Pangolin Scales Seized: ୩୫୨ଟି ବଜ୍ରକାପ୍ତା କାତି ଜବତ, ୬ ଗିରଫ

Sep 13, 2026 - 13:30
Pangolin Scales Seized: ୩୫୨ଟି ବଜ୍ରକାପ୍ତା କାତି ଜବତ, ୬ ଗିରଫ

"ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା।

ବଜ୍ରକାପ୍ତା କାତି ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ମାଲକାନଗିରି ବନ ବିଭାଗ।

ବଜ୍ରକାପ୍ତା କାତିର ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଛି ବନବିଭାଗ ।

ମାଲକାନଗିରି ସଦର ନିକଟସ୍ଥ ଡ୍ୟାମ୍‌ ସାଇଡ୍‌ ଛକ ନିକଟରେ ଚାଲିଥିଲା ଏହି ଡିଲ୍‌ ।

ପୂର୍ବରୁ ଖବର ପାଇ ସେଠାରେ ଜଗି ରହିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ।Advertisment ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା ଡିଲ୍‌ ସମୟରେ ଚଢ଼ାଉ କରି ୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ ।

ଏଥିସହ ୩ଟି ବାଇକ୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି ।

ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୨ ଜଣ ବୈପାରୀଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି ।ତେବେ ଏହି ବଜ୍ରକାପ୍ତା କାତି କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ତାହାର ଖୋଳତାଡ଼ ଆରମ୍ଭ କରିଛି ବନ ବିଭାଗ ।

ଏହି ରାକେଟ୍‌ର ଚେର ଅନ୍ୟ ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।

ବାହାର ରାଜ୍ୟରେ ଚଢ଼ା ଦରରେ ବଜ୍ରକାପ୍ତା କାତି ବିକ୍ରି କରିବା ପାଇଁ ଏହି ଚୋରାଚାଲାଣ ହେଉଥିବା ଅନୁମାନ କରାଯାଉଛି ।

ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି ।

Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)