PM Modi Chennai Visit: ଆଜି ଚେନ୍ନାଇବାସୀଙ୍କୁ ୧୩ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ

Oct 11, 2026 - 09:57
PM Modi Chennai Visit: ଆଜି ଚେନ୍ନାଇବାସୀଙ୍କୁ ୧୩ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଚେନ୍ନାଇ ଗସ୍ତ କରିବେ।

ଏହି ଗସ୍ତ ସମୟରେ ସେ ୧୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏଥିରେ ମେଟ୍ରୋ ରେଳ, ଜାତୀୟ ରାଜପଥ, ରେଳ ଓ ବନ୍ଦର ଭିତ୍ତିଭୂମି ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ପୁନାମାଲ୍ଲୀ-ଭଡାପାଳନୀ ସେକ୍ସନର ଉଦ୍ଘାଟନ କରିବେ।

ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୪,୯୦୦ କୋଟି ଟଙ୍କା।

ଏହା ସହ ସେ ପୋରୁର ବାଇପାସ୍ ଷ୍ଟେସନରୁ ପୁନାମାଲ୍ଲୀ ବାଇପାସ୍ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ ଏବଂ ଫେରିବେ।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ "ଏକ୍ସ"ରେ ଏକ ପୋଷ୍ଟ କରି ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜଳକଣ୍ଡେଶ୍ୱର ମନ୍ଦିରରେ ପ୍ରାର୍ଥନା କରିବା ସହ ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟ୍ରିକ୍ୟୁଲେସନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ।

ଗସ୍ତ ସମୟରେ ପ୍ରାୟ ୩,୭୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ଏଥିରେ ଏନ୍ଏଚ୍-୭୪୪ର ଭାଦୁଗାପଟ୍ଟି-ତେରକୁଭେଙ୍ଗାଲୁର ୩୬ କିଲୋମିଟର ଲମ୍ବା ରାସ୍ତାକୁ ଚାରି ଲେନ୍ କରିବା ଏବଂ ମଦୁରାଇ ରିଙ୍ଗ୍ ରୋଡ୍ର ୩୦ କିଲୋମିଟର ଅଂଶ ସମ୍ପର୍କିତ ପ୍ରକଳ୍ପ ରହିଛି। நாளை, அக்டோபர் 11 அன்று, சென்னையில் ரூ.

13,000 கோடி மதிப்பிலான பல்வேறு வளர்ச்சித் திட்டங்களுக்கு அடிக்கல் நாட்டும் நிகழ்வும் நிறைவடைந்த திட்டங்களின் துவக்க விழாவும் நடைபெறுகின்றன.சென்னை மெட்ரோ ரயில் திட்டம் இரண்டாவது கட்டத்தின் பூந்தமல்லி-வடபழனி வழித்தடம் துவக்கி வைக்கப்படும்.… — Narendra Modi (@narendramodi) October 10, 2026 ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏଥିସହ ତିରୁଭରୁର ବାଇପାସ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

ପ୍ରାୟ ୭୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ଏହି ଗସ୍ତର ଅଂଶବିଶେଷ।

ଏହା ଦ୍ୱାରା ରାଜ୍ୟର ଯାତାୟାତ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ।

କୋଏମ୍ବାଟୁର ଏବଂ ଏହାର ଆଖପାଖ ଅଞ୍ଚଳରେ ନୂତନ ଫ୍ଲାଏଓଭର ନିର୍ମାଣ ସହ ତାମିଲନାଡୁରେ ବନ୍ଦର ସମ୍ପର୍କିତ ଭିତ୍ତିଭୂମିର ସମ୍ପ୍ରସାରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଏଥିସହ ଆଇଆଇଟି ମାଡ୍ରାସରେ ସୁଧା ଗୋପାଳକୃଷ୍ଣନ ମସ୍ତିଷ୍କ କେନ୍ଦ୍ରର ଉଦ୍ଘାଟନ କରାଯିବ।

UN: ସିଜେପି ପ୍ରତିବାଦ ନେଇ ଜାତିସଂଘର ପ୍ରତିକ୍ରିୟା: କଡ଼ା ଜବାବ ଦେଲା ଭାରତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)