Salman Rushdie Attack: ସଲମାନ ରୁଶଦିଙ୍କୁ ଆକ୍ରମଣ ମାମଲା: ଦୋଷୀ ସାବ୍ୟସ୍ତ ହାଦି

Jul 30, 2026 - 13:22
Salman Rushdie Attack: ସଲମାନ ରୁଶଦିଙ୍କୁ ଆକ୍ରମଣ ମାମଲା: ଦୋଷୀ ସାବ୍ୟସ୍ତ ହାଦି

"ୱାସିଂଟନ: ଆମେରିକାର ଏକ କୋର୍ଟ ୨୦୨୨ ମସିହାରେ ନ୍ୟୁୟର୍କରେ ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଛୁରୀ ଆକ୍ରମଣ ଘଟଣାରେ ଜଣେ ଆମେରିକୀୟ ନାଗରିକଙ୍କୁ ସଂଘୀୟ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ନ୍ୟୁୟର୍କର ବଫାଲୋର ଫେଡେରାଲ ବିଚାରପତିଙ୍କ ଏକ ପ୍ୟାନେଲ ନ୍ୟୁ ଜର୍ସିର ଫେୟାରଭ୍ୟୁର ୨୮ ବର୍ଷୀୟ ହାଦି ମତରଙ୍କୁ ବିଦେଶୀ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାକୁ ସହାୟତା ଯୋଗାଇବା, ଆନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ରହିବା ଏବଂ ଆତଙ୍କବାଦୀଙ୍କୁ ସହାୟତା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।ଆମେରିକାରେ ଜନ୍ମଗ୍ରହଣ ଏବଂ ପାଳିତ ହେବା ସତ୍ତ୍ୱେ, ହାଦି ହିଂସାକୁ ପ୍ରୋତ୍ସାହିତ କରୁଥିବା ଏବଂ ସଲମାନ ରୁଶଦିଙ୍କ ହତ୍ୟା ପାଇଁ ଆହ୍ୱାନ ଦେଉଥିବା ଇରାନୀ ନେତାମାନଙ୍କର ମୌଳବାଦୀ ଏବଂ ଆତଙ୍କବାଦୀ ଚିନ୍ତାଧାରା ଗ୍ରହଣ କରିଥିଲେ ବୋଲି ନ୍ୟୁୟର୍କର ପଶ୍ଚିମ ଜିଲ୍ଲାର ଆମେରିକୀୟ ଆଇନଜୀବୀ ମାଇକେଲ ଡିଜିଆକୋମୋ କହିଛନ୍ତି।Advertisment ହତ୍ୟା ପାଇଁ କିଛି ମାସ ଧରି ସେ ଯୋଜନା ରୁଶଦିଙ୍କ ହତ୍ୟା ପାଇଁ କିଛି ମାସ ଧରି ସେ ଯୋଜନା ଏବଂ ପ୍ରସ୍ତୁତି କରିଥିଲେ।

ଏହି ଆକ୍ରମଣ କରି, ହାଦି ନିଜର ଆଦର୍ଶ ବୋଲି ମାନୁଥିବା ମୃତବରଣ କରିଥିବା ଆତଙ୍କବାଦୀମାନଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଥିଲେ।

ତେବେ ତାଙ୍କ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରାଯାଇଥିଲା।

ହାଦି ୧୨ ଅଗଷ୍ଟ ୨୦୨୨ରେ ରୁଶଦିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ହାଦି ରୁଶିଦଙ୍କର ୧୯୮୮ ଉପନ୍ୟାସ, "ଦି ସାଟାନିକ୍ ଭ‌ର୍ସେସ୍" ଯୋଗୁଁ ତାଙ୍କୁ ହତ୍ୟା ପାଇଁ ଜାରି କରାଯାଇଥିବା ଫତୱାକୁ କାର୍ଯ୍ୟକାରୀ କରିବା ଲାଗି ଏହି ଆକ୍ରମଣ କରିଥିଲେ।

ଜାତୀୟ ସୁରକ୍ଷା ବ୍ୟାପାରର ସହାୟକ ଆଟର୍ଣ୍ଣି ଜେନେରାଲ ଜନ୍ ଏ.

ଆଇଜେନବର୍ଗ କହିଛନ୍ତି ଯେ, ହାଦି ଏକ ବର୍ଷରୁ ଅଧିକ ସମୟ ଧରି ହିଜବୁଲ୍ଲାର ହିଂସାତ୍ମକ ଚିନ୍ତାଧାରା ଅନୁସରଣ କରିଥିଲେ।

ସେ ରୁଶଦିଙ୍କୁ ହତ୍ୟା କରିବା ପାଇଁ ଇରାନର ଆୟାତୋଲ୍ଲା ଅଲି ଖେମିନିଙ୍କ ଦ୍ୱାରା ଜାରି କରାଯାଇଥିବା ଫତୱାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇଥିଲେ।

Midday Meal: ତାମିଲନାଡ଼ୁ ସ୍କୁଲରେ ବଦଳିବ ମଧ୍ୟାହ୍ନ ଭୋଜନ ମେନୁ: ସାମିଲ ହେବ ଚିକେନ ବିରିୟାନୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।