Pappu Yadav: ଦିଲ୍ଲୀରେ ସାଂସଦ ପପୁ ଯାଦବଙ୍କ ସାମ୍ବାଦିକ ସମ୍ମିଳନୀରେ ହଙ୍ଗାମା
"ନୂଆଦିଲ୍ଲୀ: ଦିଲ୍ଲୀରେ ସାଂସଦ ପପୁ ଯାଦବଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରବିବାର ପ୍ରବଳ ହଙ୍ଗାମା ଓ ମାରପିଟ ପରିସ୍ଥିତି ସୃଷ୍ଟି ହୋଇଛି।
ସଂସଦ ବାହାରେ ହୋଇଥିବା "ମନ୍ଦିର ଦାନ ଅର୍ଥ ଚୋରି ପ୍ରତିବାଦ" ପ୍ରଦର୍ଶନକୁ ନେଇ ଜାରି ରହିଥିବା ବିବାଦ ଉପରେ ନିଜର ପକ୍ଷ ରଖିବାକୁ ସାଂସଦ ଏହି ସମ୍ମିଳନୀ ଡକାଇଥିଲେ।Advertisment ଆହୁରି ପଢନ୍ତୁ : Liquid Cleaner: ଲିକ୍ବିଡ୍ କ୍ଲିନର୍ ବ୍ୟବହାର ବଢ଼ୁଛି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ସାଂସଦ ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ସେଠାରେ ଉପସ୍ଥିତ କେତେକ ବ୍ୟକ୍ତି ତାଙ୍କ ଉପରେ ଓଲଟା ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ସମର୍ଥକ ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଏକ ବଡ଼ ଧରଣର ଧସ୍ତାଧସ୍ତିର ରୂପ ନେଇଥିଲା।
ହଙ୍ଗାମା ପରେ ପପୁ ଯାଦବ କହିଛନ୍ତି ଯେ, ଜଣେ ବ୍ୟକ୍ତି ଛୁରୀ ଧରି ତାଙ୍କୁ ସେଠାରେ ହତ୍ୟା କରିବା ଉଦ୍ଦେଶ୍ୟରେ ଆସିଥିଲା।
ଆହୁରି ପଢନ୍ତୁ : Narendra Modi: ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିବା ନେଇ କ୍ଷୋଭ ପ୍ରକାଶ କଲେ ପବନ କଲ୍ୟାଣ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆରମ୍ଭରୁ ପରିସ୍ଥିତି କେବଳ ସାଧାରଣ ଯୁକ୍ତିତର୍କ ମଧ୍ୟରେ ସୀମିତ ଥିଲା, କିନ୍ତୁ କିଛି ମିନିଟ୍ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ବିରୋଧୀ ଗୋଷ୍ଠୀର ଲୋକମାନେ ସାଂସଦଙ୍କ ବିରୋଧରେ ଜୋର୍ଦାର ସ୍ଲୋଗାନବାଜି ଆରମ୍ଭ କରିଦେଇଥିଲେ।
ବିରୋଧୀଙ୍କ ସ୍ଲୋଗାନ ଶୁଣି ପପୁ ଯାଦବଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଏବଂ ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ।
ଆହୁରି ପଢନ୍ତୁ : Arrest: ମହିଳାଙ୍କ ନକଲି ପରିଚୟରେ ପ୍ରେମଜାଲ, ପୁଲିସ ଓ ସାମ୍ବାଦିକ ସାଜି ଅର୍ଥ ଆଦାୟ ସାମ୍ବାଦିକ ସମ୍ମିଳନୀ ସ୍ଥଳରେ କିଛି ଲୋକଙ୍କ ମଧ୍ୟରେ ମାରପିଟ ହେବା ସହ ପରସ୍ପର ଉପରକୁ ଚେୟାର ଫିଙ୍ଗାଫିଙ୍ଗି କରାଯାଇଥିଲା।
ପରିସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇଯାଇଥିବା ବେଳେ ସାଂସଦ ନିଜେ କର୍ମକର୍ତ୍ତାମାନଙ୍କୁ ଶାନ୍ତ ରହିବାକୁ ବାରମ୍ବାର ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।