Quack Treatment ଯନ୍ତ୍ରଣା ହେଉଥିଲା ଛାତିରେ, ଗଣ୍ଠିବଥା ଇନ୍‌ଜେକ୍ସନ୍‌ ଦେଇଦେଲେ, ରୋଗୀ ମୃତ

Jul 30, 2026 - 21:30
Quack Treatment ଯନ୍ତ୍ରଣା ହେଉଥିଲା ଛାତିରେ, ଗଣ୍ଠିବଥା ଇନ୍‌ଜେକ୍ସନ୍‌ ଦେଇଦେଲେ, ରୋଗୀ ମୃତ

"ସୁନ୍ଦରଗଡ଼: ଗ୍ରାମାଞ୍ଚଳରେ ଅଭିଜ୍ଞ ଡାକ୍ତରଙ୍କ ଅଭାବ, ଏଣୁ ସ୍ବାସ୍ଥ୍ୟସେବା ନିମନ୍ତେ ଔଷଧ ଦୋକାନ, କ୍ବାକ୍‌, କମ୍ପାଉଣ୍ଡର ଆଦିଙ୍କ ଉପରେ ଗାଁଲୋକ ଭରସା କରନ୍ତି।

ଏହି ଭରସା ବିପଜ୍ଜନକ ହେଲେ ହେଁ ବିକଳ୍ପହୀନ ଥିବାରୁ ଜୀବନମରଣ ଆଶଙ୍କାରେ କ୍ବାକ୍‌ଙ୍କ ଦୟାରେ ଚିକିତ୍ସା କରାଇଥାନ୍ତି।

ଏଭଳି ଏକ ଘଟଣାକ୍ରମେ ଆଜି ସୁନ୍ଦରଗଡ଼ରେ ଜଣେ କ୍ବାକ୍‌ ଛାତିଯନ୍ତ୍ରଣାରେ ପୀଡ଼ିତ ରୋଗୀଙ୍କୁ ଗଣ୍ଠିବଥା ନିବାରଣ ଇନ୍‌ଜେକ୍‌ସନ ଦେଇଥିଲେ।

ଏଥିରେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ, ରୋଗୀଙ୍କ ଭାଇ ସମ୍ପୃକ୍ତ କ୍ବାକ୍‌ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

Advertisment ଧରୁଆଡିହି ଥାନା ଅନ୍ତର୍ଗତ ଲେଢ଼ିମଙ୍ଗର ମୋହନ ସୁନ୍ୟାନୀ (୪୮)ଙ୍କ ଛାତି ଯନ୍ତ୍ରଣା ହୋଇଥିଲା।

ତାଙ୍କ ପରିବାର ଲୋକେ ଗୁରୁବାର ସକାଳ ସାଢ଼େ ୬ଟାରେ ଧରୁଆଡିହିର କ୍ବାକ୍‌ଙ୍କ ନିକଟକୁ ନେଇଥିଲେ।

ତାଙ୍କୁ କ୍ବାକ୍‌ ପରୀକ୍ଷା କରି ୮ଟାରେ ଆଣ୍ଠୁ ଗଣ୍ଠି ଦରଜ କମାଇବାର ଇଂଜେକ୍ସନ ଦେଇଥିଲେ।

ଏହା ପରେ ରୋଗୀ ଗୁରୁତର ହୋଇପଡ଼ିଥିଲେ।

ସ୍ଥିତି ସାଂଘାତିକ ହେଉଥିବା ଆଶଙ୍କା କରି କ୍ବାକ୍‌ ଅତି ତରବରରେ ରୋଗୀଙ୍କ ଭାଇକୁ ତୁରନ୍ତ ଅନ୍ୟତ୍ର ନେଇଯିବାକୁ କହିଥିଲେ।

ଭାଇ ତାଙ୍କୁ ଗାଡ଼ିରେ ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଗଲା।

ଡାକ୍ତରଖାନାକୁ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜଧାନୀରେ "କ୍ବାକ୍‌" ଚିକିତ୍ସା: ତମାଣ୍ଡୋରେ କ୍ଲିନିକ୍‌ ଖୋଲିଛନ୍ତି ନକଲି ଡାକ୍ତର ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ମୃତକଙ୍କ ଭାଇ କ୍ବାକ୍‌ଙ୍କ ଭୁଲ୍‌ ଇଂଜେକ୍ସନ ଯୋଗୁଁ ଭାଇର ମୃତ୍ୟୁ ହୋଇଥିବା ଉଲ୍ଲେଖ କରି ଥାନାରେ ଏତଲା ଦେଇଛନ୍ତି।

ପ୍ରମାଣ ସ୍ବରୂପ ଇଂଜେକ୍ସନର ଖାଲି ଶିଶି ପୁଲିସକୁ ହସ୍ତାନ୍ତର କରିଥିଲେ।

ମୃତକଙ୍କ ପରିବାର କ୍ବାକ୍‌ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏ ସମ୍ପର୍କରେ ସମ୍ପୃକ୍ତ କ୍ୱାକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।