11 JULY 2026

Welcome!

Unlock your personalized experience.
Sign Up

Panchayat elections: ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ: ଜନଗଣନା ପାଇଁ ୨-୩ ମାସ ବିଳମ୍ବ ହୋଇପାରେ

Jul 11, 2026 - 01:37
Panchayat elections: ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ: ଜନଗଣନା ପାଇଁ ୨-୩ ମାସ ବିଳମ୍ବ ହୋଇପାରେ

ଭୁବନେଶ୍ବର: ୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ଦ୍ଧାରିତ ସମୟ ଫେବ୍ରୁଆରିରେ ହେବ ନାହିଁ। ଦୁଇ ତିନି ମାସ ଘୁଞ୍ଚିପାରେ। ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏ ସଙ୍କେତ ଦିଆଯାଇଛି। ଜନଗଣନା ପ୍ରକ୍ରିୟା ସରିଲା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହି ବିଳମ୍ବକୁ ନେଇ ରାଜନୀତି ଜୋର୍ ଧରିଛି।

Election: ବିଜେପିର ପ୍ରାର୍ଥୀ ଚୟନରୁ ପଶ୍ଚିମବଙ୍ଗର ବଦଳୁଥିବା ରାଜନୈତିକ ସମୀକରଣର ସଙ୍କେତ

ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ କହିଛନ୍ତି, ରାଜ୍ୟରେ ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ଏସ୍ଆଇଆର୍ ପରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଇଲେକ୍ଟୋରାଲ୍ ରୋଲ୍ ତିଆରି କରାଯିବ। ଆମେ ଡୋର୍ ଟୁ ଡୋର୍ ସର୍ଭେ କରି ୱାର୍ଡୱାରି ରୋଲ୍ ତିଆରି କରିବୁ। ଏବେ ଚାଲିଥିବା ଜନଗଣନା ପ୍ରକ୍ରିୟା ଆସନ୍ତା ଫେବ୍ରୁଆରି-ମାର୍ଚ୍ଚରେ ଶେଷ ହେବ। ବିଏଲ୍ଓ, ଅଙ୍ଗନବାଡ଼ି କର୍ମୀମାନେ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେଣୁ ସେମାନଙ୍କୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ କରି ହେବନି। ଜନଗଣନା ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବ। ଏପ୍ରିଲ୍ ମାସରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। ୨୦୨୭ ଜୁନ୍ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ଏଥି ପାଇଁ ପୂର୍ବରୁ ଆର୍‌ଡିସି ଓ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ ହୋଇସାରିଛି। ଆସନ୍ତା ୨୧ ତାରିଖରେ ପୁଣି ଥରେ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ ବସିବ।  

Election: ବିଜେପିର ପ୍ରାର୍ଥୀ ଚୟନରୁ ପଶ୍ଚିମବଙ୍ଗର ବଦଳୁଥିବା ରାଜନୈତିକ ସମୀକରଣର ସଙ୍କେତ

ପ୍ରଶାସନିକ ପ୍ରକ୍ରିୟା ପାଇଁ ବିଳମ୍ବ ହେଉଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ ବିରୋଧୀ ଦଳ ଏଥିରେ ଷଡ୍‌ଯନ୍ତ୍ରର ଗନ୍ଧ ବାରିଛନ୍ତି। ସରକାରୀ ଦଳ କିଛି ଭିତିରି ଏଜେଣ୍ଡା ରଖି ବିଳମ୍ବ କରୁଛନ୍ତି ବୋଲି ବିରୋଧୀ ଦଳର ନେତାମାନେ ଆଜି ଗଣମାଧ୍ୟମକୁ କହିଛନ୍ତି। ତେବେ ଶାସକ ଦଳ ବିଜେପି ପକ୍ଷରୁ କୁହାଯାଇଛି ଯେ ଶାସକ ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। ନିର୍ବାଚନ କମିସନ ସାମ୍ବିଧାନିକ ସଂସ୍ଥା। ସେ ତାଙ୍କର କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ୨୦୨୨ ଫେବ୍ରୁଆରି ୧୬ରୁ ୨୪ ତାରିଖ ମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ୮୫୩ ଜିଲ୍ଲା ପରିଷଦ, ୬୭୯୪ ପଞ୍ଚାୟତ ଓ ୯୧,୯୧୬ ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।