PMଙ୍କ ବିରୋଧରେ ପୋଷ୍ଟ; ଚଣ୍ଡୀଗଡ଼ କୋର୍ଟରେ ହାଇଦ୍ରାବାଦ ଯୁବକଙ୍କ ଜାମିନ ଆବେଦନ ଖାରଜ
"ଚଣ୍ଡୀଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଭ୍ରମାତ୍ମକ ଓ ଅପମାନଜନକ ପୋଷ୍ଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ହାଇଦ୍ରାବାଦର ବାସିନ୍ଦା ହାସନ୍ ମୋହିଉଦ୍ଦିନ୍ ସିଦ୍ଦିକିଙ୍କ ଜାମିନ ଆବେଦନକୁ ଚଣ୍ଡୀଗଡ଼ର ଏକ ଦୌରା କୋର୍ଟ ଖାରଜ କରିଛନ୍ତି ।
ଅତିରିକ୍ତ ଦୌରା ବିଚାରପତି ରୋହିତ ୱାଟ୍ସ ମେ ୨୫ରେ ତାଙ୍କ ଜାମିନ ଖାରଜ କରିଥିବା ବେଳେ ବିସ୍ତୃତ ଆଦେଶ ଜୁଲାଇ ୩୦ରେ ସାର୍ବଜନୀନ ହୋଇଛି ।Advertisment ଚଣ୍ଡୀଗଡ଼ ସାଇବର କ୍ରାଇମ୍ ଥାନାରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଅନୁସାରେ, ଅଭିଯୁକ୍ତ ଏକ୍ସରେ ଏଭଳି ଏକ ପୋଷ୍ଟ ପ୍ରଚାର କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଭିତ୍ତିହୀନ ଓ ଭ୍ରମାତ୍ମକ ଦାବି କରାଯାଇଥିଲା ।
ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁଯାୟୀ, ଏହି ପୋଷ୍ଟର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କ ସମ୍ମାନହାନି କରିବା, ସାମାଜିକ ବିଭେଦ ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ।
ଏହି ମାମଲାରେ ଡିଜିଟାଲ୍ ଜାଲିଆତି ସମ୍ବନ୍ଧୀୟ ଧାରା ମଧ୍ୟ ଲାଗୁ କରାଯାଇଛି ।
Flood In Balangir: ଲୋଇସିଂହା ଜଳବନ୍ଦିଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଅଭୟ ଯୋଶୀ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କ ମହକିଲ କୌଣସି ପରିବର୍ତ୍ତିତ ଭିଡିଓ ପ୍ରସାର କରିନଥିଲେ କିମ୍ବା ମାନହାନିକର ମନ୍ତବ୍ୟ ଦେଇନଥିଲେ ।
ସେ କେବଳ ଭିଡିଓଟିର ସତ୍ୟତା ଜାଣିବା ପାଇଁ "ଗ୍ରୋକ୍" ଏଆଇକୁ ପ୍ରଶ୍ନ କରିଥିଲେ ବୋଲି ସେ ଦାବି କରିଥିଲେ ।
ଅନ୍ୟପକ୍ଷରେ, ସ୍ୱତନ୍ତ୍ର ସରକାରୀ ଓକିଲ ମନୁ କୁକର ଅଦାଲତରେ କହିଥିଲେ ଯେ, କୌଣସି ଆଧାର ନ ଥାଇ ଏପରି ପୋଷ୍ଟ ପ୍ରଚାର କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କ ସମ୍ମାନକୁ କ୍ଷୁଣ୍ଣ କରିବା ।
ବିଚାରପତି ରୋହିତ ୱାଟ୍ସ ତାଙ୍କ ଆଦେଶରେ କହିଛନ୍ତି, ମତପ୍ରକାଶର ସ୍ୱାଧୀନତା ଏକ ମୌଳିକ ଅଧିକାର ହୋଇଥିଲେ ମଧ୍ୟ ଏହା ଅସୀମ ନୁହେଁ ।
ଏହା ସହ ଜଣେ ଦାୟିତ୍ୱବାନ ନାଗରିକ ଭାବେ ସଚେତନତାର ସହିତ ମତ ପ୍ରକାଶ କରିବାର ଉତ୍ତରଦାୟିତ୍ବ ମଧ୍ୟ ରହିଛି ।
ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରାଯାଇପାରେ, କିନ୍ତୁ ତାହା ମାନହାନିକର ସ୍ତରକୁ ଯିବା ଉଚିତ ନୁହେଁ ।
ଅଦାଲତ କହିଛନ୍ତି, ତଦନ୍ତ ଏଯାବତ୍ ଜାରି ଥିବାରୁ ବର୍ତ୍ତମାନ ସମୟରେ ଜାମିନ ଦେବା ନ୍ୟାୟର ସ୍ୱାର୍ଥରେ ହେବ ନାହିଁ ।
ତା" ସହ ଜାମିନ ଆବେଦନ ଉପରେ କରାଯାଇଥିବା ପର୍ଯ୍ୟବେକ୍ଷଣକୁ ମାମଲାର ଚୂଡ଼ାନ୍ତ ମତ ବୋଲି ବିବେଚନା କରାଯିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।