Pension plan: ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବ ଇପିଏଫଓ
"ନୂଆଦିଲ୍ଲୀ: ଦେଶର ନିର୍ମାଣ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ବଳୟ ମଧ୍ୟରେ ଆଣିବା ଲାଗି ବଡ଼ ପଦକ୍ଷେପ ନେବାକୁ ଯାଉଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)।
ପ୍ରସ୍ତାବିତ ଇପିଏଫଓ ୩.୦ ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆଣିବା ନେଇ ବିଚାର ଚାଲିଛି।
ଏହି ଯୋଜନାରେ କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ବିଓସିଡବ୍ଲ୍ୟୁ) ସେସ୍ରୁ ଜମା ହୋଇଥିବା ଅବ୍ୟବହୃତ ଅର୍ଥ ବ୍ୟବହାର କରାଯିବାAdvertisment ପ୍ରସ୍ତାବ ଅନୁଯାୟୀ, ଅତିକମ୍ରେ ୧୦ ବର୍ଷ କାମ କରିଥିବା ନିର୍ମାଣ ଶ୍ରମିକଙ୍କୁ ପେନସନ ପ୍ରଦାନ କରିବାର ବିକଳ୍ପ ଉପରେ ବିଚାର କରାଯାଉଛି।
ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ବିଷୟରେ ଆଲୋଚନା ହୋଇଥିବା ବେଳେ ଯୋଜନାର ରୂପରେଖା ପ୍ରସ୍ତୁତ ହେବା ପରେ ଏହାକୁ ବୋର୍ଡ ସମ୍ମୁଖରେ ଔପଚାରିକ ଭାବେ ରଖାଯିବ।
ନିର୍ମାଣ କାର୍ଯ୍ୟରୁ ସଂଗ୍ରହ ହେଉଥିବା ସେସ୍ର ବ୍ୟବହାର ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି।
ଏହି ଅର୍ଥ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଶ୍ରମିକ କଲ୍ୟାଣ ବୋର୍ଡଗୁଡ଼ିକ ପରିଚାଳନା କରନ୍ତି।
ଶ୍ରମ ମନ୍ତ୍ରଣାଳୟର ୨୦୨୪ର ରାଜ୍ୟସଭା ତଥ୍ୟ ଅନୁଯାୟୀ ୨୦୨୪ ମାର୍ଚ୍ଚ ସୁଦ୍ଧା ବିଓସିଡବ୍ଲ୍ୟୁ କଲ୍ୟାଣ ବୋର୍ଡଗୁଡ଼ିକ ପ୍ରାୟ ୧.୧୨ ଲକ୍ଷ କୋଟି ଟଙ୍କାର ସେସ୍ ସଂଗ୍ରହ କରିଥିଲେ।
ଏହି ସମୟ ପର୍ଯ୍ୟନ୍ତ ପ୍ରାୟ ୬୪,୧୯୦ କୋଟି ଖର୍ଚ୍ଚ ଟଙ୍କା ହୋଇଥିବାବେଳେ ପ୍ରାୟ ୬୫,୯୭୦ କୋଟି ଟଙ୍କା ଅର୍ଥ ବ୍ୟାଙ୍କ ସୁଧ ସମେତ ଉପଲବ୍ଧ ଥିଲା।
୨୦୨୪ ଜୁନ୍ ୩୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଓସିଡବ୍ଲ୍ୟୁ କଲ୍ୟାଣ ବୋର୍ଡରେ ପ୍ରାୟ ୫.୭ କୋଟି ଶ୍ରମିକ ପଞ୍ଜୀକୃତ ହୋଇଥିଲେ।
ଏହି ଶ୍ରମିକମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ମାତୃତ୍ୱ ସହାୟତା ଓ ପେନସନ ଭଳି ବିଭିନ୍ନ କଲ୍ୟାଣକାରୀ ସୁବିଧା ରାଜ୍ୟ ଅନୁଯାୟୀ ଦିଆଯାଏ।
ଇପିଏଫଓର ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ବିଶାଳ ଅର୍ଥର ଅଧିକ ପ୍ରଭାବଶାଳୀ ବ୍ୟବହାର କରି ନିର୍ମାଣ ଶ୍ରମିକଙ୍କୁ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ଦେବା।
କେନ୍ଦ୍ରୀୟ ବୋର୍ଡରେ ଥିବା ରାଜ୍ୟ ପ୍ରତିନିଧିମାନେ ମଧ୍ୟ ପେନସନ ପାଇଁ ସେସ୍ ଅର୍ଥ ବ୍ୟବହାର କରିବା ପକ୍ଷରେ ମତ ଦେଇଛନ୍ତି।
କେବଳ ପେନସନ ନୁହେଁ, ନିର୍ମାଣ ଶ୍ରମିକଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି)ର ସୁବିଧା ଦେବା ନେଇ ମଧ୍ୟ ବୋର୍ଡ ବୈଠକରେ ଆଲୋଚନା ହୋଇଛି।
ଏଥିପାଇଁ ଫଣ୍ଡରୁ ଇଏସଆଇସି ଅବଦାନ ଦେବାର ସମ୍ଭାବନା ଉପରେ ବିଚାର ହୋଇଛି।
ଏହା ଲାଗୁ ହେଲେ ଶ୍ରମିକମାନେ ପେନସନ ସହିତ ଚିକିତ୍ସା ଓ ଅନ୍ୟ ସାମାଜିକ ସୁରକ୍ଷା ସୁବିଧା ପାଇପାରିବେ।
ତେବେ ଏହି ଯୋଜନା ଏବେ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି।
ବିଓସିଡବ୍ଲ୍ୟୁ ଫଣ୍ଡ ରାଜ୍ୟ ସରକାରଙ୍କ ଅଧୀନରେ ଥିବାରୁ ସାରା ଦେଶରେ ଏକକ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଆବଶ୍ୟକ ହେବ।
୯ଟି ଦେଶ ସହ ମୁକ୍ତ ବାଣିଜ୍ୟ ରାଜିନାମା ଆଲୋଚନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
