Pakistan Army: ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟୀକରଣ ‘ଇମ୍ରାନ ଖାନ ଜୀବିତ ଅଛନ୍ତି’ ମୃତ୍ୟୁ ଗୁଜବକୁ ଖଣ୍ଡନ
"ଇସଲାମାବାଦ: ପାକିସ୍ତାନର ଜେଲ୍ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଥିବା ନେଇ ବ୍ୟାପକ ଗୁଜବ ସୃଷ୍ଟି ହୋଇଛି।
ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିବା ପରେ ପାକିସ୍ତାନ ସେନା ପକ୍ଷରୁ ଏକ ବିବୃତି ଜାରି କରି ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସ୍ପଷ୍ଟ କରାଯାଇଛି।
ସେନାର ଗଣମାଧ୍ୟମ ଶାଖା ଆଇଏସ୍ପିଆର୍ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଇମ୍ରାନ ଖାନ ଜୀବିତ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଆମେରିକାରେ ରହୁଥିବା ପାକିସ୍ତାନୀ ସାମ୍ବାଦିକ ୱଜାହତ ସୟିଦ ଖାନ ଗତ ଅଗଷ୍ଟ ୧୧ ତାରିଖରେ ଭିଡିଓ ସିରିଜ୍ ଜାରି କରି ଇମ୍ରାନ ଜୀବିତ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।Advertisment ଆହୁରି ପଢନ୍ତୁ :Urdu poetry conference: ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଆୟୋଜିତ ଏହି ଭିଡିଓରେ ସେ ଦାବି କରିଥିଲେ ଯେ ପାକିସ୍ତାନ ସେନା ମୁଖ୍ୟାଳୟ ର ତିନିଜଣ ବରିଷ୍ଠ ସାମରିକ ଅଧିକାରୀ ତାଙ୍କୁ ଇମ୍ରାନ ଖାନ ଜେଲ୍ ହାଜତରେ ମୃତ୍ୟୁବରଣ କରିଥିବା ନେଇ ସୂଚନା ଦେଇଛନ୍ତି।
ଏହି ଖବର ପ୍ରସାରିତ ହେବା ମାତ୍ରେ ସାରା ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଥିଲା।
ତେବେ ପରବର୍ତ୍ତୀ ସମୟରେ ଉକ୍ତ ସାମ୍ବାଦିକ ଜଣକ ନିଜର ପୂର୍ବ ବ୍ୟାଖ୍ୟାକୁ ସଂଶୋଧନ କରି ସ୍ପଷ୍ଟୀକରଣ ଦେଇଛନ୍ତି ଯେ ତାଙ୍କ ସୂତ୍ରରୁ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ କୌଣସି ନିଶ୍ଚିତ ପ୍ରମାଣ ମିଳିନାହିଁ।
ଆହୁରି ପଢନ୍ତୁ :Bill: ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ପ୍ରସଙ୍ଗ: ଚଳିତ ଅଧିବେଶନରେ ବିଲ୍ ଆସିବା ନେଇ ଅନିଶ୍ଚିତତା ସାମ୍ବାଦିକ ୱଜାହତ ସୟିଦ ଖାନ ପରବର୍ତ୍ତୀ ଭିଡିଓରେ ପ୍ରକାଶ କରିଛନ୍ତି ଯେ, ସେନାଅଧିକାରୀମାନେ ଇମ୍ରାନ ଖାନଙ୍କ ମୃତ୍ୟୁର ପ୍ରମାଣ ଦେଇନାହାନ୍ତି।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସେନା ମୁଖ୍ୟ ଫିଲ୍ଡ ମାର୍ଶଲଙ୍କ ଅଧୀନରେ ଥିବା ଏକ ଅତ୍ୟନ୍ତ ଛୋଟ ଗୋପନୀୟ ଗୁଇନ୍ଦା ଅପରେଟିଭ୍ ଦଳ ଦ୍ୱାରା ପରିଚାଳିତ ହେଉଛି ଏବଂ ସେନାର ଅନ୍ୟ ସଦସ୍ୟମାନେ ନିଜେ ସନ୍ଦେହ ଓ ଭୟ ମଧ୍ୟରେ ଅଛନ୍ତି।
ସାମ୍ବାଦିକ ଜଣକ ସ୍ୱୀକାର କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୀବିତ ଅଛନ୍ତି କି ନାହିଁ ତାହାର ପ୍ରମାଣ ସାର୍ବଜନୀନ କରିବା ପାଇଁ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ହିଁ ସେ ଏଭଳି ରିପୋର୍ଟ ପ୍ରସାରଣ କରିଥିଲେ।
ଆହୁରି ପଢନ୍ତୁ :Pakistan: "ଇମ୍ରାନ ଖାନ ଜୀବିତ ଅଛନ୍ତି" ମୃତ୍ୟୁ ଗୁଜବକୁ ଖଣ୍ଡନ ସୂଚନାଯୋଗ୍ୟ ଯେ, ୭୩ ବର୍ଷୀୟ ଇମ୍ରାନ ଖାନ ୨୦୨୩ ଅଗଷ୍ଟ ୫ ତାରିଖରୁ ବିଭିନ୍ନ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ବନ୍ଦୀ ଅଛନ୍ତି।
୧୯୦ ମିଲିୟନ ପାଉଣ୍ଡର ଅଲ୍-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ସେ ୧୪ ବର୍ଷର କାରାଦଣ୍ଡ ଭୋଗୁଥିବା ବେଳେ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ମଧ୍ୟ ୭ ବର୍ଷର ସଜା ହୋଇଛି।
ଏହା ବ୍ୟତୀତ ୨୦୨୫ ଡିସେମ୍ବରରେ ରାଷ୍ଟ୍ରୀୟ ଉପହାର ତୋଷାଖାନା ମାମଲାରେ ଉଭୟଙ୍କୁ ଅତିରିକ୍ତ ୧୭ ବର୍ଷର ଜେଲ୍ ଦଣ୍ଡାଦେଶ ମିଳିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
