Petrol Testing: କେରଳରେ ଇଥାନଲ୍‌ ମିଶା ପେଟ୍ରୋଲ୍‌ର ଯାଞ୍ଚ ଆରମ୍ଭ

Nov 09, 2026 - 14:58
Petrol Testing: କେରଳରେ ଇଥାନଲ୍‌ ମିଶା ପେଟ୍ରୋଲ୍‌ର ଯାଞ୍ଚ ଆରମ୍ଭ

ବେଙ୍ଗାଲୁରୁ/ଥିରୁଅନନ୍ତପୁରମ: ପେଟ୍ରୋଲ୍‌ରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଇଥାନଲ ମିଶାଯାଉଥିବା ଅଭିଯୋଗକୁ ନେଇ ଦେଶରେ ବିବାଦ ଦେଖାଦେଇଛି।

କର୍ଣ୍ଣାଟକରେ କିଛି ପେଟ୍ରୋଲ୍‌ ପମ୍ପରୁ ସଂଗୃହିତ ନମୁନାରେ ୩୧.୨% ପର୍ଯ୍ୟନ୍ତ ଇଥାନଲ ମିଶିଥିବା ଜଣାପଡ଼ିଛି ଯାହା ନିର୍ଦ୍ଧାରତ ୨୦%ଠାରୁ ଅଧିକ।

କର୍ଣ୍ଣାଟକରେ ଏଭଳି ଅଭିଯୋଗ ଆସିବା ପରେ ପଡ଼ୋଶୀ ରାଜ୍ୟ କେରଳ ସରକାର ମଧ୍ୟ ସତର୍କ ହୋଇଛନ୍ତି।

Advertisment ରାଜ୍ୟର ୪ଟି ଜିଲ୍ଲାରେ ପେଟ୍ରୋଲର ଗୁଣବତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଥିରୁଅନନ୍ତପୁରମ, ଏର୍ଣ୍ଣାକୁଲମ, କୋଝିକୋଡ଼ ଓ କନ୍ନୁର ଜିଲ୍ଲାର ବିଭିନ୍ନ ପେଟ୍ରୋଲ୍‌ ପମ୍ପରୁ ନମୁନା ସଂଗ୍ରହ କରାଯାଉଛି।

ଏହି ନମୁନାଗୁଡ଼ିକୁ ସରକାରୀ ପରୀକ୍ଷାଗାରକୁ ପଠାଯିବ।

୧୦ ଦିନ ମଧ୍ୟରେ ପରୀକ୍ଷା ରିପୋର୍ଟ ଆସିବ ବୋଲି କେରଳର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅନୁପ ଜାକବ କହିଛନ୍ତି।

କେତେକ ସ୍ଥାନରେ ଇଥାନଲ ମିଶିଥିବା ଅଭିଯୋଗ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି ଯେ ରାଜ୍ୟର ୬୭ଟି ସ୍ଥାନରୁ ପେଟ୍ରୋଲ୍‌ ନମୁନା ସଂଗ୍ରହ କରି ଯାଞ୍ଚ କରାଯାଇଛି।

କେତେକ ସ୍ଥାନରେ ପେଟ୍ରୋଲରେ ୩୧.୫% ପର୍ଯ୍ୟନ୍ତ ଇଥାନଲ ମିଶିଥିବା ଅଭିଯୋଗ ହୋଇଛି।

ଅଧିକ ଇଥାନଲ ମିଶ୍ରଣ ଯୋଗୁଁ ଗାଡ଼ିର ମାଇଲେଜ୍ କମୁଥିବା, ଇଞ୍ଜିନ୍ ଖରାପ ହେଉଥିବା ଏବଂ ଚାଲୁଥିବା ସମୟରେ ଗାଡ଼ି ବନ୍ଦ ହୋଇଯାଉଥିବା ନେଇ ହଜାର ହଜାର ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି।

ଏହି ବିବାଦ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନେଇ ରାଜ୍ୟ ସରକାରମାନେ ନିଜ ନିଜ ସ୍ତରରେ ଯାଞ୍ଚ କରିପାରିବେ।

କିନ୍ତୁ ଏଭଳି ବୈଷୟିକ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Loan: ଚୀନରେ ୧୦ କୋଟି ଲୋକ ଋଣ ଶୁଝିବାକୁ ଅସମର୍ଥ ଅନ୍ୟପକ୍ଷରେ ସରକାରୀ ତୈଳ କମ୍ପାନିଗୁଡ଼ିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କହିଛନ୍ତି ଯେ ସେମାନଙ୍କ ଦ୍ୱାରା ଯୋଗାଣ ହେଉଥିବା ଇ୨୦ ପେଟ୍ରୋଲ୍‌ ନିର୍ଦ୍ଧାରିତ ମାନକ ଅନୁସାରେ ପ୍ରସ୍ତୁତ ହେଉଛି।

ଏହାର ପ୍ରମାଣ ସ୍ୱରୂପ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୀକ୍ଷା ହୋଇଥିବା ୮୯୩ଟି ନମୁନାରେ ଇଥାନଲ ମାତ୍ରା ୧୯ରୁ ୨୧% ମଧ୍ୟରେ ରହିଥିବା କମ୍ପାନିଗୁଡ଼ିକ କହିଛନ୍ତି।

କର୍ଣ୍ଣାଟକର ୫୬ଟି ନମୁନାରେ ମଧ୍ୟ ଇଥାନଲ ମାତ୍ରା ୧୯ରୁ ୨୦% ଥିବା ଦାବି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)