Saltwater Crocodile Nest କନିକା-ରାଜନଗରରେ ୯୨ କୁମ୍ଭୀରବସା ଚିହ୍ନଟ

Jul 10, 2026 - 23:00
Saltwater Crocodile Nest କନିକା-ରାଜନଗରରେ ୯୨ କୁମ୍ଭୀରବସା ଚିହ୍ନଟ

"ଋାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ସୁଦ୍ଧା  ନଦୀନାଳଗୁଡ଼ିକରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କର ୯୨ ଟି ବସା ଚିହ୍ନଟ ହୋଇଛି।

କନିକା ରେଞ୍ଜରେ ୯୦ ଟି ଓ ରାଜନଗର ରେଞ୍ଜରେ ୨ଟି କୁମ୍ଭୀରବସା ଚିହ୍ନଟ ହୋଇଛି |  ଗତବର୍ଷ   ୧୧୭ଟି ବସା  ଚିହ୍ନଟ ହୋଇଥିଲା।

ଏବେ କୁମ୍ଭୀରବସା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଜୁଲାଇ ୨୦ ତାରିଖ ସୁଦ୍ଧା ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭଯାରଣ୍ୟ ମଧ୍ୟରେ କେତେ ସଂଖ୍ୟକ କୁମ୍ଭୀର ବସା କରି ଅଣ୍ଡା ଦେଇଛନ୍ତି, ତାହା ସ୍ପଷ୍ଟ ହେବ ।

ତେବେ ଜନବସତି ନିକଟରେ କୁମ୍ଭୀର ଅଣ୍ଡା ଦେଇଥିବାରୁ ଗାଁଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

Advertisment Gharial crocodile: ଗଣ୍ଡକରେ ଘଡ଼ିଆଳ ସଂରକ୍ଷଣ ପ୍ରତିବର୍ଷ ମେ ୧ ରୁ ଜୁଲାଇ ୩୧ ତାରିଖ, ୩ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ ।

ମା କୁମ୍ଭୀର ଅନ୍ତସତ୍ୱା ହେବା ପରେ ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ ।

ନାଳ ଠୁଁ ଉଚ୍ଚା ସ୍ଥାନରେ ବସା କରିଥାଏ ।

ଖରଖରିପତ୍ର ଓ କାଠିକୁଟକୁ ସଂଗ୍ରହ କରି ୨ ଫୁଟ୍‌ ଉଚ୍ଚର ଗଦା କରିଥାଏ ।

ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା ଉପରେ ପୁଣି ଖରଖରିପତ୍ର ଓ କାଠିକୁଟା ଘୋଡାଇ ଦେଇଥାଏ ।

ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ।

ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ ।

କୁମ୍ଭୀର ଅଣ୍ଡା ଦେବା ପରେ ବସା ଉପରେ, ବସା ପାଖରେ କିମ୍ବା ୫/୧୦ଫୁଟ ଦୂରତା ମଧ୍ୟରେ ଜଗି ରହିଥାଏ।

କୁମ୍ଭୀରମାନଙ୍କର ଏହି ୩ମାସ ପ୍ରଜନନ ପ୍ରକ୍ରିୟା ସମୟରେ ଧରି ଭିତରକନିକାକୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ ।

ଜୁନ୍ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲି ବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ ଲୋକେସେନରେ ଫଟୋ ଉଠାଇଥାନ୍ତି ।

Crocodile Number Increased: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ୩୨ କୁମ୍ଭୀର ବଢି ୧୮୫୮ରେ ପହଁଚିଲା ଗତବର୍ଷ  ଚିହ୍ନଟ ହୋଇଥିବା ୧୧୭ ଟି କୁମ୍ଭୀରବସା ମଧ୍ୟରୁ  କନିକା ରେଞ୍ଜରେ ୧୦୪ ଟି କୁମ୍ଭୀରବସା , ରାଜନଗର ରେଞ୍ଜରେ ୧୧ଟି, ଗହୀରମଥା ରେଞ୍ଜରେ ୧ଟି, ମହାକାଳପଡା ରେଞ୍ଜ ଅଞ୍ଚଳରେ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା ।

ଏଥର ଭିତରକନିକା ଜାତୀୟ ଉଦ୍ୟାନ ନିକଟ ବାଙ୍କୁଆଳ ଗାଁ ନିକଟରେ କୁମ୍ଭୀର ବସା କରି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି।

ଏହାକୁ‌‌ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଜାତୀୟଉଦ୍ୟାନ ମଧ୍ୟରେ ଗାଁ ଅବସ୍ଥିତ ହୋଇଥିଲେ ମଧ୍ୟ ନଦୀର ବହୁ ଦୂରରେ କୁମ୍ଭୀର ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।