Pant-Dhoni: ଏକାଠି ଅଭ୍ୟାସ କଲେ ପନ୍ତ-ଧୋନି, ଭାଇରାଲ୍‌ ହେଲା ଫଟୋ

Aug 02, 2026 - 05:35
Pant-Dhoni: ଏକାଠି ଅଭ୍ୟାସ କଲେ ପନ୍ତ-ଧୋନି, ଭାଇରାଲ୍‌ ହେଲା ଫଟୋ

"ରାଞ୍ଚି: ଦୁଇ ପିଢ଼ିର ଦୁଇ ଭାରତୀୟ ୱିକେଟ୍‌ ରକ୍ଷକ ତାରକା ମହେନ୍ଦ୍ର ସିଂହ ଧୋନି ଓ ଋଷଭ ପନ୍ତ ଏକାଠି ଅଭ୍ୟାସ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ରାଞ୍ଚିର ଏକ ଜିମ୍‌ରେ ଉଭୟଙ୍କୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

ପୂର୍ବତନ ଭାରତୀୟ ସ୍ପିନର୍‌ ଶାହବାଜ ନଦୀମ୍ ସେମାନଙ୍କ ସହ ଏକ ଫଟୋ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି।

ଫଟୋଟିରେ ଧୋନି ନୀଳ ରଙ୍ଗର ଟ୍ରାକ୍‌ ସୁଟ୍ ପିନ୍ଧିଥିବା ବେଳେ ପନ୍ତ କଳା ଟି-ସାର୍ଟ ଓ ସର୍ଟ୍ସରେ ନଜର ଆସୁଛନ୍ତି।

ଫଟୋ ସହ ନଦୀମ୍ ଉଭୟଙ୍କୁ ଭାରତୀୟ କ୍ରିକେଟ୍‌ର ଦୁଇ ଶ୍ରେଷ୍ଠ "ଫିନିସର୍" ଭାବେ ବର୍ଣ୍ଣନା କରିଛନ୍ତି।

ଏହା ପରେ ଧୋନି ଓ ପନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ଏହି ଫଟୋକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପନ୍ତ ଏବେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ଟେଷ୍ଟ୍‌ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ପାଇଁ ଜୋରରଦାର ପ୍ରସ୍ତୁତି କରୁଛନ୍ତି।

କାରଣ ଚଳିତବର୍ଷର ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ର ଅଧିନାୟକ ଥିବା ପନ୍ତଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା।

ସେ କେବଳ ୩୧୨ ରନ୍ କରିଥିଲେ।

ଦଳ ମଧ୍ୟ ୨୦୨୬ ଋତୁରେ ସବାଶେଷ ସ୍ଥାନରେ ରହିଥିଲା।

ଅନ୍ୟପଟେ ଆଘାତ ଜନିତ କାରଣରୁ ଧୋନି ୨୦୨୬ ଆଇପିଏଲ୍‌ର ପୂରା ଋତୁରୁ ଦୂରେଇ ରହିଥିଲେ।

ଫଳରେ ତାଙ୍କ ଆଇପିଏଲ୍‌ କ୍ୟାରିୟରକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।

Advertisment Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ ଏପରିକି ଧୋନି ଏଥର ଆଇପିଏଲ୍‌ରୁ ଅବସର ନେବାର ଚର୍ଚ୍ଚା ବି ଜୋର ଧରିଥିଲା।

ହେଲେ ଧୋନି ଚିରାଚରିତ ଭାବେ ଚୁପ୍‌ ରହିବାକୁ ପସନ୍ଦ କରିଥିଲେ।

ଏବେ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ବିଦାୟ  ନେଇ ସାରିଥିବାରୁ ଆଗାମୀ ଋତୁରେ ଧୋନି ଏହି ଦଳର ମାର୍ଗଦର୍ଶକ ଭୂମିକା ନେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।

୨୦୨୩ରେ ବିଜେତା ହେବା ପରେ ଲଗାତାର ତିନିଟି ଋତୁରେ ପ୍ଲେଅଫ୍‌ରେ ପହଞ୍ଚିବାରେ ବିଫଳ ହୋଇଥିବା ସିଏସ୍‌କେ ଏବେ ନିଜ ଦଳକୁ ପୁନର୍ଗଠନ କରିବା ଉପରେ ଗୁରୁତ୍ୱ ଦେଉଛି।

ଏଭଳି ସମୟରେ ଧୋନି ଓ ପନ୍ତଙ୍କ ଏକାଠି ଟ୍ରେନିଂର ଫଟୋ ସାମ୍ନାକୁ ଆସିବା ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।

Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।