Ganja Seized ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ୪ କ୍ଵିଣ୍ଟାଲ ଗଞ୍ଜେଇ ଜବତ,୫ ଗିରଫ
"ନୂଆପଡ଼ା : ଓଡ଼ିଶାର ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଦେବଭୋଗ ଥାନା ଖୁଟଗାଁ ପୁଲିସ ଚେକ୍ ପୋଷ୍ଟ ନିକଟରୁ ଏକ ଆନ୍ତଃ ରାଜ୍ୟ ୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଛତିଶଗଡ଼ ପୁଲିସ l ୪ କ୍ଵିଣ୍ଟାଲ ଗଞ୍ଜେଇ, ଯାହାର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କା ହେବ l Advertisment ଏ ସମ୍ପର୍କରେ ଗରିଆବନ୍ଧ ଏସ୍ପି ବେଦବ୍ରତ ସିରମୋର ସୂଚନା ଦେଇ କହିଛନ୍ତି, ଗଞ୍ଜେଇ ମାଫିଆଙ୍କ ନିକଟରୁ ନଗଦ ୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି l ଏମାନଙ୍କ ନେଟୱର୍କ ଓଡ଼ିଶାରୁ ମହାରାଷ୍ଟ୍ରକୁ ଲମ୍ବିଛି l ଗିରଫ ୫ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ହେଲେ ମହାରାଷ୍ଟ୍ରର ସନ୍ତୋଷ ଅନନ୍ତ ମୋହିତେ, ସୁମିତ ସୁଭାଷ ଥୋବଡେ ,ପଙ୍କଜ ଅନନ୍ତ ମୋହିତେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଂଚଳର ଜଳନ୍ଧର ଖମାରୀ ଓ କଳାହାଣ୍ଡି ଆମପାଣି ଥାନା ଅଂଚଳର ବିନୋଦ ଦିଶାରି l ସେମାନଙ୍କ ଠାରୁ ଏକ ଚାରି ଚକିଆ ଗାଡ଼ି, ଗୋଟିଏ ବାଇକ୍, ୩ ଗୋଟି ମୋବାଇଲ ଜବତ କରିଛି l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
