Partition 1947: ଘୃଣା, ସଂକୀର୍ଣ୍ଣତା ଓ ବିଦ୍ୱେଷ କେବଳ ବିନାଶ ଆଣିଥାଏ: ମୁଖ୍ୟମନ୍ତ୍ରୀ
"ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ଆହ୍ୱାନରେ ପାଳିତ ହେଉଥିବା ଏହି ସ୍ମୃତି ଦିବସ ଆମକୁ ପ୍ରତିମୁହୂର୍ତ୍ତରେ ସ୍ମରଣ କରାଇଦିଏ ଯେ, ଘୃଣା, ସଂକୀର୍ଣ୍ଣତା ଓ ବିଦ୍ୱେଷ କେବଳ ବିନାଶ ଆଣିଥାଏ।
ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ 'ବିଭାଜନ ବିଭୀଷିକା ସ୍ମୃତି ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
Advertisment ସେ କହିଥିଲେ ଅତୀତର ସେହି କଷ୍ଟକର ଅଧ୍ୟାୟରୁ ଶିକ୍ଷା ନେଇ, ଆମ ସ୍ୱାଧୀନତା ଓ ଭାରତୀୟ ସଂସ୍କୃତିର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ସହ ଏକ ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର ଭାରତ ଗଠନ ପାଇଁ ପୂର୍ଣ୍ଣ ସମର୍ପିତ ଭାବେ ସଙ୍କଳ୍ପବଦ୍ଧ ହେବା ହିଁ ସେହି ଅମର ଶହୀଦ, ନିରୀହ ପୀଡ଼ିତ ଓ ପୂର୍ବଜମାନଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
Chief Minister: ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ସେ ଦେଶ ବିଭାଜନର ଅକଥନୀୟ ଯନ୍ତ୍ରଣା, ହିଂସା ଓ ଅତ୍ୟାଚାରର ଶିକାର ହୋଇ ସର୍ବସ୍ୱ ହରାଇଥିବା ଆମର ଅସଂଖ୍ୟ ପୂର୍ବଜଙ୍କ ଅସୀମ ତ୍ୟାଗ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
୧୯୪୭ ମସିହାର ସେହି ଅତି ସମ୍ବେଦନଶୀଳ ଓ ରକ୍ତାକ୍ତ ଅଧ୍ୟାୟ କେବଳ ଭୂଖଣ୍ଡ କିମ୍ବା ମାନଚିତ୍ରର ବିଭାଜନ ନଥିଲା, ତାହା ଥିଲା ମାନବ ସଭ୍ୟତାର ସବୁଠାରୁ ଭୟାବହ, ହୃଦୟବିଦାରକ ଓ ଦୁଃଖଦ ଜନ-ବିସ୍ଥାପନ।
ଗଣମାଧ୍ୟମ ପ୍ରତିନିଧି, ସ୍ୱାଧୀନତା ସଂଗ୍ରାମୀ, ସେମାନଙ୍କ ପରିବାରବର୍ଗ ଓ ଅନ୍ୟାନ୍ୟ ସୁଧୀଜନଙ୍କ ଉପସ୍ଥିତିରେ ଆଜିର ପିଢ଼ିଙ୍କୁ ଇତିହାସର ଏହି ଅଧ୍ୟାୟ ସମ୍ପର୍କରେ ଗଭୀର ଭାବେ ଅନୁଧ୍ୟାନ କରି ଜାତୀୟ ଚେତନାକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
