Pakistan: ଭାରତ ସୀମାରେ ଚୀନ୍‌ ନିର୍ମିତ ୨୫୦ ହାୱିଜର୍‌ ତୋପ ମୁତୟନ କଲା ପାକିସ୍ତାନ

Aug 02, 2026 - 22:11
Pakistan: ଭାରତ ସୀମାରେ ଚୀନ୍‌ ନିର୍ମିତ ୨୫୦ ହାୱିଜର୍‌ ତୋପ ମୁତୟନ କଲା ପାକିସ୍ତାନ

"ନୂଆଦିଲ୍ଲୀ: ପାକିସ୍ତାନ ନିକଟରେ ଚୀନ୍‌ଠାରୁ ହାସଲ କରିଥିବା ୨୫୦ଟି ଅତ୍ୟାଧୁନିକ "ଏସଏଚ-୧୫ ୧୫ମିମି" ଟ୍ରକ୍-ମାଉଣ୍ଟେଡ୍ ସେଲ୍ଫ-ପ୍ରୋପେଲ୍ଡ ଆର୍ଟିଲାରୀ ସିଷ୍ଟମ (ହାୱିଜର୍‌ ତୋପ)କୁ ଭାରତ ସୀମାରେ ବ୍ୟବସ୍ଥିତ ଭାବେ ମୁତୟନ କରିବା ଆରମ୍ଭ କରିଛି।

ଗୁଇନ୍ଦା ସୂତ୍ର ଅନୁଯାୟୀ, ଚୀନ୍‌ର ସରକାରୀ କମ୍ପାନି "ନୋରିଙ୍କୋ" ଦ୍ୱାରା ନିର୍ମିତ ଏହି ଉଚ୍ଚ ଗତିଶୀଳ ତୋପଗୁଡ଼ିକୁ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ରଣନୈତିକ ପଶ୍ଚିମ ସୀମାରେ ମୁତୟନ କରାଯାଉଛି।Advertisment ଆହୁରି ପଢନ୍ତୁ : father saves son ବୁଡ଼ିଯାଉଥିବା ପୁଅକୁ ଉଦ୍ଧାର କରି ଭାସିଗଲେ ବାପା  କେନ୍ଦ୍ର ସରକାର ଏବଂ ସୁରକ୍ଷା ପ୍ରତିଷ୍ଠାନ ପାଇଁ ଏହି ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ପାଲଟିଛି, କାରଣ ଏହି ସାମରିକ ପଦକ୍ଷେପ ମେ ୨୦୨୫ରେ ଭାରତର ତିନି ସେନା ପକ୍ଷରୁ ନିୟନ୍ତ୍ରଣ ରେଖା(ଏଲଓସି) ଓ ପାକିସ୍ତାନ ଭିତରେ ହୋଇଥିବା "ଅପରେସନ ସିନ୍ଦୂର" ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନର ଜବାବରେ ନିଆଯାଇଛି।

ସେହି ସଂଘର୍ଷରେ ପାକିସ୍ତାନର ପୁରୁଣା ଆର୍ଟିଲାରୀ ବ୍ୟବସ୍ଥା ବ୍ୟାପକ ଭାବେ ନଷ୍ଟ ହୋଇଯାଇଥିଲା।

ବର୍ତ୍ତମାନ ପାକିସ୍ତାନ ନିଜର ରଣନୀତିକ ଅଭାବକୁ ପୂରଣ କରିବା ସହ ୨୫୦ଟି ନୂତନ ୟୁନିଟ୍ ସହାୟତାରେ ଏକାଧିକ ଆର୍ଟିଲାରୀ ରେଜିମେଣ୍ଟକୁ ଶକ୍ତିଶାଳୀ କରି ନିଜର ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି କରୁଛି।

ଆହୁରି ପଢନ୍ତୁ : Lightning Strike ଯାଜପୁର ଜିଲ୍ଲାରେ ବିଭିନ୍ନସ୍ଥାନରେ ବଜ୍ରାଘାତ, ୨ ମୃତ ଓ ୨ ଗୁରୁତର ଏହି ଏସ୍‌ଏଚ୍‌-୧୫ ହାୱିଜର ହେଉଛି ଚୀନ ସେନାର ପିସିଏଲ-୧୮୧ର ରପ୍ତାନି ସଂସ୍କରଣ, ଯାହା ଏକ ସଶସ୍ତ୍ର ଶାନ୍‌କ୍ସି ଟ୍ରକ୍ ଚେସିସ୍ ଉପରେ ସ୍ଥାପିତ ହୋଇଥାଏ।

ଏହାର ସଡ଼କ ଗତି ଘଣ୍ଟା ପ୍ରତି ୯୦ କିଲୋମିଟର ହୋଇଥିବାରୁ ଏହା ପାର୍ବତ୍ୟ ଓ ସମତଳ ଉଭୟ ଅଞ୍ଚଳରେ ଦ୍ରୁତ ଗତିରେ ସ୍ଥାନ ପରିବର୍ତ୍ତନ କରିବାରେ ସକ୍ଷମ।

ଆଇନଗତ ଓ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ତୋପ ସାଧାରଣ ୧୫ମିମି ନାଟୋ ରାଉଣ୍ଡ ଜରିଆରେ ୩୦ ରୁ ୪୦ କିଲୋମିଟର ଏବଂ ରକେଟ୍-ଆସିଷ୍ଟେଡ୍ ଭି-ଏଲଏପି ପ୍ରୋଜେକ୍ଟାଇଲ୍ ଦ୍ୱାରା ୫୩ ରୁ ୭୨ କିଲୋମିଟର ଦୂରତା ପର୍ଯ୍ୟନ୍ତ ସଠିକ୍ ଭାବେ ଗୋଳା ବର୍ଷଣ କରିପାରେ।

ଆହୁରି ପଢନ୍ତୁ : Sports Development ଖେଳ ଓ ଖେଳାଳୀଙ୍କ ବିକାଶ ପାଇଁ ମିଳିମିଶି କାମ କରିବେ ଓଡ଼ିଶା-ବିହାର ଏଥିରେ ସ୍ୱୟଂଚାଳିତ ଫାୟାର-କଣ୍ଟ୍ରୋଲ ସିଷ୍ଟମ ଏବଂ ହାଇଡ୍ରୋଲିକ୍ ସ୍ପେଡ୍ସ ରହିଛି, ଯାହା ଶତ୍ରୁପକ୍ଷର ରାଡାର୍ ଲକ୍ କରିବା ପୂର୍ବରୁ "ସୁଟ୍ ଆଣ୍ଡ ସ୍କୁଟ୍" (ଆକ୍ରମଣ କରି ତୁରନ୍ତ ଫେରିଯିବା) ପ୍ରଣାଳୀରେ କାର୍ଯ୍ୟ କରେ।

ଏହି ମୁତୟନ ଯୋଗୁଁ ସୀମାରେ ଥିବା ଭାରତୀୟ ସେନା ଘାଟି ଓ ଗୁରୁତ୍ୱପୂର୍ଣ୍ଣ ସପ୍ଲାଇ ଲାଇନ୍ ଏହାର ରେଂଜ୍‌ ଭିତରକୁ ଚାଲିଆସିଛି।

ଭାରତ ନିକଟରେ କେ-୯ ବଜ୍ର ଭଳି ଶକ୍ତିଶାଳୀ ଏବଂ ସୁରକ୍ଷିତ ଟ୍ରାକ୍‌ଡ୍ ସିଷ୍ଟମ ରହିଥିଲେ ହେଁ ପାକିସ୍ତାନ ଓ ଚୀନ୍‌ର ଏହି ମିଳିତ ସାମରିକ ରଣନୀତି ଦକ୍ଷିଣ ଏସିଆର ସନ୍ତୁଳନ ପ୍ରତି ଏକ ନୂତନ ଆହ୍ୱାନ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।