Cricket World Cup ନୂଆ ଫର୍ମାଟ୍‌ରେ କ୍ରିକେଟ୍‌ ବିଶ୍ବକପ୍‌: ଦିନିକିଆରେ ସୁପର୍‌-୭, ଟ୍ବେଣ୍ଟି-୨୦ରେ ସୁପର୍‌-୧୦

Jul 16, 2026 - 05:17
Cricket World Cup ନୂଆ ଫର୍ମାଟ୍‌ରେ କ୍ରିକେଟ୍‌ ବିଶ୍ବକପ୍‌: ଦିନିକିଆରେ ସୁପର୍‌-୭, ଟ୍ବେଣ୍ଟି-୨୦ରେ ସୁପର୍‌-୧୦

"ଦୁବାଇ: ଆଗାମୀ ୨୦୨୭ ଦିନିକିଆ ବିଶ୍ବକପ୍‌ ଓ ୨୦୨୮ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନୂଆ ଫର୍ମାଟ୍‌ରେ ଖେଳାଯିବ।

ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ପହଞ୍ଚିବାକୁ ୩ ସ୍ତର ଦେଇ ଯିବାକୁ ପଡ଼ିବ। ‌ସେହିଭଳି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟ ୧୦ ଦଳରେ ପହଞ୍ଚିବ ବୋଲି ବୁଧବାର ଆଇସିସି ଘୋଷଣା କରିଛି।

ଏହି ନୂଆ ଫର୍ମାଟ୍ ନିଷ୍ପତ୍ତି ଏଡିନ୍‌ବର୍ଗରେ ଚାଲିଥିବା ଆଇସିସି ବାର୍ଷିକ ଅଧିବେଶନରେ ନିଆଯାଇଛି।

ତିନିସ୍ତର ପରେ ୨୦୨୭ରେ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ ବିଶ୍ବକପ୍‌ରେ ୧୪ ଦଳ ଅଂଶଗ୍ରହଣ ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

ଏବେ ଆଇସିସି ଏଥିରେ ସୁପର ସିରିଜ୍‌ ରାଉଣ୍ଡ (ଗ୍ରୁପ୍‌ ରାଉଣ୍ଡ) ଏବଂ ସେମିଫାଇନାଲ୍‌ ପୂର୍ବରୁ ସୁପର-୭ ଭର୍ତ୍ତି କରିଛି।

ଏହି ୩ ସ୍ତର ପ‌ରେ ଫାଇନାଲ୍‌ ଖେଳାଯିବ।

୧୨ରୁ ୧୪ତମ ଭାବେ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିବା ଦଳ ସୁପର ସିରିଜ୍‌ ରାଉଣ୍ଡ ଖେଳିବେ।

ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଏହି ପର୍ଯ୍ୟାୟ ଖେଳାଯିବ।

ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦଳ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବ।Advertisment Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ଏହି ପର୍ଯ୍ୟାୟରେ ୧୨ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ।

ଏହି ପର୍ଯ୍ୟାୟରେ ମୋଟ ୩୦ ମ୍ୟାଚ୍‌ ଖେଳାଯିବ।

ପ୍ରତିଗ୍ରୁପ୍‌ର ୩ ଲେଖାଏଁ ଦଳ ଏବଂ ଉଭୟ ଗ୍ରୁପ୍‌ର ପରବର୍ତ୍ତୀ ଶ୍ରେଷ୍ଠ ଦଳ ସୁପର-୭ ଷ୍ଟେଜ୍‌ରେ ପହଞ୍ଚିବେ।

ଯାହା ପୂର୍ବରୁ ସୁପର-୬ ଥିଲା।

ସୁପର-୭ ରାଉଣ୍ଡ ରବିନ୍‌ରେ ହେବାକୁ ଥିଲା ବେଳେ ମୋଟ ୨୧ ମ୍ୟାଚ୍‌ ଖେଳାଯିବ।

ଏହି ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେବେ।

ଦୁଇ ସେମିଫାଇନାଲ୍‌ ବିଜେତା ଫାଇନାଲ୍‌ରେ ଟ୍ରଫି ପାଇଁ ଲଢ଼ିବେ।

ଏହି ପ୍ରତିଯୋଗିତାକୁ ୧୦ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ।

ଏଥିରେ ସହଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସହ ପୂର୍ଣ୍ଣ ସଦସ୍ୟ ଦଳ ରହିଛନ୍ତି।

ତୃତୀୟ ସହଆୟୋଜକ ନାମିବ୍ୟା ସହଯୋଗୀ ସଦସ୍ୟ ହୋଇଥିବାରୁ ସିଧାସଳଖ ଯୋଗ୍ୟତା କରିପାରିବନି।

ଦିନିକିଆ ମାନ୍ୟତାର ଶୀର୍ଷ ୮ ଦଳ ଶୀର୍ଷ ୧୦ରେ ରହିବେ।

ଅବଶିଷ୍ଟ ୪ ଦଳ ବିଶ୍ବ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବେ।

Horoscope 2026 July 16: ଜାଣନ୍ତୁ ଆଜିର ରାଶିଫଳ ୨୦୨୮ରୁ ବଦଳିବ ଟ୍ବେଣ୍ଟି-୨୦ ବିଶ୍ବକପ୍‌ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୮ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଗ୍ରୁପ୍‌ ପର୍ଯ୍ୟାୟ ପରେ ସୁପର-୮ ବଦଳରେ ସୁପର-୧୦ରେ ଖେଳାଯିବ।

୫ ଗ୍ରୁପ୍‌ରେ ୪ ଲେଖାଏଁ ଦଳ ରହିବେ।

ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସୁପର-୧୦ରେ ପହଞ୍ଚିବେ।

ପୂର୍ବ ସଂସ୍କରଣରେ ସୁପର-୮ର ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରୁଥିଲେ।

ନୂଆ ଫର୍ମାଟ୍‌ ଅନୁଯାୟୀ ସୁପର-୧୦ର ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ।

ପ୍ରତି ଗ୍ରୁପ୍‌ର ଦ୍ବିତୀୟ ଦଳ ଅନ୍ୟ ଗ୍ରୁପ୍‌ର ତୃତୀୟ ଦଳ ସହ ଏଲିମିନେଟର୍‌ ଖେଳିବ।

ଏହି ଏଲିମିନେଟର୍‌ ମ୍ୟାଚ୍‌ର ବିଜେତା ଦଳ ବି ସେମିଫାଇନାଲ୍‌ ଖେଳିବ।

ଦୁଇ ସେମିଫାଇନାଲ୍‌ ବିଜେତା ଟ୍ରଫି ପାଇଁ ଲଢ଼ିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।