମ ଏକ ଘଣ୍ଟାକୁ 'ଗୋଲ୍ଡେନ୍ ଆୱାର୍' କୁହାଯାଏ।

ଏହି ସମୟ ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା ଆରମ୍ଭ କରାଗଲେ ଅନେକ ଜୀବନ ବଞ୍ଚାଯାଇପାରିବ।

ତେଣୁ ସମସ୍ତ ଦୁର୍ଘଟଣା ପୀଡ଼ିତଙ୍କ ପଞ୍ଜୀକରଣ ଏବଂ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ହସ୍ପିଟାଲଗୁଡ଼ିକୁ ଅନୁରୋଧ କରିଥିଲେ।

ଯୋଜନାରେ କ'ଣ ରହିବ ସୁବିଧା?

ପିଏମ୍-ରାହତ ଯୋଜନାରେ ଯୋଗ୍ୟ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଚିକିତ୍ସା ପାଇଁ ଅଗ୍ରିମ ଟଙ୍କା ଦେବାକୁ ପଡ଼ିବ ନାହିଁ।

ପ୍ରତି ପୀଡ଼ିତଙ୍କ ପାଇଁ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା ଦିନଠାରୁ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଏହି ଯୋଜନାରେ ବହନ କରାଯିବ।

ଡାଏଲ୍-୧୧୨, ଟିଏମ୍ଏସ୍ ୨.୦ ପୋର୍ଟାଲ୍ ଓ ପୁଲିସ ଯାଞ୍ଚ ମାଧ୍ୟମରେ ପୀଡ଼ିତଙ୍କ ପଞ୍ଜୀକରଣ ଓ ଚିକିତ୍ସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ।

Odisha to Appoint Data Officers ପରିସଂଖ୍ୟାନ ବିଭାଗରେ ନିଯୁକ୍ତି ପାଇବେ ଡାଟା ଅଫିସର, ସର୍ଭେରେ ଯୋଡ଼ି ହେବେ ଜିଲ୍ଲାପାଳ କର୍ମଶାଳାରେ ରାଜ୍ୟ ପରିବହନ ଆୟୁକ୍ତ ଆରିଫ୍ ଅହସନ୍ ଯୋଜନାରେ ଆର୍ଥିକ ପ୍ରତିବନ୍ଧକ ବିନା ଚିକିତ୍ସା ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ।

ଏଥିସହ ଡାଏଲ୍-୧୧୨ର ଭୂମିକା, ଟିଏମ୍ଏସ୍ ୨.୦ ପୋର୍ଟାଲ୍ରେ ପଞ୍ଜୀକରଣ, ଆଇରାଡ୍/ଇଡାର୍ ବ୍ୟବସ୍ଥା ଏବଂ ହସ୍ପିଟାଲଗୁଡ଼ିକର ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଦୁର୍ଘଟଣା ପୀଡ଼ିତଙ୍କୁ ନିକଟସ୍ଥ ଯୋଜନାଭୁକ୍ତ ହସ୍ପିଟାଲର ସୂଚନା ସହଜରେ ମିଳିବା ପାଇଁ ଗୁଗୁଲ୍ ମ୍ୟାପ୍ରେ ମଧ୍ୟ ଏହା ଉପଲବ୍ଧ କରାଇବାକୁ ପରାମର୍ଶ ଦିଆଯାଇଥିଲା।

ଏହି କର୍ମଶାଳାରେ ପୁଲିସ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହି ଯୋଜନାର ସୁଚାରୁ କାର୍ଯ୍ୟକାରିତା ନେଇ ମତ ରଖିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)