19 SEPTEMBER 2026

Welcome!

Unlock your personalized experience.
Sign Up

Parenting Tips: ପିଲା ଅଳସୁଆ ନୁହେଁ, ଚାପରେ ଅଛି କି? କିପରି ଜାଣିବା ଏହାର ଲକ୍ଷଣ?

Sep 19, 2026 - 18:49
Parenting Tips: ପିଲା ଅଳସୁଆ ନୁହେଁ, ଚାପରେ ଅଛି କି? କିପରି ଜାଣିବା ଏହାର ଲକ୍ଷଣ?

ଘରେ ପାଠପଢ଼ା ଟେବୁଲ୍ ପାଖରେ ବସିଥିବା ପିଲାଟିକୁ ଦେଖି ଅନେକ ସମୟରେ ଅଭିଭାବକମାନେ କହିଥାନ୍ତି, "ତୁ ଏତେ ଅଳସୁଆ କାହିଁକି ହେଉଛୁ?" ଅନେକ ସମୟରେ ହୋମୱାର୍କ ଅସମ୍ପୂର୍ଣ୍ଣ ରହିଥିଲେ ଆମେ ଏହାକୁ ପିଲାଙ୍କ ଜିଦ୍ କିମ୍ବା ଅଣଦେଖା ବୋଲି ଭାବିଥାଉ। କିନ୍ତୁ ପ୍ରକୃତରେ ସବୁବେଳେ ଏହା ଆଳସ୍ୟ ନୁହେଁ, ବରଂ ମାନସିକ ଭାବରେ ଅଧିକ ଚାପଗ୍ରସ୍ତ ହୋଇପଡ଼ିଥିବାର ଲକ୍ଷଣ ହୋଇଥାଏ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ପାଇଁ ଆଇଫୋନ୍-୧୮ ପ୍ରୋ କିଣିବାକୁ ପୈତୃକ ସୁନା ବିକିଲେ ଯୁବକ; ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ପ୍ରତିକ୍ରିୟା ପରେ ଜୋର ଧରିଲା ଚର୍ଚ୍ଚା

'କନ୍‌ସିଅସ୍‌ଲିପ୍‌'ର ପ୍ରତିଷ୍ଠାତା ତଥା ସିଇଓ ସଞ୍ଜୟ ଦେଶାଇଙ୍କ ଅନୁଯାୟୀ, ଯାହାକୁ ଆମେ ଆଳସ୍ୟ ବୋଲି ଭାବୁ, ତାହା ପ୍ରକୃତରେ ପିଲାର ମାନସିକ କ୍ଲାନ୍ତି ଓ ଚାପ ହୋଇଥାଏ। ଯେତେବେଳେ ପିଲାର ମସ୍ତିଷ୍କ ତାର ସୀମା ବାହାରେ କାମ କରେ, ସେତେବେଳେ ସେମାନେ ନିଜର ଆଚରଣ ଦ୍ୱାରା ଏହାକୁ ପ୍ରକାଶ କରିଥାନ୍ତି।

ଆସନ୍ତୁ ଜାଣିବା ଏପରି ୬ଟି ପ୍ରମୁଖ ଲକ୍ଷଣ ଯାହା ଦର୍ଶାଏ ଯେ ଆପଣଙ୍କ ପିଲା ଆଳସୁଆ ନୁହେଁ ଏହା ମାନସିକ ଚାପରେ ଅଛି:

୧. ସବୁକିଛିଠାରୁ ଦୂରେଇ ରହିବା

ପ୍ରକୃତ ଆଳସ୍ୟ ସବୁବେଳେ ଚୟନ ଅନୁସାରେ ହୋଇଥାଏ। ଅର୍ଥାତ୍ ପିଲାଟି ଘର କାମ କରିବାକୁ ବାହାନା କରିପାରେ, କିନ୍ତୁ ନିଜ ପସନ୍ଦର ଖେଳ କିମ୍ବା କାମ ପାଇଁ ସର୍ବଦା ଆଗ୍ରହୀ ଥାଏ। କିନ୍ତୁ ମାନସିକ ଚାପ ସମୟରେ ଏପରି ହୁଏ ନାହିଁ; ପିଲାଟି କେବଳ ପାଠପଢ଼ା ନୁହେଁ ବରଂ ପୂର୍ବରୁ ଯେଉଁ ଜିନିଷଗୁଡ଼ିକୁ ପସନ୍ଦ କରୁଥିଲା ସେସବୁଠାରୁ ମଧ୍ୟ ଦୂରେଇ ରହିବାକୁ ଲାଗେ।

୨. ଛୋଟ ଛୋଟ କଥାରେ ଅଧିକ ପ୍ରତିକ୍ରିୟା ଦେବା

ଗୋଟିଏ ପେନ୍‌ସିଲ୍ ହଜିଯିବା କିମ୍ବା ପାଠପଢ଼ା ସମୟ ବଦଳିଯିବା ଭଳି ସାମାନ୍ୟ କଥାରେ ପିଲାଟି ଅତ୍ୟଧିକ କାନ୍ଦିବା କିମ୍ବା ବିରକ୍ତ ହେବା ଦେଖିବାକୁ ମିଳେ। ପ୍ରକୃତରେ ଏହା ସେହି ପେନ୍‌ସିଲ୍ ପାଇଁ ନୁହେଁ ବରଂ ପୂର୍ବରୁ କିଛି ଜିନିଷ ନେଇ ମାନସିକ ଚାପ କିମ୍ବା ଦୁଃଖରେ ଥିବାରୁ ଏପରି ହୋଇଥାଏ।

୩. କ୍ରମାଗତ ଭାବରେ ସବୁକିଛି ଭୁଲିଯିବା

ସାଧାରଣତଃ ପିଲାମାନେ ନିଜ ଅପସନ୍ଦର ଜିନିଷଗୁଡ଼ିକୁ ଭୁଲିଯା’ନ୍ତି। କିନ୍ତୁ ମାନସିକ ଚାପ କାରଣରୁ ପିଲାଟି ହୋମୱାର୍କ, ନିର୍ଦ୍ଦେଶ ଏପରିକି ଗତକାଲି ଯେଉଁ ଜିନିଷ ପାଇଁ ସେ ଉତ୍ସାହିତ ଥିଲା ତାହା ମଧ୍ୟ ଏକକାଳୀନ ଭୁଲିବାକୁ ଲାଗେ।

ଆହୁରି ପଢ଼ନ୍ତୁ: ଭୂଦାନ ଓ ଗ୍ରାମଦାନ ଜମିର ପ୍ରାମାଣିକ ଡିଜିଟାଲ୍ ଡାଟାବେସ୍ ପାଇଁ ଜାରିହେଲା ଏସ୍‌ଓପି

୪. ସମ୍ପୂର୍ଣ୍ଣ ଚୁପ୍ ହୋଇଯିବା

ସମସ୍ତ ଚାପଗ୍ରସ୍ତ ପିଲା ଜିଦ୍‌ କରନ୍ତି ନାହିଁ। ବହୁ ପିଲା ନିଜ ଭିତରେ ହିଁ ଲୁଚିଯାଆନ୍ତି। ସେମାନେ ପ୍ରଶ୍ନର ଗୋଟିଏ ଶବ୍ଦରେ ଉତ୍ତର ଦିଅନ୍ତି, କବାଟ ବନ୍ଦ କରି ରୁମ୍‌ରେ ରୁହନ୍ତି। 

୫. କୌଣସି କାମ ଆଗରୁ ଶାରୀରିକ ଅସୁସ୍ଥତା ଅନୁଭବ ହେବା

ସ୍କୁଲ୍ ଯିବା ସମୟରେ ପେଟ ଯନ୍ତ୍ରଣା ହେବା କିମ୍ବା ହୋମୱାର୍କ କଥା ପଡ଼ିବା ମାତ୍ରେ ମୁଣ୍ଡବିନ୍ଧା ହେବା ଭଳି ସମସ୍ୟା ଦେଖାଦିଏ। ଏଗୁଡ଼ିକ କେବଳ ବାହାନା ନୁହେଁ, ବରଂ ମାନସିକ ଚାପ ପ୍ରଥମେ ପିଲାର ଶରୀରରେ ହିଁ ପ୍ରତିଫଳିତ ହୋଇଥାଏ।

୬. କାମ ଆରମ୍ଭ କରିବାକୁ ଚାହିଁ ମଧ୍ୟ ଆରମ୍ଭ କରି ନପାରିବା

ଏହା ଅଭିଭାବକମାନଙ୍କୁ ସବୁଠାରୁ ଅଧିକ ଦ୍ୱନ୍ଦ୍ୱରେ ପକାଏ। ପିଲାଟି ନିଜେ କହେ ଯେ ସେ କାମଟି କରିବାକୁ ଚାହୁଁଛି, କିନ୍ତୁ ସେ ନିଜକୁ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରିପାରେ ନାହିଁ। କିଛି କରିବାକୁ ଇଚ୍ଛା ରହିବା ଓ କାମ ଆରମ୍ଭ କରିବାର କ୍ଷମତା ଭିତର ଏହି ବ୍ୟବଧାନ ହିଁ ମାନସିକ ଚାପର ସବୁଠାରୁ ବଡ଼ ପ୍ରମାଣ ଅଟେ।

ଆହୁରି ପଢ଼ନ୍ତୁ: ଅଣ-ଅନୁମୋଦିତ ଷ୍ଟେମ୍ ସେଲ୍ ଥେରାପି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)