CJP Warns Fresh Nationwide Protest: ପୁଣି ହେବ ଦେଶବ୍ୟାପୀ ଆନ୍ଦୋଳନ! CJP ଦେଲା ଚେତାବନୀ
ସରକାରଙ୍କ ସହ ଆଲୋଚନା ପରେ ବନ୍ଦ ହୋଇଥିବା ଆନ୍ଦୋଳନ ପୁଣି ଆରମ୍ଭ ହୋଇପାରେ। କକରୋଚ୍ ଜନତା ପାର୍ଟି(CJP) ସରକାର ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ ଆଣି ପୁଣିଥରେ ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି।
CJP ଅଭିଯୋଗ କରିଛି ଯେ, ଜୁଲାଇ ୨୫ରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ବୁଝାମଣାକୁ ସରକାର ପାଳନ କରିନାହାନ୍ତି। ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାରୁ ଚୁକ୍ତି ଭଙ୍ଗ ହୋଇଥିବା ଦଳ ଦାବି କରିଛି।
CJP ମୁଖପାତ୍ର ଅଭିଷେକ ରାଙ୍କା କହିଛନ୍ତି, ବିହାର ଓ ପଶ୍ଚିମବଙ୍ଗରେ ଶତାଧିକ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ଆନ୍ଦୋଳନକାରୀଙ୍କୁ ନଜରଦାରୀ ଓ ହଇରାଣ କରାଯାଉଛି।
ସଂଗଠନ ଦାବି କରିଛି ଯେ, ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍ ପ୍ରତ୍ୟାହାର କରାଯାଉ, ଗିରଫ ହୋଇଥିବା ଛାତ୍ରମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ନୂଆ ମାମଲା ରୁଜୁ ନ କରାଯାଉ।
CJP ଚେତାବନୀ ଦେଇଛି ଯେ, ଯଦି ଏହି ଦାବି ପୂରଣ ନ ହୁଏ, ତେବେ ସଂଗଠନ ପୁଣିଥରେ ଦେଶବ୍ୟାପୀ ଆନ୍ଦୋଳନକୁ ଫେରିବ। ସେପଟେ ଏହି ଅଭିଯୋଗ ଉପରେ କେନ୍ଦ୍ର ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।