PM Kisan 24th Installment: ୨୪ତମ ପିଏମ୍ କିଷାନ କିସ୍ତି: ଓଡ଼ିଶାର ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି ଟଙ୍କା

Oct 29, 2026 - 17:45
PM Kisan 24th Installment: ୨୪ତମ ପିଏମ୍ କିଷାନ କିସ୍ତି: ଓଡ଼ିଶାର ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି ଟଙ୍କା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଦିବସ ଅବସରରେ ଅକ୍ଟୋବର ୩୦ (ଶୁକ୍ରବାର) ପ୍ରଧାନମନ୍ତ୍ରୀ କିଷ‌ାନ ସମ୍ମାନ ନିଧି (ପିଏମ୍‌ କିଷ‌ାନ) ଯୋଜନାର ୨୪ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ୍‌ ଖାତାକୁ ଆସିବ।

ଏହି କ୍ରମରେ, ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ।

Advertisment PM Kisan: ଅକ୍ଟୋବର ୩୦ରେ ଆସିବ 'ପିଏମ୍ କିଷାନ'ର ଆଗାମୀ କିସ୍ତି!

ଲାଭ ପାଇବା ପାଇଁ କ'ଣ କରିବେ ଆପଣ?

ଏନେଇ ଗୁଜରାଟର ବନାସକାଣ୍ଠା ଠାରେ ଜାତୀୟସ୍ତରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ।

PM Kisan: ପିଏମ-କିଷାନ ଯୋଜନାରେ ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି ଏହି ପରିପ୍ରେକ୍ଷୀରେ, ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ଉଚ୍ଚାଧିକାରୀମାନେ ଉପସ୍ଥିତ ରହିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)