Paneer: ଚଢ଼ଉ ପରେ ବଢ଼ିଲା ପନିର, ଛେନା ଦର: ମିଠା ଦର, କେଜି ୧୦୦ ଟଙ୍କା ବଢ଼େଇଦେଲେ

Oct 18, 2026 - 07:35
Paneer: ଚଢ଼ଉ ପରେ ବଢ଼ିଲା ପନିର, ଛେନା ଦର: ମିଠା ଦର, କେଜି ୧୦୦ ଟଙ୍କା ବଢ଼େଇଦେଲେ

"ଭୁବନେଶ୍ବର: କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ତମ୍ବିତୋଫାନ ପରେ ରାଜ୍ୟବ୍ୟାପୀ ଛେନା, ପନିର ଚଢ଼ଉ ଜୋରଦାର ହେଲା।

ଚାଷୀଠୁ ଆରମ୍ଭ କରି ବେପାରୀଙ୍କୁ ପର୍ଯ୍ୟନ୍ତ, ସମସ୍ତଙ୍କୁ ଯାଞ୍ଚ ପ୍ରରିସରଭୁକ୍ତ କରାଗଲା।

ଅଧିକ ମାଡ଼ ଦୁଗ୍ଧ ଚାଷୀଙ୍କଠାରେ ବାଜିଲା।

ପ୍ରାୟ ସପ୍ତାହେ ଧରି ଏଭଳି ଚଢ଼ଉ କରିବା ପରେ ଏବେ ସଂପୂର୍ଣ୍ଣ ନିରବ ବସିଛନ୍ତି ଖାଦ୍ୟ ନିରାପତ୍ତା ଦଳ।

କିନ୍ତୁ ଚଢ଼ଉର ବଡ଼ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିଛି।

ସେ ପନିର ହେଉ କି ଛେନା, ପୂର୍ବର ଦର ଓ ଏବେର ଦରରେ ପ୍ରାୟ ୮୦ରୁ ଶହେ ଟଙ୍କାର ତାରତମ୍ୟ ଦେଖିବାକୁ ମିଳିଛି।

ବିଶେଷ କରି ପାର୍ବଣ ଋତୁରେ ଯୋଗାଣ କମ୍‌ ଆଳ ଦେଖାଇ ଶୋଷଣ ଆରମ୍ଭ କରି ଦେଇଛନ୍ତି।

ମିଠା ଦୋକାନୀମାନେ।

ମିଠା କେଜି ପ୍ରତି ୧୦୦ରୁ ଅଧିକ ଟଙ୍କା ବଢ଼ାଇ ଦେଲେଣି।

ବର୍ଦ୍ଧିତ ଦର ପରେ ଏହାର ମାନ ଠିକ୍‌ ରହୁଛି କି ରହୁନି, ଯାଞ୍ଚ କରିବାକୁ କେହି ନାହାନ୍ତି।

ଗ୍ରାହକଙ୍କ ଅଭିଯୋଗ, ପୂର୍ବଭଳି ଅପମିଶ୍ରିତ ଛେନା, ପନିର ଏବେ ବି ବିକ୍ରି ଚାଲିଛି, କିନ୍ତୁ ମାନ ଆଳରେ ଦରକୁ ବହୁତ ବଢ଼ାଇ ଦିଆଯାଇଛି।Advertisment Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ଓମ୍‌ଫେଡ୍‌ ପନିର ବିକ୍ରି ୭୫ହଜାର କେଜି ବଢ଼ିଲାଚଢ଼ଉ ‌ପରେ ଓମ୍‌ଫେଡ୍‌ର ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି ବଢ଼ିଛି।

ମାସକ ଭିତରେ ପ୍ରାୟ ୭୫ହଜାର କେଜି ପନିର ଅଧିକ ବିକ୍ରି ହୋଇଛି।

ପୂର୍ବରୁ ପ୍ରାୟ ୮ ମେଟ୍ରିକ୍‌ ଟନ୍‌ ପନିର ବିକ୍ରି ହେଉଥିଲା, ଏବେ ୯ ମେଟ୍ରିକ୍‌ ଟନ୍‌ ଛୁଇଁଲାଣି।

ଦୁର୍ଗାପୂଜାରେ ବି ବେପାର ବଢ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

କେବଳ ପନିର ନୁହେଁ, ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟର ବି ବେପାର ବଢ଼ଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ୧ କେଜି ପନିର ହେଉ କି ଛେନା, ଏଥିପାଇଁ ୫ରୁ ୬ ଲିଟର କ୍ଷୀର ଆବଶ୍ୟକ।

କ୍ଷୀର ଲିଟର ହିସାବକୁ ନେଲେ, ପ୍ରାୟ ୨୪୫ ଟଙ୍କା ଖର୍ଚ୍ଚ ହେଉଛି।

ନିଆଁ, ପାଣି, ଶ୍ରମଦାନ ଆଦି ମିଶିଲେ, ୨୬୦ରୁ ୨୮୦ ଟଙ୍କା ଖର୍ଚ୍ଚ ହେଉଛି।

ଏଣୁ ଚାଷୀମାନେ ପନିର କେଜି ଅତିବେଶିରେ ୩ଶହରୁ ୩୨୦ ଟଙ୍କାରେ ବିକ୍ରି ନକଲେ ଲାଭ ମିଳିବନି।

ମିଠା ଦୋକାନୀମାନେ ଛେନା, ପନିରର ଦର ବଢ଼ିଗଲା କହି ‌ମିଠା କେଜି ପିଛା ପ୍ରାୟ ୧୦୦ ଟଙ୍କା ବଢ଼ାଇ ସାରିଲେଣି।

ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟରୁ ନିୟମିତ ବାସୀ ଖାଦ୍ୟ ବାହାରୁଛି।

ସେମାନଙ୍କୁ ନ ଜଗି କେବଳ ଦୁଗ୍ଧ ଚାଷୀଙ୍କ ଉପରେ ଦାଉ ସାଧିଲେ, କେମିତି ହେବ ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି।

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ ଭୁବନେଶ୍ବର ଦୁଗ୍ଧ ଚାଷୀ ମହାସଂଘ ସଭାପତି ନବକିଶୋର ବେହେରା କହିଛନ୍ତି, ରାଜଧାନୀରେ ଦୈନିକ ପ୍ରାୟ ୧୫୦ କ୍ବିଣ୍ଟାଲ ପନିର ଓ ପ୍ରାୟ ୨୦୦ କ୍ବିଣ୍ଟାଲ ଛେନା ବିକ୍ରି ହୋଇଥାଏ।

ପର୍ବପର୍ବାଣୀ, ବିବାହ ଆଦିରେ ବିକ୍ରି ବଢ଼ିଥାଏ।

ଭୁବନେଶ୍ବରରେ ପନିର ହୋଲ୍‌ସେଲ୍‌ ଦର କେଜି ପିଛା ୨୪୫ ଟଙ୍କା ରହିଛି।

ଖୁଚୁରାରେ କେଜି ୨୮୦ରୁ ୩୧୦ ଟଙ୍କା ଭିତରେ ବିକ୍ରି କରିବାକୁ କୁହାଯାଇଛି।

ଛେନା କେଜି ପିଛା ହୋଲ୍‌ସେଲ୍‌ ଦର ୨୪୫ ଟଙ୍କା ରହିଛି।

ଖୁଚୁରାରେ ଅତିବେଶିରେ କେଜି ୨୭୦ ଟଙ୍କାରେ ବିକ୍ରି କରିବାକୁ କୁହାଯାଇଛି।

ଯଦି କେହି ଏହାଠାରୁ ଅଧିକ ଦରରେ ବିକ୍ରି କରୁଛନ୍ତି, ଆମ ନଜରକୁ ଆଣିଲେ, ଆବଶ୍ୟକ ପଦକ୍ଷେପ ନେବୁ।

ବାକି ଗୁଣବତ୍ତା ନିୟମ କେବଳ ଚାଷୀ କ୍ଷେତ୍ରରେ ସୀମିତ ନ ରଖି ବଡ଼ ବଡ଼ ଦୁଗ୍ଧ କମ୍ପାନିଙ୍କର ଉତ୍ପାଦର ମାନ ବି ଯାଞ୍ଚ ହେଉ।

ବିଏମ୍‌ସି କମିସନର ଚଞ୍ଚଳ ରାଣାଙ୍କ କହିଛନ୍ତି, ସେ ପନିର ହେଉ କି ଗୁପଚୁପ, ଖାଦ୍ୟ ସୁରକ୍ଷା ଦଳ ନିୟମିତ ଯାଞ୍ଚ କରୁଛନ୍ତି।

ଦୁର୍ଗାପୂଜାରେ ଖାଦ୍ୟ ‌ଯାଞ୍ଚ ଜୋରଦାର କରାଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)