Pakistan: ପାକିସ୍ତାନରେ ପୋଡ଼ାଜଳା, ୩୫ ପରିବାର ଗାଁ ଛାଡ଼ି କଲେ ପଳାୟନ

Oct 11, 2026 - 07:50
Pakistan: ପାକିସ୍ତାନରେ ପୋଡ଼ାଜଳା, ୩୫ ପରିବାର ଗାଁ ଛାଡ଼ି କଲେ ପଳାୟନ

"ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ସଂଖ୍ୟାଲଘୁ ପରିବାରଙ୍କ ଘର ଏବଂ ଦୋକାନରେ ନିଆଁ ଲଗାଇ ଦିଆଯାଇଛି।

ଆହୁରି ହିଂସା ଭୟରେ ୩୫ରୁ ଅଧିକ ସଂଖ୍ୟାଲଘୁ ପରିବାର ସେମାନଙ୍କ ଘରୁ ପଳାଇ ଆସିଛନ୍ତି।

ଶୁକ୍ରବାର ଦିନ କାମରାନ ମସିହଙ୍କ ଦୋକାନ ଏବଂ ସଂଲଗ୍ନ ଘର ବାହାରେ ପ୍ରତିବାଦ କରିବାକୁ ଏକାଠି ହୋଇଥିଲେ।

ତା'ପରେ ଭିଡ଼ରୁ କିଛି ଲୋକ ଉଭୟ କୋଠାରେ ନିଆଁ ଲଗାଇ ଦେଇଥିଲେ।Advertisment ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଲିସ ଗୁରୁବାର ରାତିରେ ମସିହଙ୍କୁ ଗିରଫ କରିଥିଲା।

ତିନି ପିଲାଙ୍କ ପିତା ମସିହ, ପଞ୍ଜାବର ଶେଖପୁରା ଜିଲ୍ଲାରେ ଏକ ଛୋଟ ଔଷଧ ଦୋକାନ ଚଳାନ୍ତି।

ସ୍ଥାନୀୟ ଲୋକମାନେ ତାଙ୍କୁ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଏକ ଈଶ୍ୱର ନିନ୍ଦା ଭିଡିଓ ସେୟାର କରିବାର ଅଭିଯୋଗ କରିଥିଲେ।

ମସିହଙ୍କ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ବିରୁଦ୍ଧରେ ପାକିସ୍ତାନର ଈଶ୍ୱର ନିନ୍ଦା ଆଇନର କେଉଁ ଧାରା ଲାଗୁ କରାଯାଇଥିଲା ତାହା ସ୍ପଷ୍ଟ ନୁହେଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)