Planes to fly: ଗୋବରରୁ ପ୍ରସ୍ତୁତ ଇନ୍ଧନରେ ଉଡ଼ିବ ବିମାନ

Jun 18, 2026 - 15:06
Planes to fly: ଗୋବରରୁ ପ୍ରସ୍ତୁତ ଇନ୍ଧନରେ ଉଡ଼ିବ ବିମାନ

"ଗାଈର ଗୋବରରୁ ବିମାନର ଇନ୍ଧନ ପ୍ରସ୍ତୁତ ହେବ।

କାଲିଫର୍ଣ୍ଣିଆର ଏକ ଷ୍ଟାର୍ଟଅପ୍‌ ଏହି ପଦ୍ଧତି ଖୋଜି ସାରା ପୃଥିବୀକୁ ଚମକାଇ ଦେଇଛି।

କମ୍‌ ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ଏହି ଇନ୍ଧନ ଆଗାମୀ ଦିନରେ ବିମାନ କମ୍ପାନିଗୁଡ଼ିକ ପାଇଁ ଏକ ନୂଆ ରାସ୍ତା ଖୋଲି ଦେଇପାରେ।

ସର୍କୁଲାରିଟି ଫ୍ୟୁଏଲ୍‌ସ ନାମକ ଏହି ଷ୍ଟାର୍ଟଅପ୍‌ ଅନୁସାରେ, ବିଶ୍ବରେ ପ୍ରଥମକରି କୃଷି ବାୟୋଗ୍ୟାସ୍‌କୁ ସ୍ଥାୟୀ ବିମାନ ଇନ୍ଧନରେ ପରିଣତ କରିହେବ ଓ ଏହାର ପରୀକ୍ଷଣ ପ୍ରକ୍ରିୟା ଶେଷ ହୋଇଛି।

କାଲିଫର୍ଣ୍ଣିଆର ଏକ ଗୋଶାଳାରେ ଛଅ ମାସ ଏହି ପାଇଲଟ୍ ପ୍ରକଳ୍ପ ଚାଲିଥିଲା, ଯେଉଁଠି ଗୋବରରୁ ନିର୍ଗତ ମିଥେନ୍ ଗ୍ୟାସ୍‌କୁ ଜେଟ୍ ଇନ୍ଧନରେ ପରିଣତ କରାଯାଇଥିଲା।

ଏହା ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଉପଯୁକ୍ତ ବୋଲି ସମ୍ପୃକ୍ତ ଷ୍ଟାର୍ଟଅପ୍‌ ପକ୍ଷରୁ କୁହାଯାଇଛି।

Advertisment The world's first: ବିଶ୍ୱର ପ୍ରଥମ ୱେବ୍‌ସାଇଟ୍‌ କାଲିଫର୍ଣ୍ଣିଆର ମାଡେରା ନିକଟରେ ଥିବା ଯେଉଁ ଗୋଶାଳାରେ ଏହି ପରୀକ୍ଷା ହୋଇଥିଲା, ସେଠାରେ ୫୦୦୦ରୁ ଅଧିକ ଗାଈ ଅଛନ୍ତି।

ଏଠାରେ ଗୋବରରୁ ବାୟୋଗ୍ୟାସ୍‌ ଉତ୍ପାଦନ କରାଯାଏ।

ତେବେ ଗ୍ୟାସ୍‌ର ବଡ଼ ଅଂଶ ପ୍ରାୟତଃ ବ୍ୟବହାର ହୁଏନାହିଁ କିମ୍ବା ବାୟୁମଣ୍ଡଳକୁ ଛାଡ଼ି ଦିଆଯାଏ।

କମ୍ପାନି ଅନୁଯାୟୀ, ପାଇଲଟ୍ ପ୍ରକଳ୍ପରେ ପ୍ରାୟ ୬୫ ପ୍ରତିଶତ ମିଥେନ୍‌ ଓ ୩୫ ପ୍ରତିଶତ କାର୍ବନ୍‌ ଡାଇଅକ୍ସାଇଡ୍‌ରୁ ପ୍ରସ୍ତୁତ ଅପରିଶୋଧିତ ବାୟୋଗ୍ୟାସ୍‌ ବ୍ୟବହାର କରି ଅନେକ ଦିନ ନିରନ୍ତର ପରୀକ୍ଷା କରାଯାଇଥିଲା।

ଏହି ପ୍ରକ୍ରିୟାରେ ଜେଟ୍ ଇନ୍ଧନ ଉତ୍ପାଦିତ ହୋଇଥିଲା, ଯାହାକୁ ପାରମ୍ପରିକ ଜେଟ୍‌-ଏ ଇନ୍ଧନରେ ମିଶାଇ ସିନ୍ଥେସିସ୍ ଗ୍ୟାସ୍‌ରେ ରୂପାନ୍ତର କରାଯାଇଥିଲା।

ପରେ ତାହା ବିମାନ ଚଳାଚଳ ପାଇଁ ବ୍ୟବହାରଯୋଗ୍ୟ ତରଳ ହାଇଡ୍ରୋକାର୍ବନ୍‌ରେ ପରିବର୍ତ୍ତିତ ହୋଇଥିଲା।

Vigilance: ୨ଟି ମୋବାଇଲ୍ ଫୋନ୍ ଫେରାଇବା ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଏଏସଆଇ ଏବଂ ହୋମଗାର୍ଡ ଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ ସାରା ପୃଥିବୀରେ ଏବେ ସ୍ଥାୟୀ ବିମାନ ଇନ୍ଧନର ଅଭାବ ରହିଛି।

ବର୍ତ୍ତମାନର ଉତ୍ପାଦନ ଚାହିଦାର ଶହେ ଭାଗରୁ ଭାଗେ ମଧ୍ୟ ନୁହେଁ।

ସେହିପରି ଅଧିକାଂଶ ବିମାନ ଇନ୍ଧନ ଏହାର କଞ୍ଚାମାଲ ଭାବେ ରନ୍ଧନ ଗ୍ୟାସ୍‌କୁ ହିଁ ଉପଯୋଗ କରନ୍ତି।

ଗବେଷକମାନଙ୍କ ଅନୁଯାୟୀ, ଯୋଗାଣରେ ସ୍ବଳ୍ପତା ଓ ଆମଦାନୀ ଉପରେ ନିର୍ଭରଶୀଳତା ଯୋଗୁଁ ଏହା ସ୍ଥାୟୀ ମଧ୍ୟ ନୁହେଁ।

ସେହିପରି ପାୱର୍‌-ଟୁ-ଲିକ୍ୱିଡ୍ ଇ-ଫୁଏଲ୍‌ ପରି ବିକଳ୍ପ ପଦ୍ଧତି ମଧ୍ୟ ବଢ଼ୁଥିବା ବିଦ୍ୟୁତ୍‌ ଖର୍ଚ୍ଚ କାରଣରୁ ଆର୍ଥିକ ବୋଝ ବଢ଼ାଇପାରେ।

େତଣୁ ଗୋବରରୁ ଉତ୍ପନ୍ନ ଗ୍ୟାସ୍ ଏକ ନିର୍ଭରଯୋଗ୍ୟ ବିକଳ୍ପ ହୋଇପାରେ।

ପାଇଲଟ୍ ପ୍ରକଳ୍ପରେ ସଫଳତା ପରେ ସର୍କୁଲାରିଟି ଆସନ୍ତାବର୍ଷ, ଅର୍ଥାତ୍‌ ୨୦୨୭ରେ ତା"ର ପ୍ରଥମ ବାଣିଜ୍ୟିକ ଗ୍ୟାସ୍‌ ପ୍ରସ୍ତୁତି ଆରମ୍ଭ କରିବା ଯୋଜନା ରଖିଛି।

ଏଥିପାଇଁ କମ୍ପାନି ଆମେରିକାର ବିଭିନ୍ନ ଗୋଶାଳା ସମେତ ଲାଟିନ୍ ଆମେରିକା ଓ ୟୁରୋପରେ ମଧ୍ୟ ସୁଯୋଗର ଅନ୍ୱେଷଣ କରୁଛି।"