Piyush Goyal: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କ ଗ୍ରୀସ୍ ଗସ୍ତ
"ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ବ୍ରିଟେନ ପରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଇ ଗ୍ରୀସ୍ ଗସ୍ତ କରିଛନ୍ତି।
ଏଥେନ୍ସର ଦ ଏଥେନ୍ସ ଷ୍ଟାର୍ଟଅପ୍ ବିଜନେସ୍ ଇନକ୍ୟୁବେଟର (ଟିଏଚ୍ଇଏ)ରେ ଆୟୋଜିତ ବାଣିଜ୍ୟ ଓ ଷ୍ଟାର୍ଟଅପ୍ ସଂପର୍କିତ କାର୍ଯ୍ୟକ୍ରମରେ ସେ ଯୋଗଦେବେ।Advertisment ଏଥେନ୍ସ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏସିସିଆଇ)ରେ ଦୁଇ ଦେଶର ଶିଳ୍ପ ପ୍ରତିନିଧିମାନଙ୍କର ଏକ ରାଉଣ୍ଡଟେବୁଲ ବୈଠକ ହେବ।
ସେଠାରେ ଭିତ୍ତିଭୂମିଠାରୁ ଆରମ୍ଭ କରି ଡିଜିଟାଲାଇଜେସନ୍, ପ୍ରତିରକ୍ଷା, ଖାଦ୍ୟ ଓ କୃଷି ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହେବ।
ବିଶେଷକରି ଭାରତ ଓ ଗ୍ରୀସ୍ ମଧ୍ୟରେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଗସ୍ତ ଅବସରରେ ଗୁରୁତ୍ବରୋପ କରାଯିବ।
୨୦୩୦ ସୁଦ୍ଧା ଭାରତ ଓ ଗ୍ରୀସ୍ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ଦୁଇଗୁଣ କରିବା ଲକ୍ଷ୍ୟ ରହିଛି।
"