PM Modi: ସେଶେଲ୍ସର ସର୍ବୋଚ୍ଚ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
"ଭିକ୍ଟୋରିଆ: ପରିବେଶ ସଂରକ୍ଷଣ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଶେଲ୍ସର ସର୍ବୋଚ୍ଚ ରାଷ୍ଟ୍ରପତି ସମ୍ମାନ ''ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍'' ପ୍ରଦାନ କରାଯାଇଛି।
ଦ୍ୱୀପରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିବା ସହ ଏହାକୁ ଜଳବାୟୁ ପରିବର୍ତ୍ତନର ବଢ଼ୁଥିବା ଆହ୍ୱାନର ସାମ୍ନା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶ ପ୍ରତି ଉତ୍ସର୍ଗ କରିଛନ୍ତି।
ସୋସିଆଲ ମିଡିଆ ଆକାଉଣ୍ଟ ''ଏକ୍ସ'' ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସେଶେଲ୍ସର ଜନସାଧାରଣ, ସରକାର ଓ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କୁ ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଛନ୍ତି।
ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ''ଲାଇଫ୍ ମିଶନ'', ଆନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତିAdvertisment ମୁଖ୍ୟ ଅତିଥି ଭାବେ ଯୋଗଦେବେ ତେବେ ନିଜର ଏହି ତିନିଦିନିଆ ଗସ୍ତର ପ୍ରଥମ ଦିନରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ସେଶେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହ ଷ୍ଟେଟ୍ ହାଉସଠାରେ ଏକ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ରଣନୀତିକ ସମ୍ପର୍କ, ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।
ଭାରତର ''ମହାସାଗର'' ଭିଜନ ଅଧୀନରେ ସେଶେଲ୍ସ ଭାରତର ଏକ ପ୍ରମୁଖ ସାମୁଦ୍ରିକ ସହଯୋଗୀ ଅଟେ।
ଆସନ୍ତା ସୋମବାର ପ୍ରଧାନମନ୍ତ୍ରୀ ସେଶେଲ୍ସର ସୁବର୍ଣ୍ଣ ଜୟନ୍ତୀ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ସେଠାକାର ଜାତୀୟ ସଭାକୁ ସମ୍ବୋଧିତ କରିବା ସହ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ମତ ବିନିମୟ କରିବେ।
Heat Wave: ଫ୍ରାନ୍ସରେ ଗ୍ରୀଷ୍ମ ପ୍ରବାହ ତାଣ୍ଡବ: ନେଲାଣି ୧,୦୦୦ରୁ ଅଧିକ ଜୀବନ, ସରକାରୀ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ରିପୋର୍ଟ ଜାରି "