30 JULY 2026

Welcome!

Unlock your personalized experience.
Sign Up

ହଂସଲପୁରରେ ମାରୁତି ସୁଜୁକିର ଚତୁର୍ଥ ୟୁନିଟରୁ ଉତ୍ପାଦନ ଆରମ୍ଭ

Jul 30, 2026 - 22:28
ହଂସଲପୁରରେ ମାରୁତି ସୁଜୁକିର ଚତୁର୍ଥ ୟୁନିଟରୁ ଉତ୍ପାଦନ ଆରମ୍ଭ

ନୂଆଦିଲ୍ଲୀ : ଗୁଜରାଟର ହଂସଲପୁରସ୍ଥିତ ଚତୁର୍ଥ ପ୍ଲାଣ୍ଟରୁ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ବାଣିଜ୍ୟକ ଉତ୍ପାଦନ ଆରମ୍ଭ ହୋଇଛି । ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨,୫୦,୦୦୦ ୟୁନିଟ୍‌ ରହିଛି । ଏହାଫଳରେ ହଂସଲପୁରରେ କମ୍ପାନିର ୪ଟି ଯାକ ୟୁନିଟ୍‌ରୁ ମୋଟ ବାର୍ଷିକ କାର୍‌ ଉତ୍ପାଦନ କ୍ଷମତା ୭.୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଛି । ଏଥିସହିତ ଦେଶରେ ମାରୁତି ସୁଜୁିକିର ମୋଟ କାର ଉତ୍ପାଦନ କ୍ଷମତା ୨୯ ଲକ୍ଷରେ ପହଞ୍ଚିଛି । କମ୍ପାନି ଏଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟେରି ଯାନ ଇ-ଭିଟାରା ଉତ୍ପାଦନ କରିବ ।

Flood In Odisha: ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ; ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।