Plastic reverse vending machine: ଖତ ହେଉଛି ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍
"ଭୁବନେଶ୍ୱର: ପ୍ଲାଷ୍ଟିକ୍ ବୋତଲଗୁଡ଼ିକ ଏଣେ ତେଣେ ଫିଙ୍ଗା ହେବା ଦ୍ବାରା ପରିବେଶ ନଷ୍ଟ ହେଉଥିଲା।
ବିଶେଷ କରି ଡ୍ରେନ୍ରେ ଲୋକମାନେ ପକାଇ ଦେଉଥିବାରୁ ଏହା ଜାମ୍ ହୋଇଯାଉଥିଲା।
ଫଳରେ ବର୍ଷାଦିନେ ଭୟଙ୍କର ସମସ୍ୟା ସୃଷ୍ଟି ହେଉଥିଲା।
ଏହାକୁ ଆଖି ଆଗରେ ରଖି ଏହି ବୋତଲଗୁଡ଼ିକୁ ନଷ୍ଟ କରିବାକୁ ବିଏମ୍ସି ଯୋଜନା କରିଥିଲା।
୨୦୧୮ ଅକ୍ଟୋବର ୩୦ର କଣ୍ଟ୍ରାକ୍ଟସ୍ କମିଟି ବୈଠକରେ ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା।
କଣ୍ଟ୍ରାକ୍ଟସ୍ କମିଟିରେ ନିଷ୍ପତ୍ତି ହେବା ପରେ ବାୟୋକ୍ରକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହରର ୫ଟି ପ୍ରମୁଖ ଜାଗାରେ ଏହି ପ୍ଲାଷ୍ଟିକ୍ ରିଭର୍ସ ମେସିନ୍ ସ୍ଥାପନ କରିଥିଲା।
ଏଥିପାଇଁ ବିଏମ୍ସି ରାଜକୋଷରୁ ୪୪ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।
Advertisment Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍-ପୋଲରେ ଗର୍ତ୍ତ ସୃଷ୍ଟି ଏଥିରେ ଜନଭାଗୀଦାରି ସୃଷ୍ଟି କରିବା ପାଇଁ ଫିଙ୍ଗି ଦେଉଥିବା ଖାଲି ପାଣି ବୋତଲ (ପ୍ଲାଷ୍ଟିକ୍)କୁ ମେସିନ୍ରେ ପକାଇ ୧୦ ଟଙ୍କାର ଟକ୍ ଟାଇମ୍ ମିଳିବା କହି ସଚେତନ କରାଯାଇଥିଲା।
ହେଲେ କିଛି ଦିନ ଚାଲିବା ପରେ ଏହା ଅଚଳ ହୋଇଗଲା।
ଏହାର ୩ ବର୍ଷ ରକ୍ଷଣାବେକ୍ଷଣ କରିବା ପାଇଁ ସଂସ୍ଥାକୁ ବିଏମ୍ସି ଟଙ୍କା ଦେଉଥିଲେ ମଧ୍ୟ ପ୍ରକଳ୍ପ ୨ ବର୍ଷରେ ଅକାମୀ ହୋଇଯାଇଥିଲା।
ଏବେ ଏମ୍ଆରଏଫ୍କୁ ଏହି ସବୁ ବୋତଲ ଯାଉଥିବାରୁ ଏହାର ଆବଶ୍ୟକତା ମଧ୍ୟ ରହିଲା ନାହିଁ।
ଆବର୍ଜନା ପରିଚାଳନା କରୁଥିବା ଏହି ମେସିନ୍ ବର୍ତ୍ତମାନ ରାସ୍ତା କଡ଼ରେ ଆବର୍ଜନା ହୋଇ ପଡ଼ିରହିଛି।
କେବଳ ବିଏମ୍ସି ନୁହେଁ, ୨୦୧୮ ମସିହାରେ ପୂର୍ବତଟ ରେଳବାଇ ମଧ୍ୟ ଏଭଳି ବ୍ୟବସ୍ଥା କରିଥିଲା।
ପୁରୀ ସମେତ ଭୁବନେଶ୍ବର ଷ୍ଟେସନରେ ଏଭଳି ମେସିନ୍ ସ୍ଥାପନ ହୋଇଥିଲା।
ଭୁବନେଶ୍ବରର ୧ ଓ ୬ ନମ୍ବର ପ୍ଲାଟ୍ଫର୍ମରେ ସ୍ଥାପନ ହୋଇଥିବା ଦୁଇ ମେସିନ୍ ମଧ୍ୟ ଉଦ୍ଘାଟନର କିଛି ଦିନ ପରେ ଖରାପ ହୋଇଗଲା।
ବର୍ତ୍ତମାନ ଷ୍ଟେସନରେ ଏହି ମେସିନ୍ର ଚିହ୍ନ ବର୍ଣ୍ଣ ନାହିଁ।
Low pressure formed: ସୃଷ୍ଟି ହେଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା ଗତ ମାସ ୧୧ ତାରିଖରେ ବିଏମ୍ସି ପକ୍ଷରୁ ପଲିଏଥିଲିନ୍ ଟେରିଫ୍ଥାଲେଟ୍(ପେଟ୍) ପ୍ଲାଷ୍ଟିକ ବୋତଲ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି।
ବିଏମ୍ସି ଓ ହିନ୍ଦୁସ୍ତାନ କୋକାକୋଲା ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ସହରର ବିଭିନ୍ନ ଖାଓ ଗଳି, ଖାଦ୍ୟ ଓ ପାନୀୟ ଦୋକାନ, ଭେଣ୍ଡିଂ ଜୋନ୍, ମଲ୍ ଆଦିରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟାଗ ରଖାଯିବ ବୋଲି ଘୋଷଣା ହୋଇଛି।
ଏନେଇ ବିଏମ୍ସି ପରିମଳ ଉପାୟୁକ୍ତ ଏନ୍ ଗଣେଶ ବାବୁ ଉପରୋକ୍ତ ଯୋଜନା ବିଷୟରେ କିଛି କାର୍ଯ୍ୟକାରିତା ବିଷୟରେ କହିନଥିଲା ବେଳେ ପେଟ୍ ବୋତଲ ସଂଗ୍ରହ ଆରମ୍ଭ ହୋଇଯାଇଛିବୋଲି କହିଛନ୍ତି।"