Passenger Ferry Fire Kills Five: ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ, ୪୧ ନିଖୋଜ
ଇଣ୍ଡୋନେସିଆରେ ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ପତ୍ତା ଲଗାଇବାକୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଜାହାଜରେ ନିଆଁ ଲାଗିବା ମାତ୍ରେ ଚିତ୍କାରରେ ଫାଟି ପଡିଥିଲା ପରିବେଶ।ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁଥିଲେ। ସେମାନଙ୍କ ସାହାଯ୍ୟ ପାଇଁ ନିକଟରେ ଥିବା ରେସକ୍ୟୁ ଜାହାଜ ରଶି ଏବଂ ଲାଇଫ୍ ଜ୍ୟାକେଟ୍ ପକାଇ ସେମାନଙ୍କୁ ଉଦ୍ଧାର କରିଥିଲେ।
ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ବୁଡ଼ାଳିମାନଙ୍କୁ ନିୟୋଜିତ କରାଯାଇଛି। ଇଣ୍ଡୋନେସିଆର ମାଦୁରା ଦ୍ୱୀପରେ ଘଟିଛି ଏ ଅଗ୍ନିକାଣ୍ଡ। ଜାହାଜରେ ମୋଟ ୨୭୧ ଜଣ ଯାତ୍ରୀ ଏବଂ କର୍ମଚାରୀ ଥିଲେ। ଏପର୍ଯ୍ୟନ୍ତ ୨୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।