Petrol Price: ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବଢ଼ିଲା; ଡିଜେଲ, ବିମାନ ଇନ୍ଧନ ଉପରେ କମିଲା
"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ହ୍ରାସ କରାଯାଇଛି। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଶୁଳ୍କ ୪ ଟଙ୍କା ବୃଦ୍ଧି କରାଯାଇ ୧୫ ଟଙ୍କାରେ ରଖାଯାଇଛି।
ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୪ ଟଙ୍କାରୁ ୮ ଟଙ୍କା ୫୦ପଇସାକୁ ହ୍ରାସ କରାଯାଇଛି।
ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୨ ଟଙ୍କା ୫୦ ପଇସାରୁ ୭ ଟଙ୍କା ୫୦ ପଇସାକୁ କମାଯାଇଛି।
ଜୁଲାଇ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।Advertisment "