Pandit Nilakantha: ‘ପଣ୍ଡିତ ନୀଳକଣ୍ଠଙ୍କ ଦର୍ଶନ ଆଧୁନିକ ଶିକ୍ଷାନୀତିରେ ପ୍ରତିଫଳିତ’
"ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ଏକଧାରାରେ ଜଣେ ସମାଜ ସଂସ୍କାରକ, ସ୍ବାଧୀନତା ସଂଗ୍ରାମୀ ଓ ରାଷ୍ଟ୍ରନୀତିଜ୍ଞ ଥିଲେ।
ସେଦିନ ସତ୍ୟବାଦୀ ବନବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସ ଯେଉଁ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ବ ଦେଇଥିଲେ, ତାହା ସର୍ବକାଳୀନ ଶିକ୍ଷା ଦର୍ଶନ।
ପଣ୍ଡିତ ନୀଳକଣ୍ଠଙ୍କ ଶିକ୍ଷା ଦର୍ଶନ, ସୁନାଗରିକ ନିର୍ମାଣର ମୂଳଦୁଆ ପ୍ରତିଷ୍ଠା ଉପରେ ଆଧାରିତ ଥିଲା।
ଆଜି ଆଧୁନିକ ଭାରତ ଶିକ୍ଷାନୀତିରେ ପଣ୍ଡିତ ନୀଳକଣ୍ଠଙ୍କ ଶିକ୍ଷା ଦର୍ଶନ ପ୍ରତିଫଳିତ ହେଉଛି।
ଆଜି ତାଙ୍କ ଜୟନ୍ତୀ ଅବସରରେ ଏକ ଆଲୋଚନାଚକ୍ରରେ ଅତିଥିମାନେ ଏଭଳି ମତ ରଖିଛନ୍ତି।
Advertisment Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସଂସ୍କୃତି ଅଧ୍ୟୟନ ଓ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଥିଲା, "ସାଂପ୍ରତିକ ଭାରତୀୟ ଶିକ୍ଷାନୀତି ଓ ପଣ୍ଡିତ ନୀଳକଣ୍ଠ ଦାସ" ଶୀର୍ଷକ ଆଲୋଚନାଚକ୍ର।
କାର୍ଯ୍ୟକ୍ରମର ମୁଖ୍ୟଅତିଥି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେବି ରାଉତ କହିଲେ ଯେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶିକ୍ଷା ଦର୍ଶନ ଆଧୁନିକ ଭାରତ ଶିକ୍ଷାନୀତି ପାଇଁ ଏକ ପ୍ରେରଣାଦାୟକ ଆଧାର। "ସାଂପ୍ରତିକ ଭାରତୀୟ ଶିକ୍ଷାନୀତି ଓ ପଣ୍ଡିତ ନୀଳକଣ୍ଠ ଦାସ" ଆଲୋଚନାଚକ୍ର ସତ୍ୟବାଦୀ ବନବିଦ୍ୟାଳୟ ମାଧ୍ୟମରେ ପଣ୍ଡିତ ନୀଳକଣ୍ଠ ଏକ ଅନନ୍ୟ ଶିକ୍ଷା ପଦ୍ଧତିର ବିକାଶ କରିଥିଲେ।
ସେହି ଶିକ୍ଷା ପଦ୍ଧତି ବଳରେ ପିଲାଙ୍କ ଭିତରେ ଜ୍ଞାନ, ଚରିତ୍ର, ଶୃଙ୍ଖଳା, ସେବାଭାବ, ଦେଶପ୍ରେମ ଓ ସଂସ୍କୃତିର ସମନ୍ୱୟ ଘଟିଥିଲା।
ଆଜି ସାଂପ୍ରତିକ ଜାତୀୟ ଶିକ୍ଷାନୀତିରେ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ଦର୍ଶନ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନର ସଦସ୍ୟ ପ୍ରଫେସର ଶ୍ରୁତି ଦାସ କହିଲେ ଯେ ପୁସ୍ତକୀୟ ଜ୍ଞାନ ସହ ଶ୍ରମ, ଶୃଙ୍ଖଳା, ପ୍ରକୃତି ସହ ସମ୍ପର୍କ ଓ ଜାତୀୟ ଚେତନାର ବିକାଶକୁ ପଣ୍ଡିତ ନୀଳକଣ୍ଠ ତାଙ୍କ ଶିକ୍ଷା ଦର୍ଶନରେ ଗୁରୁତ୍ୱ ଦେଇଥିଲେ।
ଆଜି ତାହା ଜାତୀୟ ଶିକ୍ଷାନୀତିରେ ଯଥେଷ୍ଟ ଗୁରୁତ୍ବବହନ କରୁଛି।
କାର୍ଯ୍ୟକ୍ରମର ସଭାପତି କୁଳପତି ପ୍ରଫେସର ସ୍ବାଇଁ କହିଲେ ଯେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଶିକ୍ଷାପଦ୍ଧତି ଭାଷା, କଳା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ କରିପାରିଛି।
Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା ସୂଚନାଯୋଗ୍ୟ ଯେ ଏହି ଅବସରରେ ବିଶିଷ୍ଟ ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଜୟନ୍ତୀ ପାଳିତ ହୋଇଥିଲା।
ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।
ସହକାରୀ ପ୍ରଫେସର ଆଶିଷ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।
ସ୍ନାତକୋତ୍ତର ବିଭାଗ ମୁଖ୍ୟ ପ୍ରଫେସର ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲେ।
ଅଧ୍ୟାପକ ଜ୍ଞାନରଂଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଗୁରୁ ଧୀରଜ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପଣ୍ଡିତ ନୀଳକଣ୍ଠଙ୍କର ରଚିତ "କୋଣାର୍କେ" କାବ୍ୟର କୀୟଦଂଶ ଛାତ୍ରୀମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।